Bollywood News / ନାନା ପାଟେକରଙ୍କ ପରଲୋକରେ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ

Key Points
ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନାନାଙ୍କ ବହୁମୁଖୀ ପ୍ରତିଭା ପ୍ରଶଂସନୀୟ, ପିଢ଼ି ପିଢ଼ି ଧରି ମନେରହିବ
ନାନାଙ୍କ ପରଲୋକରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଶୋକ ପ୍ରକାଶ
ଅଭିନୟ ସହ ସମାଜସେବାରେ ନାନାଙ୍କ ସୁନାମ ରହିଛି
ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ୭୫ ବର୍ଷ ବୟସରେ ସେ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ଯାହା ବିଟାଉନ ଏବଂ ମରାଠୀ ସିନେମା ଜଗତରୁ ମର୍ମାହତ କରିଛି। ପ୍ରଖ୍ୟାତ ଅଭିନେତା ନାନା ପାଟେକର ଭୋର୍ ପ୍ରାୟ ୩ଟା ୩୦ ସମୟରେ ତାଙ୍କୁ ଡୋନା ପାଉଲାସ୍ଥିତ ମଣିପାଲ ହସ୍ପିଟାଲକୁ ଅଣାଯାଇଥିଲା। ଡାକ୍ତରମାନେ କହିଛନ୍ତି ଯେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତାଙ୍କ ବିୟୋଗ ଖବର ବଲିଉଡ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳାଇ ଦେଇଛି।
Few actors possessed the intensity, individuality and unmistakable presence that Shri Nana Patekar Ji had. He brought remarkable versatility and creativity to every role and gave us characters that will be remembered for generations. He was also admired for his frank and forthright views, never hesitating to express what he believed in. Shri Nana Patekar’s contribution to Hindi and Marathi cinema was immense. His passing leaves a deep void. My condolences to his family, friends and countless admirers. Om Shanti.
— Narendra Modi (@narendramodi) October 8, 2026
ନାନା ପାଟେକରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ମହାନ ଅଭିନେତା ନାନାଙ୍କ ବିୟୋଗ କଳା ଜଗତ ପାଇଁ ଅପୂରଣୀୟ କ୍ଷତି ହୋଇଛି। ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଦମ୍ଦାର ଅଭିନୟରେ ବାନ୍ଧି ରଖିଥିଲେ। ତାଙ୍କ ଦମ୍ଦାର ସଂଳାପ ଦର୍ଶକଙ୍କ ହୃଦୟରେ ଛାପ ଛାଡ଼ିଯାଇଛି। ଅଭିନୟ ସହ ସମାଜସେବାରେ ତାଙ୍କର ସୁନାମ ରହିଛି। ମରୁଡ଼ି-ପ୍ରପୀଡ଼ିତ କୃଷକ ପରିବାରଙ୍କ ସେବା କରି ଖ୍ୟାତି ପାଇଛନ୍ତି ବୋଲି ସୋସିଆଲ ମିଡିଆ Xରେ ପୋଷ୍ଟ କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।
भारतीय सिनेमा के महान अभिनेता नाना पाटेकर जी का निधन कला जगत के लिए एक अपूरणीय क्षति है। पांच दशकों तक उन्होंने अपने सहज अभिनय और सशक्त संवाद अदायगी से दर्शकों के मन पर अमिट छाप छोड़ी। गंभीर सामाजिक विषय हों या हास्य-व्यंग्य, उन्होंने जिस किरदार को निभाया, उसे जीवंत बना दिया। 'नाम फाउंडेशन' के माध्यम से सूखे से जूझ रहे किसान परिवारों की सेवा हो या सीमा पर जाकर जवानों का हौसला बढ़ाना, वे ख्याति के शिखर पर पहुंचकर भी अपनी मिट्टी से जुड़े रहे। जब भी उनसे मिलना हुआ, उनकी सरलता व स्पष्टवादिता ने सदैव प्रभावित किया। ईश्वर शोकाकुल परिजनों व प्रशंसकों को यह दु:ख सहने की शक्ति प्रदान करें और दिवंगत आत्मा को अपने श्रीचरणों में स्थान दें। ॐ शांति शांति शांति
— Amit Shah (@AmitShah) October 8, 2026
ପଢନ୍ତୁ ଏହି ଖବର: ବଲିଉଡ୍ର ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ… ହୃଦ୍ଘାତରେ ଚାଲିଗଲା ଜୀବନ
ପ୍ରାପ୍ତ ସୂଚନା ଅନୁଯାୟୀ, ଗୋଆର ଡୋନା ପାଉଲା ସ୍ଥିତ ଘରେ ତାଙ୍କୁ ଅଚେତ ଅବସ୍ଥାରେ ପାଇ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ହୃଦ୍ଘାତ (କାର୍ଡିଆକ୍ ଆରେଷ୍ଟ) ଯୋଗୁଁ ଆଜି ସକାଳ ପ୍ରାୟ ୫:୨୦ ମିନିଟ୍ ସମୟରେ ତାଙ୍କର ପରଲୋକ ହୋଇଛି। ଡାକ୍ତରଖାନାରେ ଡାକ୍ତରମାନେ ପ୍ରାୟ ୪୫ ମିନିଟ୍ ଧରି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ରେସପନ୍ସ ମିଳିନଥିଲା। ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ଖବର ଶୁଣି ସମଗ୍ର ଚଳଚ୍ଚିତ୍ର ଜଗତ ଓ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ନାନା ପାଟେକରଙ୍କ ଅସଲ ନାଁ ବିଶ୍ୱନାଥ ପାଟେକର ଥିଲା। ସେ ହିନ୍ଦୀ ଓ ମରାଠୀ ସିନେମାର ଜଣେ ସମ୍ମାନିତ ଅଭିନେତା ଭାବେ ପରିଚିତ ଥିଲେ। ୧୯୭୮ ମସିହାରେ ‘ଗମନ’ ଫିଲ୍ମ ଜରିଆରେ ସେ ନିଜର ଫିଲ୍ମୀ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ‘ପରିନ୍ଦା’, ‘କ୍ରାନ୍ତିବୀର’, ‘ଅଗ୍ନି ସାକ୍ଷୀ’, ‘ଖାମୋଶୀ: ଦ ମ୍ୟୁଜିକାଲ’, ‘ଅବ ତକ ଛପ୍ପନ’ ଓ ‘ନଟସମ୍ରାଟ’ ଭଳି ଫିଲ୍ମରେ ସେ ଦମଦାର ତଥା ସ୍ମରଣୀୟ ଅଭିନୟ କରିଥିଲେ। ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ତିନିଟି ନ୍ୟାସନାଲ ଫିଲ୍ମ ଆୱାର୍ଡ ମିଳିଥିଲା। ଏହାସହ ୨୦୧୩ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।
📱 Get Argus News App
✨Related Topics
Explore more stories