୭ ଦିନରେ ମୋଦିଙ୍କୁ ମିଳିଲା ୪ ରାଷ୍ଟ୍ରର ସର୍ବୋଚ୍ଚ ସମ୍ମାନ

Key Points
କଳାକାରଙ୍କ ସହ ନିଜେ ବାଜା ବଜାଇ ଉତ୍ସାହିତ କରିଥିଲେ ମୋଦି ।
ମାତ୍ର ୬ ଦିନ ମଧ୍ୟରେ ପିଏମ ମୋଦିଙ୍କୁ ମିଳିଛି ୩ ରାଷ୍ଟ୍ରର ସର୍ବୋଚ୍ଚ ସମ୍ମାନ ।
ନାମିବ୍ୟା ସଂସଦକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ଆଜି ମୋଦିଙ୍କୁ ନାମିବ୍ୟାର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଥିଲେ ରାଷ୍ଟ୍ରପତି । ୭ ଦିନ ମଧ୍ୟରେ ପିଏମ ମୋଦିଙ୍କୁ ୪ ରାଷ୍ଟ୍ରର ସର୍ବୋଚ୍ଚ ସମ୍ମାନ ମିଳିଛି । ବାଜା ବଜାଇ, ଯୋଗ କରି ନାମିବ୍ୟାରେ ପିଏମ ମୋଦିଙ୍କୁ ସ୍ବାଗତ କରାଯାଇଥିଲା । ରାଷ୍ଟ୍ରପତି ନେତୁମ୍ବୋ ନନ୍ଦୀଙ୍କ ସହ ମୋଦି କରିଛନ୍ତି ଦ୍ବିପାକ୍ଷିକ ଆଲୋଚନା ।
ନୂଆ ସୋପାନରେ ଭାରତ-ନାମିବ୍ୟା ସମ୍ପର୍କ । ପ୍ରତିରକ୍ଷା, ଦୁର୍ଲଭ ଖଣିଜ ସହ ନିବେଶ ସହଯୋଗ ପ୍ରସଙ୍ଗରେ ରାଷ୍ଟ୍ରପତି ନେତୁମ୍ବୋ ନଦୀ ନଦାଇଟ୍ବଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭଏସ ଅଫ୍ ଦ ଗ୍ଲୋବାଲ ସାଉଥ ସମିଟରେ ଭାରତର ନେତୃତ୍ବକୁ ପୂର୍ଣ୍ଣ ସମର୍ଥନ ଦେଇଛି ନାମିବ୍ୟା । କ୍ରିଟିକାଲ ଖଣିଜ ସହ ପ୍ରୋଜେକ୍ଟ ଚିତାକୁ ନେଇ ମଧ୍ୟ ରାଷ୍ଟ୍ରପତି ନେତୁମ୍ବୋଙ୍କ ସହ ହୋଇଛି ଆଲୋଚନା ।
ଏହାପୂର୍ବରୁ ରାଜଧାନୀ ୱିନଡହାକରେ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟ ଓ ଭାରତୀୟ ବଂଶୋଦ୍ଭବଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ । ଯୋଗ କରି, ଗୀତ ଗାଇ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ପ୍ରବାସୀ ଭାରତୀୟ । ବ୍ରାଜିଲରୁ ନାମିବ୍ୟାରେ ପହଞ୍ଚିବା ପରେ ବିମାନ ବନ୍ଦରରେ ପିଏମ ମୋଦିଙ୍କୁ ୨୧ ତୋପ ସଲାମୀରେ ସ୍ବାଗତ କରାଯାଇଥିଲା । କଳାକାରଙ୍କ ସହ ନିଜେ ବାଜା ବଜାଇ ଉତ୍ସାହିତ କରିଥିଲେ ମୋଦି ।
📱 Get Argus News App
✨ମାତ୍ର ୭ ଦିନ ମଧ୍ୟରେ ପିଏମ ମୋଦିଙ୍କୁ ମିଳିଛି ୪ ରାଷ୍ଟ୍ରର ସର୍ବୋଚ୍ଚ ସମ୍ମାନ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନାମିବ୍ୟାର ସର୍ବୋଚ୍ଚ ସମ୍ମାନ- ଦ ଅର୍ଡର ଅଫ ଦ ମୋଷ୍ଟ ଆନସିଏଣ୍ଟ ୱେଲୱିଟସିଆ ମିରାବିଲ୍ସ ସମ୍ମାନ ପ୍ରଦାନ କରିଛନ୍ତି ନାମିବ୍ୟା ରାଷ୍ଟ୍ରପତି । ପୂର୍ବରୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବ୍ରାଜିଲର ସର୍ବୋଚ୍ଚ ସମ୍ମାନ ଗ୍ରାଣ୍ଡ କଲାର ଅଫ୍ ଦ ନ୍ୟାସନାଲ ଅର୍ଡର ଅଫ ଦ ସଦର୍ଣ୍ଣ କ୍ରସ୍ ରେ ସମ୍ମାନିତ କରିଥିଲେ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଦା ସିଲୱା ।
ଏହାପୂର୍ବରୁ ଗତ ୪ ତାରିଖରେ ତ୍ରିନିଦାଦ ଓ ଟବାଗୋ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତ୍ରିନିଦାଦ ଓ ଟବାଗୋର ସର୍ବୋଚ୍ଚ ସମ୍ମାନ- ଦ ଅର୍ଡର ଅଫ ଦ ରିପବ୍ଲିକ ଅଫ ତ୍ରିନିଦାଦ ଆଣ୍ଡ ଟବାଗୋରେ ସମ୍ମାନିତ କରିଥିଲେ ରାଷ୍ଟ୍ରପତି କ୍ରିଷ୍ଣିନେ କାର୍ଲେ କଙ୍ଗାଲୁ । ଗସ୍ତର ପ୍ରଥମ ପର୍ଯ୍ୟାୟରେ ଗତ ୩ ତାରିଖରେ ଘାନାର ସର୍ବୋଚ୍ଚ ବେସାମରିକ ସମ୍ମାନ- ଅଫିସର୍ ଅଫ ଦି ଅର୍ଡର୍ ଅଫ୍ ଦି ଷ୍ଟାର୍ ଅଫ ଘାନା'ରେ ସମ୍ମାନିତ କରିଥିଲେ ଘାନା ରାଷ୍ଟ୍ରପତି ଜନ୍ ମହାମା । ୩ ରାଷ୍ଟ୍ରର ସର୍ବୋଚ୍ଚ ସମ୍ମାନ ସହ ପ୍ରଧାନମନ୍ତ୍ରୀଙ୍କୁ ଆନ୍ତର୍ଜାତିକ ସମ୍ମାନ ସଂଖ୍ୟା ୨୭ରେ ପହଞ୍ଚିଛି ।
ଜୁଲାଇ ୨ରୁ ଆରମ୍ଭ ହୋଇଥିବା ୮ ଦିନିଆ ବିଦେଶ ଗସ୍ତ ସମୟରେ ଘାନା, ତ୍ରିନିଦାଦ ଓ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ପରେ ନାମିବ୍ୟାରେ ପହଞ୍ଚିଥିଲେ ପିଏମ ମୋଦି । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ସମୟରେ ୟୁରୋପ ଓ ଆଫ୍ରିକୀୟ ଦେଶରେ ବି ଦେଖିବାକୁ ମିଳିଥିଲା ଭାରତୀୟ ସଂସ୍କୃତି ଓ ପରମ୍ପରାର ଝଲକ । ଯାହା ଦେଶବାସୀଙ୍କୁ ଗର୍ବିତ କରିଛି । ନାମିବ୍ୟାରେ ଯୋଗ, ବ୍ରାଜିଲରେ ଶିବ ତାଣ୍ଡବ ସ୍ତୋତ୍ର, ତ୍ରନିଦାଦ ଓ ଟବାଗୋରେ ଜୟ ଶ୍ରୀରାମ ନାରା ଏବଂ ଘାନାରେ ଦେଖିବାକୁ ମିଳିଥିଲା ଭାରତୀୟ ନୃତ୍ୟ ପ୍ରତି ବିଦେଶ ମାଟିରେ ସମ୍ମାନ ।