Videos
|
National

Leaders Inspirational Journey / ବଡନଗରର ପୈତୃକ ଘରୁ ହିମାଲୟ ପର୍ଯ୍ୟନ୍ତ: ପିଏମ ନରେନ୍ଦ୍ର ମୋଦୀଙ୍କ ବିଷୟରେ ଅଜଣା କଥା

Sudeshna Mishra
Browse all articles by Sudeshna Mishra
·11 months ago·4 min read
ବଡନଗରର ପୈତୃକ ଘରୁ ହିମାଲୟ ପର୍ଯ୍ୟନ୍ତ: ପିଏମ ନରେନ୍ଦ୍ର ମୋଦୀଙ୍କ ବିଷୟରେ ଅଜଣା କଥା

Key Points

ପିତା ମାତାଙ୍କ 6 ଟି ସନ୍ତାନ ମଧ୍ୟରୁ ନରେନ୍ଦ୍ର ମୋଦି ଥିଲେ ତୃତୀୟ

୧୭ବର୍ଷ ବୟସର କିଶାରାବସ୍ଥାରେ ସେ ଗୋଟିଏ ବଡ଼ ନିଷ୍ପତି ନେଇଥିଲେ

ଜଣେ ସାଧୁ ତାଙ୍କର ହସ୍ତ ରେଖାକୁ ଦେଖି, କହିଥିଲେ-ତମେ ଏଠି କ’ଣ କରୁଛ ! ଦେଶ ତମ ସେବା ଚାହୁଁଛି

୧୭ବର୍ଷରେ ନରେନ୍ଦ୍ର ମୋଦୀ ଘର ଛାଡ଼ି, ଆଧ୍ୟାତ୍ମିକ ଜ୍ଞାନର ସନ୍ଧାନରେ ହିମାଲୟର ପଥ ବାଛିନେଇଥିଲେ

ଗୁଜରାଟର ବଡନଗରରେ ମୋଦୀ ପରିବାରର ଇଟା-ମାଟିରେ ତିଆରି ପୈତୃକ ଘର, ଯେଉଁଠି ହୋଇଥିଲା ନରେନ୍ଦ୍ର ମୋଦୀଙ୍କ ଜନ୍ମ। ସେଇ ଛୋଟିଆ ଘରେ ବାପା-ମାଆ, ଭାଇ-ଭଉଣୀଙ୍କ ସହିତ ରହୁଥିଲେ ନରେନ୍ଦ୍ର। ଆଗକୁ ଏହି ଭିଡ଼ିଓରେ ଜାଣିବା ସେଇ ଦିନର କଥା, ଯେତେବେଳେ କିଶୋରାବସ୍ଥାରେ ମୋଦି ଘର ଛାଡ଼ି ହିମାଳୟକୁ ଚାଲିଯାଇଥିଲେ ଏବଂ ଦୁଇ ବର୍ଷ ପରେ ପୁଣି ଯେବେ ଘରକୁ ଫେରିଲେ, ସେବେ କ'ଣ ହୋଇଥିଲା? ଆସିଲାବେଳେ ନରେନ୍ଦ୍ର ନିଜ ସାଙ୍ଗରେ ଏମିତି ଗୋଟିଏ ଜିନିଷ ଆଣିଥିଲେ, ଯାହାକୁ ଦେଖି ମା' ହିରାବେନ ବି ହୋଇଯାଇଥିଲେ ଆଶ୍ଚର୍ଯ୍ୟ !


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ 17 ସେପ୍ଟେମ୍ବର 1950 ରେ ହୋଇଥିଲା, ସ୍ଥାନୀୟ ରେଳ ଷ୍ଟେସନରେ ଚା ବିକୁଥିଲେ ତାଙ୍କ ବାପା ଦାମୋଦର ଦାସ ମୁଲଚାନ୍ଦ ମୋଦି । ପିତା ମାତାଙ୍କ 6 ଟି ସନ୍ତାନ ମଧ୍ୟରୁ ନରେନ୍ଦ୍ର ମୋଦି ଥିଲେ ତୃତୀୟ । ବାପା ମା ଜାଣି ନଥିଲେ ତାଙ୍କର ଏହି ପୁତ୍ର ଦିନେ ଭାରତର ଜଣେ ଜନପ୍ରିୟ ପ୍ରଧାନମନ୍ତ୍ରୀ ହେବ ବୋଲି। ମୋଦୀଙ୍କ ଏହି 75 ବର୍ଷର ଯାତ୍ରା ଏତେଟା ସହଜ ନ ଥିଲା । ଏହି ସଂଘର୍ଷମୟ ଯାତ୍ରାର ଆରମ୍ଭ ବାପାଙ୍କ ସହ ରେଳୱେ ଷ୍ଟେସନ ରେ ଚା ବିକ୍ରି କରି ତାଙ୍କୁ ସାହାଯ୍ୟ କରିବା ଦିନଠାରୁ ଆରମ୍ଭ ହେଲା। 17 ବର୍ଷ ବୟସର କିଶାରାବସ୍ଥାରେ ସେ ଗୋଟିଏ ବଡ଼ ନିଷ୍ପତି ନେଇଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦିନକର ଘଟଣା, ଜଣେ ସାଧୁ ତାଙ୍କର ମୁଖ ମଣ୍ଡଳ ଓ ହସ୍ତ ରେଖାକୁ ଦେଖି , କହିଲେ ତୁ ଏଠି କଣ କରୁଛୁ ! ତୁ ସମସ୍ତଙ୍କ ପାଇଁ । ଦେଶ ତୋ ସେବା ଚାହୁଁଛି । ଯାହା କହିଥିଲେ ବାସ୍ତବ ସେଇଭଳି ଘଟିଲା। 17 ବର୍ଷରେ ନରେନ୍ଦ୍ର ମୋଦୀ ଘର ଛାଡ଼ି, ଆଧ୍ୟାତ୍ମିକ ଜ୍ଞାନର ସନ୍ଧାନରେ ହିମାଲୟର ପଥ ବାଛିନେଇଥିଲେ। ତାଙ୍କର ଏହି ସିଦ୍ଧାନ୍ତରେ ପରିବାରବର୍ଗ ଚିନ୍ତିତ ହୋଇପଡ଼ିଲେ । ଗୋଟେ ପଟେ ନରେନ୍ଦ୍ର ମୋଦୀ ଘର ଛାଡ଼ିବାକୁ ଦୃଢ଼ ସଙ୍କଳ୍ପ କରିଥିଲେ, ଅନ୍ୟପଟେ ପୁଅର ଏଭଳି ନିଷ୍ପତ୍ତିରେ ବାପା -ମାଆ ଖୁବ୍ ଚିନ୍ତିତ ଥିଲେ। ଶେଷରେ ଘରଲୋକ ନିଷ୍ପତ୍ତି ନେଲେ ଯେ ନରେନ୍ଦ୍ରଙ୍କୁ ଯିବାକୁ ଦିଆଯାଉ।



ଏକ ଶୁଭଦିନରେ ମା’ ନରେନ୍ଦ୍ର ମୋଦୀଙ୍କୁ ମୁହଁ ମିଠା କରାଇ, ତିଳକ ଲଗାଇଲେ। ଯାହା ପରେ ନରେନ୍ଦ୍ର ମୋଦୀ ସମସ୍ତ ଗୁରୁଜନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇ, ଏକ ଆଧ୍ୟାତ୍ମିକ ରାସ୍ତାରେ ବାହାରିପଡ଼ିଥିଲେ। ନରେନ୍ଦ୍ର ମୋଦୀ ବୁଲି-ବୁଲି ସାଧୁ-ସନ୍ନ୍ୟାସୀମାନଙ୍କ ସହିତ ମିଶି ହିମାଲୟର ପାହାଡ଼ମାନଙ୍କରେ ପହଞ୍ଚିଥିଲେ। ଘର ଛାଡ଼ିବା ସମୟରେ ତାଙ୍କ ପାଖରେ ଗୋଟିଏ ପଇସା ମଧ୍ୟ ନଥିଲା। ତେବେ ବିଭିନ୍ନ ଲୋକଙ୍କ ସହ ମିଳା-ମିଶା, ସେମାନଙ୍କ ସହିତ କଥା ହୋଇ, ସେ ବହୁତ କିଛି ଜାଣିବାକୁ ପାଇଲେ। କିନ୍ତୁ କିଛି ସମୟ ପରେ ସେ ଅନୁଭବ କଲେ ଯେ, ଏଭଳି କଲେ କୌଣସି ଏକ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ସମ୍ଭବ ନୁହେଁ।


ଦୁଇ ବର୍ଷ ପରେ ଗୋଟେ ଦିନ...

ନରେନ୍ଦ୍ର ମୋଦୀଙ୍କ କହିବା କଥା, ‘ମୁଁ କିଛି କରିବାକୁ ଚାହୁଁଥିଲି, କିନ୍ତୁ ମୁଁ ନିଜେ ବୁଝି ପାରୁନଥିଲି କ’ଣ କରିବି! ନିରୁଦ୍ଦେଶ୍ୟ ଭାବେ ଦୁଇ ବର୍ଷ ତ ବିତିଗଲା। ଯାହା ପରେ ନରେନ୍ଦ୍ର ମୋଦୀ ଫେରିବାର ସଙ୍କଳ୍ପ କଲେ। ଦୁଇ ବର୍ଷ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ କାହାକୁ କିଛି ଖବର ମିଳିନଥିଲା। ସେ ପ୍ରଥମେ ରାଜକୋଟରେ ରାମକୃଷ୍ଣ ମିଶନରେ ପହଞ୍ଚିଥିଲେ। ତାଙ୍କର ନିଷ୍ଠାରେ ପ୍ରଭାବିତ ହୋଇ ମିଶନର ପ୍ରମୁଖ ତାଙ୍କୁ ସେଠାରେ ରହିବା ପାଇଁ ସ୍ଥାନ ଦେଲେ, କିନ୍ତୁ ନରେନ୍ଦ୍ର ମୋଦୀ ଗୋଟିଏ ସପ୍ତାହରୁ ଅଧିକ ସମୟ ସେଠାରେ ରହିପାରିଲେ ନାହିଁ। ପ୍ରକୃତରେ, ସେଠାରେ ତାଙ୍କ ଜିଜ୍ଞାସା ଶାନ୍ତ ହେଲା ନାହିଁ। ତେଣୁ ନରେନ୍ଦ୍ର ମୋଦୀ ବଡନଗରକୁ ଫେରିଆସିଲେ।


ଭଉଣୀ ଖୁସୀରେ ମାଙ୍କୁ ଡାକ ପକାଉଥାନ୍ତି, ଭାଇ ଆସିଗଲେ, ଭାଇ ଆସିଗଲେ

ସେଦିନ ଭଉଣୀ ଖୁସି ହୋଇ ଉଚ୍ଚ ସ୍ବରରେ କହି ଉଠିଲେ, ଭାଇ ଆସିଗଲେ ମା', ଭାଇ ଆସିଗଲେ। ତୁରନ୍ତ ମାଆ ରୋଷେଇ ଘରୁ ବାହାରକୁ ଆସି ଦେଖିଲେ, ତାଙ୍କର ପୁଅକୁ, ଆଉ ବିଶ୍ୱାସ କରିପାରିଲେନି । ସତରେ ମୋ ଗେହ୍ଲା ପୁଅ କଣ ଫେରି ଆସିଛି ? ଆଖିରୁ ବୋହି ଆସିଲା ଧାର ଧାର ଲୁହ। ପୁଅକୁ କୁଣ୍ଢାଇ ପକାଇଲେ ସେ । ବହୁତ ଦିନ ପରେ ମାଆଙ୍କୁ ପାଖରେ ପାଇ ପୁଅ ନରେନ୍ଦ୍ରଙ୍କ ଆଖି ମଧ୍ୟ ଭିଜି ଯାଇଥିଲା ସେଦିନ ।


ଉତ୍କଣ୍ଠାର ସହ ମାଆ ପଚାରିଲେ କେଉଁଠି ଥିଲୁରେ ମୋ ଗେଲ୍ହା, କିଛି ଖାଇଛୁ ନା ନାହିଁ, ଏତେ ଦିନ କେଉଁଠି, କେମିତି ରହିଥିଲୁ। ଆ ତୋ ପାଇଁ ମୁଁ କ'ଣ ଟିକେ କରିଦିଏ । ରୁଟି ତରକାରୀ ଆଉ ମୁଁ ତୋ ପାଇଁ କିଛି ମିଠା ବି କରିଦେଉଛି। ସେ ଦିନ ମୋଦୀ, କହିଥିଲେ ନାହିଁ ମା ଏତେ କଷ୍ଟ କରିବା ଦରକାର ନାହିଁ, ମୋ ପାଇଁ କେବଳ ଟିକେ ରୁଟି, ତରକାରୀ ହିଁ ଯଥେଷ୍ଟ । ମାଆ ସେ ଦିନ ଯାହା ବି କରିଥିଲେ, ଖୁସିରେ ନିଜ ହାତରେ ଖୁଆଇ ଦେଇଥିଲେ ପୁଅକୁ । ଆଉ କହିଲେ,ନା ପୁଅ ତୁ ଆଉ ମୋତେ ଛାଡି କି ଯିବୁନି । ସେ ସମୟରେ ଘରେ ମା ହିରାବେନ, ଝିଅ ବାସନ୍ତୀ ଓ ନରେନ୍ଦ୍ରଙ୍କ ବ୍ୟତୀତ ଆଉ କେହି ନଥିଲେ। ଖାଇସାରି ନରେନ୍ଦ୍ର ଗାଁ ଭିତରକୁ ବୁଲିବାକୁ ପଳେଇଲେ।


ନରେନ୍ଦ୍ର ଯିବା ପରେ, ଉତ୍ସୁକତାର ସହ ମାଆ ତାଙ୍କର ସେହି ଝୁଲା ବ୍ୟାଗଟିକୁ ଖୋଲିଲେ, ଯାହାକୁ ପୁଅ ହିମାଳୟରୁ ଫେରିବା ବେଳେ ସାଙ୍ଗରେ ଆଣିଥିଲେ। ସେଥିରେ ଥିଲା ଗୋଟିଏ ହଳ କପଡ଼ା, ଗୋଟିଏ ଗେରୁଆ ରଙ୍ଗର ଶାଲ ଏବଂ ସବୁଠାରୁ ତଳେ ମାଆ ହିରାବେନଙ୍କର ଗୋଟିଏ ଫଟୋ ଥିଲା। ସେହି ଫଟୋ ଦେଖି ମାଆଙ୍କ ମନରେ ଅନେକ ପ୍ରଶ୍ନ, ଯେ ନରେନ୍ଦ୍ର ମୋତେ କିଛି କହିଲା ନାହିଁ, ଏହି ଫଟୋ ସେ କେଉଁଠୁ ନେଇଥିଲା। ତେବେ ହିମାଳୟରୁ ଫେରିବା ପରେ ମାତ୍ର ଗୋଟିଏ ଦିନ ଘରେ ରହିବା ପରେ ସେ ପୁଣି, ଘର ଛାଡ଼ିଗଲେ ଓ ଯିବାବେଳେ କହିଲେ, ଯେ ମାଆ ‘ମୁଁ ଯାଉଛି।’ ସେଇ ଦିନ ନରେନ୍ଦ୍ର ମୋଦୀ ବଡନଗରରୁ ବାହାରିଲେ ଏବଂ ଆଜି ପର୍ଯ୍ୟନ୍ତ ଦେଶସେବାର ହି ସଂକଳ୍ପ ନେଇଛନ୍ତି।


ସେହି ମାଙ୍କ ସ୍ନେହ ଆଉ ଆଶୀର୍ବାଦ ଆଜି ପୁଅକୁ ପହଞ୍ଚାଇ ଦେଇଛି କେଉଁ ଶିଖରତମ ପ୍ରଦେଶରେ । ସେ କେବଳ ମା ହିରାବେନ୍ ଙ୍କ ପୁଅ ନୁହନ୍ତି, ସେ ଆଜି ଭାରତ ମାତାର ଜଣେ ସୁଯୋଗ୍ୟ ଯୁଗଜନ୍ମା ସନ୍ତାନ । କେବଳ ଭାରତ କାହିଁକି ସମଗ୍ର ବିଶ୍ବର ଜଣେ ଅପ୍ରତିଦ୍ଵନ୍ଦୀ ଜନପ୍ରିୟ ଓ ଶକ୍ତିଶାଳୀ ନେତା । ସେ ହେଉଛନ୍ତି ଆମର ପ୍ରିୟ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।


ଅଧିକ ପଢ଼ନ୍ତୁ ଦେଶର ଖବର...