Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏବେ ପୃଥିବୀକୁ ଫେରିବେନି ସୁନୀତା ?

National

ଏବେ ପୃଥିବୀକୁ ଫେରିବେନି ସୁନୀତା ?

Manini Pattanayak
Browse all articles by Manini Pattanayak
·1 year ago·2 min read
ଏବେ ପୃଥିବୀକୁ ଫେରିବେନି ସୁନୀତା ?

ନୂଆଦିଲ୍ଲୀ:  ଏବେ ପୃଥିବୀକୁ ଫେରିବେନି ସୁନୀତା ? କିଛି ଏମିତି ଚର୍ଚ୍ଚା ଜୋର ଧରିଛି । ମହାକାଶରେ ଫଶିଥିବା  ସୁନୀତା ୨୦୨୪ ରେ  ମହାକାଶ ଦୁନିଆରୁ  ଆଉ ଆସିପାରିବେନି... ୨୦୨୫  ଅର୍ଥାତ୍‌  ଆସନ୍ତାବର୍ଷ  ପୃଥିବୀକୁ ଫେରିପାରନ୍ତି ବୋଲି  ନାସା ସୂଚନା ଦେଇଛି । ମାସେ କି ୬ ମାସ ନୁହେଁ ବରଂ ବର୍ଷେ ପର୍ଯ୍ୟନ୍ତ ମହାକାଶରେ ଫଶି ପାରନ୍ତି  ସୁନୀତା ଏବଂ ତାଙ୍କ ସାଥୀ ମହାକାଶଚାରୀ ବୁଚ୍ ୱିଲ୍ମୋର । ତେବେ ସେମାନେ କେମିତି ଭଲରେ ଫେରିବେ ସେନେଇ ବି ପ୍ରୟାସ କରାଯାଉଛି ବୋଲି ସୂଚନା ମିଳିଛି । 

କୁହାଯାଉଛି କି, ଫେବୃଆରୀ ୨୦୨୫ ସୁଦ୍ଧା ଉଭୟଙ୍କୁ ମହାକାଶରୁ ଫେରାଇ ଅଣାଯାଇପାରିବ। ଯଦି ଏହି ବିକଳ୍ପ ପ୍ରସ୍ତୁତ କରାଯାଏ, ତେବେ ନାସା ଷ୍ଟାରଲାଇନର ବ୍ୟବହାର କରିବା ପରିବର୍ତ୍ତେ ଏଲନ୍ ମସ୍କଙ୍କ ସ୍ପେସ୍ ଏକ୍ସ ମାଧ୍ୟମରେ ଉଭୟଙ୍କ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବ। ନାସାର ପ୍ରଥମ ବିକଳ୍ପ ହେଉଛି ବୁଚ୍ ଏବଂ ସୁନୀତାଙ୍କୁ ଷ୍ଟାରଲାଇନରକୁ ଫେରାଇ ଆଣିବା। କିନ୍ତୁ ଯଦି ଏହା ନହୁଏ, ତେବେ ନାସା ସ୍ପେସ୍ ଏକ୍ସ ସହ ମିଶି କ୍ରୁ-୯କୁ ମହାକାଶ ଅଭିଯାନକୁ ପଠାଇବା ପାଇଁ କାମ ଚାଲିଛି।  

ଜୁନ୍ ୫ ରୁ ଷ୍ଟାରଲାଇନର୍ ରେ ୧୩ ଦିନିଆ ମହାକାଶ ଅଭିଯାନରେ ଯାଇଥିଲେ କିନ୍ତୁ ଦୁଇ ମାସ ପରେ ମଧ୍ୟ ସେମାନେ ଫେରିପାରିନାହାନ୍ତି  ସୁନିତା ଆଉ ତାଙ୍କ ସାଥି।   ସୁନିତା ମହାକାଶକୁ ଜାଇଥିବା ଷ୍ଟାର ଲାଇର୍ ରେ ଟେକନିକାଲ  ସମସ୍ୟା  ପରେ ସୁନିତା ଙ୍କୁ ଦୁଇ ସପ୍ତାହ ବଦଳରେ ଦୁଇ ମାସ ରହିବାକୁ ପଡିଥିଲା। ତେବେ ଅଗଷ୍ଟ ୬ ରେ ସୁନିତା ମହାକାଶରୁ ସ୍ପେସ ଏକ୍ସ ର ଏକ କାପସୁଲ୍ ବିମାନ ସାହାଯ୍ୟରେ ପୃଥିବୀ ଫେରିବା ନେଇ ସୂଚନା ମିଳିଥିଲା। କିନ୍ତୁ ବର୍ତ୍ତମାନ ଏହି ନିଷ୍ପତ୍ତି ବଦଳିଛି।   ସୁନିତା ଏବଂ ତାଙ୍କ ସାଥୀ ମହାକାଶଚାରୀ ଙ୍କ ପାଇଁ ବର୍ତ୍ତମାନ ମହାକାଶରୁ ଫେରିବା ସମ୍ଭବ ନୁହେଁ  ଯାହା ଚିନ୍ତାର ବିଷୟ ପାଲଟିଛି। 
 ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
NASA has informed sunita williams that 2025 means that it can return to the earth next year. | Argus News