ପୁରୀ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସ୍ ହୋଇଗଲା ୨ ଭାଗ, ୨୦୦ ମିଟର ଆଗକୁ ପଳାଇଲା ଇଞ୍ଜିନ୍ ସହ ୬ କୋଚ୍

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ନନ୍ଦନକାନନ ଏକ୍ସପ୍ରେସ୍ । ଦିଲ୍ଲୀ ଆନନ୍ଦବିହାର ଟର୍ମିନାଲରୁ ପୁରୀ ଅଭିମୁଖେ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସ୍ ୨ ଭାଗ ହୋଇ ଯାଇଛି । ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନରେ ଏହି ଅଘଟଣ ଘଟିଛି । ତେବେ ଟ୍ରେନ୍ଟିର ବେଗ କମ୍ ଥିବାରୁ ଟଳି ଯାଇଛି ବଡ଼ ଦୁର୍ଘଟଣା ।
ସୋମବାର ରାତିରେ ଏହି ଅଘଟଣ ଘଟିଛି । ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୬ଟା ୨୫ ପରିବର୍ତ୍ତେ ୩ ଘଣ୍ଟା ବିଳମ୍ବରେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନରେ ପହଞ୍ଚିଥିଲା ନନ୍ଦନକାନନ ଏକ୍ସପ୍ରେସ୍ । ରାତି ସାଢ଼େ ୯ରେ ଟ୍ରେନ୍ ୧ ନମ୍ବର ପ୍ଲାଟଫର୍ମ ଛାଡ଼ିଛିଲା । ଟ୍ରେନ୍ ଷ୍ଟେସନରୁ ପ୍ରାୟ ୬ କିଲୋମିଟର ଯିବା ପରେ ଜଙ୍କସନର ହଟ୍ ନିକଟରେ ସ୍ଲିପର କୋଚ୍-୪ର କପଲିଂ ଭାଙ୍ଗି ଯାଇଥିଲା ।
#WATCH | Chandauli, Uttar Pradesh: The coupling of the Nandan Kanan Express broke near the Pandit Deen Dayal Upadhyaya (DDU) Junction, splitting it into two parts. pic.twitter.com/QjqUHN7tfe
📱 Get Argus News App
✨ଫଳରେ ନନ୍ଦନକାନନ ଏକ୍ସପ୍ରେସର ଇଞ୍ଜିନ୍ ସହିତ ୬ଟି କୋଚ୍ ୨୦୦ ମିଟର ଆଗକୁ ବଢ଼ିଥିବା ବେଳେ ଏସି କୋଚ୍, ଗାର୍ଡ ବଗି ସହ ପଛରେ ରହି ଯାଇଥିଲା ୧୫ଟି କୋଚ୍ । ଟ୍ରେନ୍ ୨ ଭାଗ ହୋଇଯିବା ପରେ ଆତଙ୍କିତ ହୋଇ ପଡ଼ିଥିଲେ ଯାତ୍ରୀ । ଏହା ପରେ ଟ୍ରେନ୍ ମ୍ୟାନେଜରଙ୍କ ସୂଚନା ପରେ ଟ୍ରେନ୍କୁ ଅଟକାଇଥିଲେ ଲୋକ ପାଇଲଟ୍ ।
ଏହା ପରେ ନନ୍ଦନକାନନ ଏକ୍ସପ୍ରେସ୍ ପୁଣି ଥରେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନକୁ ଫେରିଥିଲା । ସେଠାରେ ଭାଙ୍ଗି ଯାଇଥିବା କପଲିଂକୁ କୋଚରୁ କାଟି ଅଲଗା କରାଯାଇଥିଲା । ଏହା ପରେ ଆଉ ୩ ଘଣ୍ଟା ବିଳମ୍ବରେ ରାତି ସାଢ଼େ ୧୧ଟାରେ ପୁରୀ ଅଭିମୁଖେ ବାହାରିଥିଲା ନନ୍ଦନକାନନ ଏକ୍ସପ୍ରେସ୍ ।