Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

 ଚଳିତ ବର୍ଷ ପୃଥିବୀକୁ ଫେରିପାରିବେନି ସୁନିତା ! 

Manini Pattanayak
Browse all articles by Manini Pattanayak
·1 year ago·1 min read
 ଚଳିତ ବର୍ଷ ପୃଥିବୀକୁ ଫେରିପାରିବେନି ସୁନିତା ! 

ନୂଆଦିଲ୍ଲୀ: ମହାକାଶ ଦୁନିଆରୁ ଆସିଲା ଚିନ୍ତାଜନକ ଖବର। ଆଉ ଏବେ ପୃଥିବୀକୁ ଫେରିପାରିବେନି  ମହାକାଶଚାରୀ ସୁନିତା ଉୟିଲିଅମସ୍। ୨୦୨୪ ରେ ନୁହେଁ ୨୦୨୫ ଅର୍ଥାତ ଆଉ ବର୍ଷେ ପର୍ଯ୍ୟନ୍ତ ମହାକାଶରେ ଫଶି ପାରନ୍ତି  ସୁନିତା ଏବଂ ତାଙ୍କ ସାଥୀ ମହାକାଶଚାରୀ ବୁଚ୍  ଉଇଲମୋର।  ଜୁନ୍ ୫ ରୁ ଷ୍ଟାର ଲାଇନର୍ ରେ ମହାକାଶ ରେ ପହଞ୍ଚିଥିବା ସୁନିତା ଙ୍କ ଭବିଷ୍ୟତ କୁ ନେଇ ବଢିଲା ଚିନ୍ତା।

ସୁନିତା ମହାକାଶକୁ ଜାଇଥିବା ଷ୍ଟାର ଲାଇର୍ ରେ ଟେକନିକାଲ ପ୍ରୋବ୍ଲେମ ପରେ ସୁନିତା ଙ୍କୁ ଦୁଇ ସପ୍ତାହ ବଦଳରେ ଦୁଇ ମାସ ରହିବାକୁ ପଡିଥିଲା। ତେବେ ଅଗଷ୍ଟ ୬ ରେ ସୁନିତା ମହାକାଶରୁ ସ୍ପେସ ଏକ୍ସ ର ଏକ କାପସୁଲ୍ ବିମାନ ସାହାଯ୍ୟରେ ପୃଥିବୀ ଫେରିବା ନେଇ ସୂଚନା ମିଳିଥିଲା। କିନ୍ତୁ ବର୍ତ୍ତମାନ ଏହି ନିଷ୍ପତ୍ତି ବଦଳିଛି। ସୁନିତା ଏବଂ ତାଙ୍କ ସାଥୀ ମହାକାଶଚାରୀ ଙ୍କ ପାଇଁ ବର୍ତ୍ତମାନ ମହାକାଶରୁ ଫେରିବା ସମ୍ଭବ ନୁହେଁ ଏବଂ ସୁନିତାଙ୍କ ଫେରିବା ଅନେକ ବିଳମ୍ବ ହେବ ଏବଂ ଏହା ୨୦୨୫ ହୋଇପାରେ ବୋଲି ନାସା ପକ୍ଷରୁ ଆଶଙ୍କା କରାଜାଇଛି। 

ଅଧିକ ପଢନ୍ତୁ  ବିଦେଶ  ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
NASA astronauts Butch Wilmore, Sunita Williams not returning from ISS this year. | Argus News