Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିହାର-ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ମୋଦି ଖେଳିଲେ ମାଷ୍ଟର ଷ୍ଟ୍ରୋକ୍

Satyendu Sekhar Mishra
Browse all articles by Satyendu Sekhar Mishra
·12 months ago·2 min read
ବିହାର-ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ମୋଦି ଖେଳିଲେ ମାଷ୍ଟର ଷ୍ଟ୍ରୋକ୍

Key Points

ମୋତିହାରୀରେ ଜଙ୍ଗଲ ରାଜ ସ୍ମରଣ କରାଇ ଆରଜେଡିକୁ ମୋଦିଙ୍କ ପ୍ରହାର
ପ୍ରଧାନମନ୍ତ୍ରୀ ଦେଲେ ବିହାରକୁ ୭ହଜାର ୨୦୦ କୋଟିର ବିକାଶ ଉପହାର
କହିଲେ ଆମର ସଙ୍କଳ୍ପ ସମୃଦ୍ଧ ବିହାର ଓ ଯୁବ ବର୍ଗଙ୍କୁ ରୋଜଗାର

ବିହାର ମୋତିହାରୀରେ ଜଙ୍ଗଲ ରାଜ ସ୍ମରଣ କରାଇ ଆରଜେଡିକୁ ମୋଦିଙ୍କ ପ୍ରହାର । ପ୍ରଧାନମନ୍ତ୍ରୀ ଦେଲେ ବିହାରକୁ ୭ ହଜାର ୨୦୦ କୋଟିର ବିକାଶ ପ୍ରକଳ୍ପ ଉପହାର । କହିଲେ ଆମ ସଙ୍କଳ୍ପ ସମୃଦ୍ଧ ବିହାର ଓ ଯୁବ ବର୍ଗଙ୍କୁ ରୋଜଗାର । ଦୁର୍ଗାପୁରରେ ଭ୍ରଷ୍ଟାଚାର ଓ ଅପରାଧ ପ୍ରସଙ୍ଗରେ ମମତା ସରକାରକୁ ଘେରିଲେ ମୋଦି । ପଶ୍ଚିମବଙ୍ଗ ବିକାଶ ପାଇଁ ବି ଦେଲେ ୫୦୦୦ କୋଟିର ଉପହାର ।

ନିର୍ବାଚନୀ ବର୍ଷରେ ୭ ମାସରେ ପଞ୍ଚମ ଥର, ଦେଢ ମାସରେ ତୃତୀୟ ଥର ଏବଂ ଗୋଟିଏ ମାସରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ବିହାର ଗସ୍ତରେ ଯାଇ ଭେଟି ଦେଇଛନ୍ତି ୭ ହଜାର ୨୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପ। ଏଥିସହ ଆରଜେଡି ଓ କଂଗ୍ରେସ ଉପରେ କରିଛନ୍ତି ଜୋରଦାର ପ୍ରହାର । ବିହାର ମୋତିହାରିରେ ଆଯୋଜିତ ଜନସଭାରେ ବିକାଶ ପ୍ରକଳ୍ପଗୁଡ଼ିକର ଉଦଘାଟନ, ଶିଳାନ୍ୟାସ ଓ ବିରୋଧୀଙ୍କୁ ଆଟାକ୍ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ଥିଲା ୩ଟି ମୁଖ୍ୟ ଦିଗ । ଲଣ୍ଠଣ ଯୁଗ ବନାମ ନୂଆ ଯୁଗ, ରୋଜଗାର ଓ ପଛୁଆ ବର୍ଗ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏନଡିଏ ବିହାରରେ ପୁଣି ଶାସନକୁ ଆସିଲେ ୨୦୨୫ରୁ ୩୦ ମଧ୍ୟରେ ୧ କୋଟି ଲୋକଙ୍କୁ ରୋଜଗାର ଦେବାକୁ କରିଛି ଯୋଜନା। ଏଥିରେ ସରକାରୀ, ଘରୋଇ ଓ ଶିଳ୍ପ କ୍ଷେତ୍ରରେ ଦିଆଯିବ ଚାକିରି । ଏନେଇ ଶ୍ରମ ବିଭାଗର ପ୍ରସ୍ତବ ଉପରେ ପ୍ରମୁଖ ବିକାଶ ଆୟୋଗଙ୍କ ଅଧ୍ୟକ୍ଷତାରେ ୧୨ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଛି । ଗତ ରବିବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନେଇ ଏକ୍କରେ ଦେଇଥିଲେ ସୂଚନା । ତେଣୁ ରୋଜଗାର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଆରଜେଡିକୁ କରିଥିଲେ ନିଶାନା । କହିଥିଲେ ଲାଲୁ ରାଜରେ ରୋଜଗାର ବଦଳରେ ଛଡାଇନିଆଯାଉଥିଲା ଜମି ।

ମୋତିହାରରେ ଜଙ୍ଗଲ ରାଜର ସ୍ମରଣ କରାଇ ଆରଜେଡିକୁ ପ୍ରହାର ତ ଦୁର୍ଗାପୁରରେ ଭ୍ରଷ୍ଟାଚାର ଓ ଆଇନଶୃଙ୍ଖଳା ପ୍ରସଙ୍ଗରେ ଟିଏମସିକୁ ଆକ୍ରମଣ ଜୋରଦାର। ଦୁର୍ଗାପୁରରେ ଆୟୋଜିତ ଜନସଭାରେ ପଶ୍ଚିମବଙ୍ଗକୁ ୫୦୦୦ କୋଟିର ବିଭିନ୍ନ ବିକାଶ ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମୋଦି କହିଛନ୍ତି ଟିଏମସିର ଗୁଣ୍ଡା ଟାକ୍ସ ଯୋଗୁଁ ବେଙ୍ଗଲକୁ ଆସିପାରୁନି ପୁଞ୍ଜିନିବେଶ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଭ୍ରଷ୍ଟାଚର ଓ ଅପରାଧ ଜରିଆରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ ଟିଏମସି କରୁଛି ପ୍ରହାର। ମମତା ସରକାରଙ୍କ ଦୁର୍ନୀତି ଯୋଗୁଁ ହଜାର ହଜାର ଶିକ୍ଷକ ହୋଇଛନ୍ତି ବେକାର। ଆଗକୁ ନିର୍ବାଚନ ହେବାକୁ ଥିବା ଦୁଇ ରାଜ୍ୟ ବିହାର ଓ ପଶ୍ଚିମବଙ୍ଗକୁ ଏକାଧିକ ବିକାଶ ପ୍ରକଳ୍ପ ଭେଟିଦେଇ ପ୍ରଧାନମନ୍ତ୍ରୀଙ୍କ ଚଳାଇଛନ୍ତି ମାଷ୍ଚରଷ୍ଟ୍ରୋକ୍। ଏଥିସହ ବିରୋଧୀଙ୍କ ପୋଲ ଖୋଲି କରିଛନ୍ତି ପ୍ରହାର। ଏବେ ଦେଖିବାକୁ ବାକି ରହିଲା ବିରୋଧୀ କିପରି କରୁଛନ୍ତି ଏହାର କାଉଣ୍ଟର।



Sponsored
Narendra Modi in Bihar today: Projects PM will inaugurate ahead of assembly poll | Argus News