Videos
|
National

ଯେଉଁ ଦିଗରେ ଦେଖିବ ସେ ଦିଗରେ ବିକାଶ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଯେଉଁ ଦିଗରେ ଦେଖିବ ସେ ଦିଗରେ ବିକାଶ

ଗତ ୧୦ ବର୍ଷ ମଧ୍ୟରେ ଦ୍ବିଗୁଣ ଅଭିବୃଦ୍ଧି ହୋଇଛି ଭାରତୀୟ ଅର୍ଥନୀତି। ୧୦ ବର୍ଷ ମଧ୍ୟରେ ଭାରତରେ ରାଜପଥ, ରେଳପଥ, ବିମାନ ବନ୍ଦର, ଜଳ, ବନ୍ଦର, ବଦ୍ୟୁତ, ଗ୍ୟାସ ପାଇପଲାଇନ ଭିତ୍ତିଭୂମି ବିକାଶ ପାଇଁ ବଜେଟ୍‌ ୬ ଗୁଣା ବୃଦ୍ଧି ହୋଇଛି। ଆଜି ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ ସମୁଦ୍ର ସେତୁ ପାମ୍ବନକୁ ଉଦଘାଟନ କରି ଏମିତି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଆହୁରି ମଧ୍ୟ କହିଛନ୍ତି ଆଜି ଦେଶରେ ବଡ଼ବଡ଼ ପ୍ରକଳ୍ପ କାର୍ଯ୍ୟ କରାଯାଉଛି। ଯେଉଁ ଦିଗକୁ ଲକ୍ଷ୍ୟ କରିବେ ସେପଟେ ବିକାଶ ହୋଇଛି।


ଉତ୍ତରରେ ବିଶ୍ବର ସବୁଠାରୁ ଉଚ୍ଚ ଚେନାବ ରେଳ ସେତୁ ନିର୍ମାଣ ହୋଇଛି। ପଶ୍ଚିମରେ ଦେଶର ସବୁଠାରୁ ଲମ୍ବା ସମୁଦ୍ର ସେତୁ 'ଅଟଳ ସେତୁ' ନିର୍ମାଣ ହୋଇଛି। ସେହିଭଳି ପୂର୍ବରେ ବୋଗିବିଲ୍‌, ଏବେ ଦକ୍ଷିଣରେ 'ପାମ୍ବାନ୍ ସେତୁ' ଉଦଘାଟନ ହୋଇଛି। ସେହିଭଳି ତାମିଲନାଡୁକୁ ନେଇ କହିଛନ୍ତି ବିକଶିତ ଭାରତ ଯାତ୍ରାରେ ତାମିଲନାଡୁର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ମୋଦି ଆଜି ତାମିଲନାଡ଼ୁରେ ୮୩୦୦ କୋଟି ଟଙ୍କାର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଜ ଉଦଘାଟିତ ହୋଇଥିବା ଦେଶର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସମୁଦ୍ର ବ୍ରିଜରେ ବହୁ ଅତ୍ୟାଧୁନିକ ସୁବିଧା ରହିଛି। ବ୍ରିଜ୍‌ଟି ରାମେଶ୍ଵରମ (ପମ୍ବନ ଦ୍ଵୀପ)କୁ ତାମିଲନାଡ଼ୁର ମଣ୍ଡପମ ସହ ଯୋଡ଼ିବ। ଏହା ୫ ମିନିଟରେ ୨୨ ମିଟର ଉପରକୁ ଉଠି ପାରୁଛି। ସମୁଦ୍ରରେ ଯେତେବେଳେ ଜାହାଜ ଯିବ ତ ଏହି ନ୍ୟାଭିଗେସନ୍ ବ୍ରିଜର ମଝି ଅଂଶ ଉପରକୁ ଉଠିଯିବ। ଏହି କାର୍ଯ୍ୟ ମାତ୍ର ଜଣେ କର୍ମଚାରୀ କରିପାରିବେ। ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହାକୁ ଡବଲ୍ ଟ୍ରାକ୍ ଓ ହାଇ ସ୍ପିଡ୍ ଟ୍ରେନ୍ ପାଇଁ ଡିଜାଇନ୍ କରାଯାଇଛି।

Narendra Modi says Indian economy has doubled in 10 years | Argus News