Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୪ ମାସର ପିଲା ହେଲା ୨୪୦କୋଟିର ମାଲିକ 

Manini Pattanayak
Browse all articles by Manini Pattanayak
·2 years ago·1 min read
୪ ମାସର ପିଲା ହେଲା ୨୪୦କୋଟିର ମାଲିକ 

ନୂଆଦିଲ୍ଲୀ:  ୪ ମାସର ପିଲା ହେଲା ୨୪୦କୋଟିର ମାଲିକ ।  ଆପଣ ଭାବୁଥିବେ ଏ ଭାଗ୍ୟବାନ କୁନି ପିଲା କିଏ?  ଆଜ୍ଞା ଏ ହେଉଛି ୪ ମାସର ପିଲା।  ଇମ୍ଫୋସିସିର ଫାଉଣ୍ଡର ଏନଆର  ନାରାୟଣ ମୂର୍ତ୍ତିଙ୍କ ନାତୀଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । ନାତି ଏକାଗ୍ରହ ରୋହନ ମୂର୍ତ୍ତିଙ୍କୁ ୨୪୦ କୋଟିରୁ ଅଧିକ  ଇନ୍ଫୋସିସ୍‌ର ସେୟାର ଗିପ୍ଟ କରିଛନ୍ତି ଜେଜେ ନାରାୟଣ ମୂର୍ତ୍ତି।  ଏଗାଗ୍ରହ ଏବେ ଭାରତର ସବୁଠାରୁ  ସର୍ବକନିଷ୍ଠ କୋଟିପତି ପାଲଟିଛନ୍ତି...ହେଲେ ଏତେ କମ ବୟସରେ ଏତେ ଟଙ୍କାର ମାଲିକ ହୋଇଥିବାରୁ ଚର୍ଚ୍ଚା ଜୋର।

ସୁଧା ମୂର୍ତ୍ତି ୧୦ ହଜାର ଟଙ୍କାରେ ଧାର ଆଣି ଇମ୍ଫୋସିସ୍‌  ଆରମ୍ଭ କରିଥିଲେ। ଆଉ ଏହାକୁ ଶିଖରେ ପହଞ୍ଚାଇଥିଲେ ସ୍ୱାମୀ  ନାରାୟଣ ମୁର୍ତ୍ତି।  ବର୍ଷ ୧୯୮୧ରେ ଇମ୍ଫୋସିସ ପ୍ରତିଷ୍ଠା ହୋଇଥିଲା। କିଛି ବର୍ଷ ସଙ୍ଘର୍ଷ  ପରେ  ଏହି କମ୍ପାନୀ ଦେଶର ଅଗ୍ରଣୀ ଆଇଟି କମ୍ପାନୀଗୁଡିକ ମଧ୍ୟରେ  ଏକ ନମ୍ବର ହେଲା ।  ନାରାୟଣ ମୂର୍ତ୍ତି ନିଜ ପରିବାରକୁ ଏହି କମ୍ପାନୀଠୁ ଦୂରରେ ରଖିଥାନ୍ତି। କିନ୍ତୁ ଏବେ ୪ ମାସର ନାତୀକୁ ୨୪୦ କୋଟିରୁ ଅଧିକ  ଇନ୍ଫୋସିସ୍‌ର ସେୟାର ଗିପ୍ଟ କରିଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Narayana Murthy's Gift For 4-Month-Old Grandchild - ₹ 240 Crore Shares | Argus News