Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଯେଉଁମାନେ ଗାଡ଼ି ପୋଡ଼ା ଜଳା କରିଛନ୍ତି, ସେମାନେ କ୍ଷତି ଭରଣା କରିବେ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଯେଉଁମାନେ ଗାଡ଼ି ପୋଡ଼ା ଜଳା କରିଛନ୍ତି, ସେମାନେ କ୍ଷତି ଭରଣା କରିବେ !

ନାଗପୁର ହିଂସାକାଣ୍ଡର କ୍ଷତି ଭରଣା କରିବେ ଦଙ୍ଗାକାରୀ । ଗୁଜବ ପ୍ରଚାର କରି ହିଂସା ଘଟାଇଥିବା ଉପଦ୍ରବୀଙ୍କୁ କଡ଼ା ଚେତାବନୀ ଶୁଣାଇବା ସହ ସେମାନଙ୍କଠାରୁ କ୍ଷତିପୂରଣ ଆଦାୟ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ । ହିଂସାରେ ପୋଲିସ ସମେତ ମୋଟ ୪୦ ଜଣ ଆହତଙ୍କ ଚିକିତ୍ସା ଜାରି ରହିଛି ।

ଦଙ୍ଗାକାରୀ ୧୫ରୁ ଅଧିକ ବିଲ୍ଡିଂ, ୫ରୁ ଅଧିକ ଚାରିଚକିଆ ଗାଡ଼ି ସମେତ ମୋଟ ୬୧ଟି ଯାନରେ ନିଆଁ ଲଗାଇଥିଲେ । ସିସିଟିଭି ଫୁଟେଜରୁ ହିଂସାର ବଡ଼ ପ୍ରମାଣ ମିଳିବା ସହ ଅଭିଯୁକ୍ତଙ୍କୁ ଗିରଫ କରୁଛି ପୋଲିସ । ହିଂସା ଘଟଣାରେ ଗିରଫ ମାଷ୍ଟରମାଇଣ୍ଡ ଫହୀମ ଶମୀମ ଖାନ ବିରୋଧରେ ଲାଗିଛି ଦେଶଦ୍ରୋହ ଦଫା । ଚିହ୍ନଟ ହୋଇଥିବା ୭୦ରୁ ଅଧିକ ଅଭିଯୁକ୍ତଙ୍କ ସୋସିଆଲ ମିଡିଆ ପୋଷ୍ଟ ଯାଞ୍ଚ ସାଇବର ସେଲ୍ ଜାରି ରଖିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ନାଗପୁରରେ ହୋଇଥିବା ହିଂସା ମାମଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ମୃତକଙ୍କ ନାମ ଇରଫାନ ଅନସାରୀ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ହିଂସା ସମୟରେ ଇରଫାନ ଅନସାରୀ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ନାଗପୁରର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଇରଫାନ ଅନସାରୀ ନୱାଜ ନଗର ଅଞ୍ଚଳର ବାସିନ୍ଦା ଥିଲେ ଏବଂ ତାଙ୍କର ବୟସ ୩୮ ବର୍ଷ। ସୋମବାର ରାତି ୧୧:୩୦ ସମୟରେ ଇରଫାନ ଅନସାରୀ ରେଳ ଷ୍ଟେସନକୁ ଯାଉଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଘଟଣାର କିଛି ସମୟ ପରେ ପୋଲିସ ଇରଫାନ ଅନସାରୀଙ୍କୁ ଆହତ ଅବସ୍ଥାରେ ପାଇଥିଲା ଏବଂ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଇରଫାନ ଗତ ୬ ଦିନ ଧରି ଭେଣ୍ଟିଲେଟରରେ ଥିଲେ।

ସୋମବାର ସନ୍ଧ୍ୟାରେ ଘଟିଥିବା ହିଂସାକୁ ପୋଲିସ ପ୍ରାୟ ୫ ରୁ ୬ ଘଣ୍ଟା ମଧ୍ୟରେ ନିୟନ୍ତ୍ରଣ କରିଥିଲା। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ କହିଛନ୍ତି ଯେ ପୋଲିସ ଏପର୍ଯ୍ୟନ୍ତ ୧୦୪ ଜଣଙ୍କୁ ଗିରଫ କରିଛି, ଆଗକୁ ଆହୁରି ଗିରଫ ହେବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nagpur violence: Devendra Fadnavis gives ‘bulldozer’ action warning, vows to recover damage cost from rioters | Argus News