modi followers in instagram / ୧୦ କୋଟି ଟପିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା
·4 months ago·2 min read

Key Points
ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି
ଇନଷ୍ଟାଗ୍ରାମ ଫଲୋଅର୍ସଙ୍କୁ ନେଇ ଇତିହାସ ରଚିଲେ ମୋଦି
ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ୧୦ କୋଟି ଟପିଲା

ଇନଷ୍ଟାଗ୍ରାମ ଫଲୋଅର୍ସଙ୍କୁ ନେଇ ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ୧୦ କୋଟି ଟପିଲା । ବିଶ୍ବର ପ୍ରଥମ ରାଜନେତା ଭାବେ ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି । ଦ୍ବିତୀୟ ସ୍ଥାନରେ ଅଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
୨୦୧୪ରେ ପ୍ରଧାନମନ୍ତ୍ରୀ ଇନଷ୍ଟାରେ ଯୋଗ ଦେଇଥିଲେ । ଗତ ୧୨ ବର୍ଷ ହେଲା ତାଙ୍କ ପ୍ରୋଫାଇଲ୍ ଏବଂ ଆକାଉଣ୍ଟ ବିଶ୍ୱରେ ଏକ ସବୁଠୁ ଏନଗେଜିଂ ଆକାଉଣ୍ଟ ଭାବେ ପ୍ରତିଷ୍ଠା ଅର୍ଜନ କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠୁ ମୋଦୀଙ୍କ ଦୁଇଗୁଣା ଅଧିକ ଫଲୋଅର୍ସ ଅଛନ୍ତି । ବିଶ୍ୱର ଟପ୍ ୫ ବଡ ନେତାଙ୍କ ଇନଷ୍ଟା ଫଲୋଅର୍ସଙ୍କ ସଂଖ୍ୟାକୁ ମିଶାଇଲେ ମଧ୍ୟ ମୋଦୀଙ୍କ ସମକକ୍ଷ ହୋଇପାରିବନି । ଏହି ତାଲିକାରେ ଟ୍ରମ୍ପ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କର ମୋଟ୍ ଫଲୋଅର୍ସ ହେଲେ ୪୩.୨ ମିଲିୟନ । ସେହିପରି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋଓ୍ୱୋ ସୁବାୟାନଟୋଙ୍କ ଫଲୋଅର୍ସ ସଂଖ୍ୟା ୧୫ ମିଲିୟନ । ବ୍ରାଜିଲ ରାଷ୍ଟ୍ରପତିଙ୍କ ଫଲୋଅର୍ସ ସଂଖ୍ୟା ୧୪.୪ ମିଲିୟନ ହୋଇଥିବା ବେଳେ ତୁର୍କୀ ରାଷ୍ଟ୍ରପତି ତେୟିପ୍ ଏଡ୍ରୋଗାନ୍ ଙ୍କ ଫଲୋଅର୍ସ ସଂଖ୍ୟା ୧୧.୬ ମିଲିୟନ । ଏତତ୍ ବ୍ୟତୀତ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିଏର୍ ମିଲେଇଙ୍କ ମୋଟ୍ ୬.୪ ମିଲିୟନ ଫଲୋଅର୍ସ ରହିଛନ୍ତି । ଏଥିରୁ ଜଣା ପଡୁଛି ଯେ, ,ସାରା ବିଶ୍ୱରେ ମୋଦୀଙ୍କ ଫ୍ୟାନ୍ ଏବଂ ଫଲୋଅର୍ସ ରହିଛନ୍ତି । ଏପରିକି ଭାରତରେ ମଧ୍ୟ ମୋଦୀଙ୍କ ଫଲୋଅର୍ସ ଏବଂ ଅନ୍ୟ ନେତାଙ୍କ ଫଲୋଅର୍ସ ମଧ୍ୟରେ ଆକାଶ ପାତାଳର ଫରକ ରହିଛି । ମୋଦୀଙ୍କ ପରେ ଦ୍ୱିତୀୟରେ ୟୁପି ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥ ରହିଛନ୍ତି । ତାଙ୍କର ଫଲୋଅର୍ସ ସଂଖ୍ୟା ୧୬.୧ ମିଲିୟନ । ଯୁବପିଢ଼ୀଙ୍କ ମଧ୍ୟରେ ମୋଦିଙ୍କ ପ୍ରଭାବ ଅତ୍ୟଧିକ ଦେଖାଯାଏ। ସେମାନେ ତାଙ୍କ ପୋଷ୍ଟକୁ ଲାଇକ୍, କମେଣ୍ଟ ଓ ସେୟାର କରି ନିଜ ମତାମତ ଜଣାଇଥାନ୍ତି। ମୋଦି ମଧ୍ୟ ଅନେକ ସମୟରେ ସାଧାରଣ ଲୋକଙ୍କ ସହ ଡିଜିଟାଲ୍ ଆଲୋଚନା କରି ସମସ୍ୟା ଓ ପ୍ରସ୍ତାବ ଶୁଣିଥାନ୍ତି। ଏହା ତାଙ୍କ ଲୋକପ୍ରିୟତାକୁ ଆହୁରି ବଢ଼ାଇଛି।
୧୦ କୋଟି ଫଲୋଅର୍ସ ଅତିକ୍ରମ କରିବା କେବଳ ଏକ ସଂଖ୍ୟା ନୁହେଁ, ଏହା ତାଙ୍କ ଜନଆଧାରର ପ୍ରତିବିମ୍ବ। ଏହା ଦେଖାଏ ଯେ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଲୋକମାନଙ୍କ ସହ ସଂଯୋଗ ରଖିବାରେ ସେ କେତେ ଦକ୍ଷ। ବିଶ୍ୱର ଅନେକ ପ୍ରମୁଖ ନେତାଙ୍କୁ ପଛରେ ପକାଇ ଏହି ମାଇଲସ୍ଟୋନ୍ ସ୍ଥାପନ କରିବା ଭାରତ ପାଇଁ ଗୌରବର ବିଷୟ।
ଏହି ଐତିହାସିକ ସଫଳତା ସହିତ ପ୍ରଧାନମନ୍ତ୍ରୀ ମୋଦି ଡିଜିଟାଲ୍ ଯୁଗରେ ଭାରତର ପରିଚୟକୁ ଆହୁରି ମଜବୁତ କରିଛନ୍ତି। ତାଙ୍କ ସମର୍ଥକମାନେ ଏହାକୁ ଗର୍ବର ମୁହୂର୍ତ୍ତ ବୋଲି କହୁଛନ୍ତି। ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି, ଏବଂ ଡିଜିଟାଲ୍ ମାଧ୍ୟମରେ ତାଙ୍କ ପ୍ରଭାବ ଆହୁରି ବିସ୍ତାରିତ ହେବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories