Videos
|
National

ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ କର୍ତ୍ତବ୍ୟପଥରେ ଗଡ଼ିବ ନନ୍ଦିଘୋଷ

Smruti Parija
Browse all articles by Smruti Parija
·1 year ago·1 min read
ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ କର୍ତ୍ତବ୍ୟପଥରେ ଗଡ଼ିବ ନନ୍ଦିଘୋଷ

Key Points

ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ କର୍ତ୍ତବ୍ୟପଥରେ ଗଡ଼ିବ ନନ୍ଦିଘୋଷ ।

ଅର୍ଗସ ବ୍ୟୁରୋ: ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ କର୍ତ୍ତବ୍ୟପଥରେ ଗଡ଼ିବ ନନ୍ଦିଘୋଷ । କର୍ତ୍ତବ୍ୟପଥରେ ଆଜି ଫୁଲ୍ ଡ୍ରେସ୍ ରିହରସାଲ୍ ଚାଲିଥିବାବେଳେ ନନ୍ଦିଘୋଷର ଝଲକ ବି ଦେଖିବାକୁ ମିଳିଛି । ଭାରତୀୟ ସେନାର ମାଇନସ୍ ପ୍ରୋଟେକ୍ସନ ଆର୍ମର କ୍ୟାରିଅନ ହେଉଛି ନନ୍ଦିଘୋଷ । ଯାହା ବିଲ୍ଟ-ଇନ୍ ସୁରକ୍ଷା ସହିତ ଯୁଦ୍ଧକ୍ଷେତ୍ରରେ ମୁତୟନ ଉପରେ ଗୁରୁତ୍ବାରୋପ କରେ । ଏହି ଗାଡ଼ିରେ ୮ ଜଣ ଯବାନଙ୍କ ସହ ଜଣେ ଚାଳକ ଓ ସହଚାଳକ ବି ବସିପାରିବେ । ଭାରତ ଫୋର୍ଜ କମ୍ପାନୀ ପକ୍ଷରୁ ଏହାକୁ ତିଆରି କରାଯାଇଛି । ଜାତିସଂଘ ଦ୍ବାରା ଚାଲିଥିବା ମିଶନରେ ଏହାକୁ ବ୍ୟବହାର କରାଯାଇଛି ।


ଲେବାନନ ଆଉ ଦକ୍ଷିଣ ସୁଦାନରେ ବି ମୁତୟନ ହୋଇସାରିଛି ନନ୍ଦିଘୋଷ । ଭଗବାନ ଜଗନ୍ନାଥଙ୍କ ରଥ ଯେମିତି ଆଗକୁ ବଢିବା ବେଳେ ଯେତେ ବାଧା ଅସୁବିଧା ଆସିଲେ ମଧ୍ୟ ଆଗକୁ ବଢ଼ିଥାଏ, ସେଥିପାଇଁ ମହାପ୍ରଭୁଙ୍କ ରଥ ନାଁ ଅନୁସାରେ ଏହି ଯାନର ନାଁ ନନ୍ଦିଘୋଷ ରଖାଯାଇଥିବା ଏହାର କଣ୍ଟିଜେଣ୍ଟ କମାଣ୍ଡଣ୍ଟ ମେଜର ରାଧିକା ସେନ୍ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମେଜର ରାଧିକା ସେନ କଣ୍ଟିଜେଣ୍ଟ କମାଣ୍ଡର ଭାବେ ଏହାକୁ ପରିଚାଳନା କରିବେ। ଭାରତ ଫୋର୍ଜ କମ୍ପାନୀ ପକ୍ଷରୁ ଏହାକୁ ତିଆରି କରାଯାଇଛି। ଏହି ଯୁଦ୍ଧ ଯାନ ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ପାଲଟିବ ।

nandighosha-to-be-rolled-on-delhi-kartabya-on-republic-day | Argus News