Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Infosys Founfer Sudha Murty / 'ଆମେ ପଛୁଆ ବର୍ଗର ନୁହଁ, ମୁଁ ସରକାରଙ୍କ ଏହି ସର୍ଭେରେ ଭାଗ ନେବାକୁ ଚାହୁଁ ନାହିଁ'

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
'ଆମେ ପଛୁଆ ବର୍ଗର ନୁହଁ, ମୁଁ ସରକାରଙ୍କ ଏହି ସର୍ଭେରେ ଭାଗ ନେବାକୁ ଚାହୁଁ ନାହିଁ'

Key Points

'କିଛି ବ୍ୟକ୍ତିଗତ କାରଣ ଯୋଗୁଁ, ମୁଁ କର୍ଣ୍ଣାଟକ ରାଜ୍ୟ ପଛୁଆ ବର୍ଗ କମିଶନ ଦ୍ୱାରା କରାଯାଉଥିବା ସାମାଜିକ ଏବଂ ଶିକ୍ଷାଗତ ସର୍ଭେରେ ସୂଚନା ପ୍ରଦାନ କରିବାକୁ ଇଚ୍ଛା ପ୍ରକାଶ କରୁନାହିଁ'।

Karnataka Caste Survey: ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଏବଂ ତାଙ୍କ ପତ୍ନୀ ସୁଧା ମୂର୍ତ୍ତି କର୍ଣ୍ଣାଟକରେ ଚାଲିଥିବା ସାମାଜିକ ଏବଂ ଶିକ୍ଷାଗତ ସର୍ଭେରେ ଅଂଶଗ୍ରହଣ କରିବାକୁ ମନା କରିଛନ୍ତି। ସୁଦ୍ଧା ମୁର୍ତ୍ତି କହିଛନ୍ତି ଯେ 'ଆମେ କୌଣସି ପଛୁଆ ଜାତିର ନୁହଁ'। ବୁହଦ୍ ବେଙ୍ଗାଲୁରୁ ମହାନଗର ନିଗମ (BBMP) ଗୁରୁବାର ଏନେଇ ସୂଚନା ଦେଇଛି ।

ଏହି ସର୍ଭେକୁ କର୍ଣ୍ଣାଟକରେ ଜାତି ସର୍ଭେ ମଧ୍ୟ କୁହାଯାଏ। କିଛି ଦିନ ପୂର୍ବରୁ, ଯେତେବେଳେ ସର୍ଭେ ଅଫିସର ସୁଦ୍ଧା ମୂର୍ତ୍ତି ଏବଂ ନାରାୟଣ ମୂର୍ତ୍ତିଙ୍କ ବାସଭବନରେ ପହଞ୍ଚିଥିଲେ, ସେମାନେ ସର୍ଭେ ଅଫିସରଙ୍କୁ କହିଥିଲେ, 'ଆମେ ଚାହୁଁନାହୁଁ ଆମ ଘରେ ସର୍ଭେ କରାଯାଉ।' ସୂତ୍ର ଅନୁସାରେ ସୁଧା ମୂର୍ତ୍ତି ସାମାଜିକ ଏବଂ ଶିକ୍ଷାଗତ ସର୍ଭେ ୨୦୨୫ ପାଇଁ କର୍ଣ୍ଣାଟକ ରାଜ୍ୟ ପଛୁଆ ବର୍ଗ କମିଶନ ଦ୍ୱାରା ଜାରି କରାଯାଇଥିବା ଫର୍ମାଟରେ ସୂଚନା ପ୍ରଦାନ କରିବାକୁ ମନା କରି ଏକ ଆତ୍ମ-ଘୋଷଣା ଫର୍ମରେ ସ୍ୱାକ୍ଷର କରିଥିଲେ।

ସେହି ଫର୍ମରେ ଲେଖା ଥିଲା, 'କିଛି ବ୍ୟକ୍ତିଗତ କାରଣ ଯୋଗୁଁ, ମୁଁ କର୍ଣ୍ଣାଟକ ରାଜ୍ୟ ପଛୁଆ ବର୍ଗ କମିଶନ ଦ୍ୱାରା କରାଯାଉଥିବା ସାମାଜିକ ଏବଂ ଶିକ୍ଷାଗତ ସର୍ଭେରେ ସୂଚନା ପ୍ରଦାନ କରିବାକୁ ଇଚ୍ଛା ପ୍ରକାଶ କରୁନାହିଁ'।

ଖାଲି ସେତିକି ନୁହେଁ, ସୁଦ୍ଧା ମୂର୍ତ୍ତି ସେହି ଫର୍ମରେ ଦସ୍ତଖତ କରିବା ପରେ କନ୍ନଡ଼ରେ ମଧ୍ୟ ଅନେକ କିଛି ଲେଖିଛନ୍ତି । ସେ ଲେଖିଛନ୍ତି ଯେ 'ଆମେ କୌଣସି ପଛୁଆ ସମ୍ପ୍ରଦାୟର ନୁହଁ। ତେଣୁ, ଆମେ ଏପରି ବର୍ଗ ପାଇଁ ସରକାରଙ୍କ ଦ୍ୱାରା କରାଯାଇଥିବା ସର୍ଭେରେ ଅଂଶଗ୍ରହଣ କରିବୁ ନାହିଁ।" ସୁଧା ମୂର୍ତ୍ତିଙ୍କ ବ୍ୟକ୍ତିଗତ ସହାୟକ ଏବଂ ଇନଫୋସିସ୍ ଅଧିକାରୀମାନେ ମଧ୍ୟ ଏହି ପ୍ରସଙ୍ଗରେ ଚୁପ ରହିଲେ । ମତାମତ ପାଇଁ ସେମାନଙ୍କୁ କରାଯାଇଥିବା ମେସେଜ୍ ଏବଂ ଫୋନ୍ କଲ୍‌ର ଉତ୍ତର ବି ମିଳିନାହିଁ ।

ଏହି ସର୍ଭେ ସେପ୍ଟେମ୍ବର ୨୨ରେ ଆରମ୍ଭ ହୋଇଥିଲା ଏବଂ ଅକ୍ଟୋବର ୭ ତାରିଖରେ ଶେଷ ହେବାର ଥିଲା । କିନ୍ତୁ ପରେ ଏହାକୁ ଅକ୍ଟୋବର ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଯେହେତୁ ଏହି ସର୍ଭେରେ ମୁଖ୍ୟତଃ ଶିକ୍ଷକମାନେ ସାମିଲ ଅଛନ୍ତି, ତେଣୁ ସରକାର ଅକ୍ଟୋବର ୧୮ ପର୍ଯ୍ୟନ୍ତ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର କହିଛନ୍ତି ଯେ ଏକ୍ସଟ୍ରା କ୍ଲାସ ଜରିଆରେ ପିଲାଙ୍କ ପାଠ ପଢ଼ା ମଧ୍ୟ ସମ୍ପୂର୍ଣ୍ଣ କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Infosys Founfer Sudha Murty | Narayana Murthy, Sudha Murty opted out of Karnataka caste survey | Argus News