Videos
|
National

ମହାକାଶ ଦିଗରେ ଇସ୍ରୋର ଆଉ ଏକ ଅଦ୍ଭୁତ ଯାତ୍ରା-ଲଞ୍ଚ ହେବ ନିସାର ସାଟେଲାଇଟ

Sudeshna Mishra
Browse all articles by Sudeshna Mishra
·1 year ago·1 min read
ମହାକାଶ ଦିଗରେ ଇସ୍ରୋର ଆଉ ଏକ ଅଦ୍ଭୁତ ଯାତ୍ରା-ଲଞ୍ଚ ହେବ ନିସାର ସାଟେଲାଇଟ

Key Points

ଇସ୍ରୋ ଆଉ ଏକ ଐତିହାସିକ ମାଇଲଖୁଣ୍ଟ ଛୁଇଁବା ପଥରେ ଅଗ୍ରସର

ଇସ୍ରୋ ରଚିବ ନୂଆ ଇତିହାସ – ଆସନ୍ତାକାଲି ଲଞ୍ଚ ହେବ ନିସାର ସାଟେଲାଇଟ

ନିସାର ମିଶନ ଯାଉଛି ମହାକାଶକୁ – ଇସ୍ରୋର ଆରମ୍ଭ ହେବ ଏକ ନୂଆ ଅଧ୍ୟାୟ

30 ଜୁଲାଇ ସନ୍ଧ୍ୟାରେ ଶ୍ରୀହରିକୋଟାର ସତିଶ ଧାୱନ ମହାକାଶ କେନ୍ଦ୍ରରୁ ଲଞ୍ଚ ହେବ ନିସାର (NISAR) ସାଟେଲାଇଟ

ଇସ୍ରୋ ଆଉ ଏକ ଐତିହାସିକ ମାଇଲଖୁଣ୍ଟକୁ ଛୁଇଁବା ପଥରେ ଅଗ୍ରସର। 30 ଜୁଲାଇ, ଆସନ୍ତାକାଲି ସନ୍ଧ୍ୟା ୫:୪୦ରେ ଶ୍ରୀହରିକୋଟାର ସତିଶ ଧାୱନ ମହାକାଶ କେନ୍ଦ୍ରରୁ ଲଞ୍ଚ ହେବ ନିସାର (NISAR) ସାଟେଲାଇଟ।


ନିସାର, ଅର୍ଥାତ ନାସା-ଇସ୍ରୋ ସିନ୍ଥେଟିକ୍ ଆପରେଚର ରାଡାର ହେଉଛି ଏକ ସଂଯୁକ୍ତ ମିଶନ, ଯାହା ଆମେରିକାର ନାସା ଓ ଭାରତର ଇସ୍ରୋର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଛି। ପ୍ରଥମଥର ପାଇଁ ଏପରି ସାଟେଲାଇଟକୁ GSLV-S16 ରକେଟ ମାଧ୍ୟମରେ ମହାକାଶକୁ ପଠାଯିବ।


ଏହି ମିଶନର ବଜେଟ୍ ରହିଛି ୧୨,୫୦୦ କୋଟି ଟଙ୍କା। ଏହା ଭାରତୀୟ ମହାକାଶ ଅନୁଷ୍ଠାନ ପାଇଁ ଏକ ବଡ଼ ମାଇଲ୍‌ଷ୍ଟୋନ ଭାବରେ ରହିବ ବୋଲି ଇସ୍ରୋ ପକ୍ଷରୁ ସୁଚନା ପ୍ରଦାନ କରାଯାଇଛି। 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ନିସାର ସାଟେଲାଇଟର ବିଶେଷତ୍ବ ହେଉଛି, ପ୍ରତି ୧୨ ଦିନରେ ପୃଥିବୀର ଗୋଟିଏ ଘେରା ବୁଲି ଡାଟା ସଂଗ୍ରହ କରିବ ।

    ରାତି-ଦିନ, ମେଘ ଥିଲେ ମଧ୍ୟ, ସବୁ ଋତୁରେ ଉଚ୍ଚ-ରିଜୋଲ୍ୟୁସନ ଇମେଜ୍ ଓ ଡାଟା ପଠାଇବ।

  • ସମୁଦ୍ର ସ୍ତର, ବାତ୍ୟା ଉପରେ ନଜର ରଖିବା, ଜଳ ସମ୍ପଦର ମ୍ୟାପିଂଜାହାଜ ଚିହ୍ନଟ ପାଇଁ ଏହି ସାଟେଲାଇଟ ଅତ୍ୟନ୍ତ କାର୍ଯ୍ୟକାରୀ ହେବ


ଭବିଷ୍ୟତ ମିଶନ ପ୍ରସଙ୍ଗରେ ଇସ୍ରୋ ଅଧ୍ୟକ୍ଷ ଜଣାଇଛନ୍ତି, ନିସାର ପରେ ଆସନ୍ତା ଡିସେମ୍ବର ମାସରେ ହ୍ୟୁମାନୋଏଡ ମିଶନ ହେବ, ଯେଉଁଥିରେ ବ୍ୟୋମମିତ୍ର ନାମକ ରୋବୋଟ୍‌କୁ ମହାକାଶକୁ ପଠାଯିବ। ଏହା ସଫଳ ହେଲେ, ଆସନ୍ତା ବର୍ଷ ଦୁଇଟି ମାନବବିହୀନ ଗଗନମିଶନ ଲଞ୍ଚ ହେବ। ସମସ୍ତ ପରୀକ୍ଷା ସଫଳ ହେଲାପରେ ମାର୍ଚ୍ଚ ୨୦୨୭ରେ ଗଗନାୟନ ମିଶନର ମାନବ ଉତକ୍ଷେପଣ ହେବ।

NASA-ISRO joint mission NISAR to launch on Wednesday | Argus News