Videos
|
National

Falling Space Object / ଭୂବନେଶ୍ବର ସମେତ କେତେକ ଅଞ୍ଚଳରେ ଖସିପାରେ ନାସା ଟେଲିସ୍କୋପ

Bikash Mohanty
Browse all articles by Bikash Mohanty
·1 hour ago·1 min read
ଭୂବନେଶ୍ବର ସମେତ କେତେକ ଅଞ୍ଚଳରେ ଖସିପାରେ ନାସା ଟେଲିସ୍କୋପ
Telescope

Key Points

ଭାରତରେ ଖସିପଡ଼ିବ ନାସାର ଟେଲିସ୍କୋପ! 
୧.୫ ଟନ୍ ଓଜନର ମହାକାଶ ଟେଲିସ୍କୋପ ଭାରତରେ ଖସିବା ଆଶଙ୍କା
ଏହାର ଅଧିକାଂଶ ପ୍ରଭାବ ଆଦୌ ରହିବ ନାହିଁ
ମହାକାଶ ବିଜ୍ଞାନୀ ଡା. ଶୁଭେନ୍ଦୁ ପଟ୍ଟନାୟକଙ୍କ ସୂଚନା
ଭାରତରେ ଖସିପଡ଼ିବ ନାସାର ଟେଲିସ୍କୋପ! । ୧.୫ ଟନ୍ ଓଜନର ମହାକାଶ ଟେଲିସ୍କୋପ ଭାରତରେ ଖସି ପଡିବା ନେଇ ଆଶଙ୍କା ପ୍ରକାଶ ପାଇଛି । ୧.୫ ଟନ୍ ଓଜନର ମହାକାଶ ଟେଲିସ୍କୋପ ‘ନିଲ୍ ଗେହରେଲ୍ସ ସ୍ୱିଫ୍ଟ ଅବଜରଭେଟୋରୀ’ ପୃଥିବୀର ବାୟୁମଣ୍ଡଳକୁ ଫେରିବାକୁ ଯାଉଛି।

୨୦୦୪ ମସିହାରେ ମହାକାଶକୁ ପଠାଯାଇଥିବା ଏହି ଟେଲିସ୍କୋପ ପ୍ରାୟ ୨୨ ବର୍ଷ ଧରି ମହାକାଶରେ କାର୍ଯ୍ୟ କରିଛି। ବୁଧବାର ଏହା ପୃଥିବୀ ବାୟୁମଣ୍ଡଳରେ ପ୍ରବେଶ କରିଛି । ଏହାର ଅବଶେଷ ଭାରତର କିଛି ଅଞ୍ଚଳରେ ପଡ଼ିବାର ସମ୍ଭାବନା ଥିବାରୁ ଓଡ଼ିଶା ସମେତ କେତେକ ଅଞ୍ଚଳ ମଧ୍ୟ ସମ୍ଭାବ୍ୟ କ୍ଷେତ୍ର ମଧ୍ୟରେ ରହିଛି ।

ବିଶେଷକରି ଏହାର ଓଜନ ଦେଢ଼ ଟନ୍, ଏହାର ଭଗ୍ନାବଶେଷ ପୃଥିବୀ ପୃଷ୍ଠରେ ବହୁ ଉଚ୍ଚରୁ ପଡ଼ିବ, ଏହା ସାମାନ୍ୟ ଗୋଡ଼ି କିମ୍ବା ପଥର ଭଳି ରହିପାରେ। ଏହା ଯଦି ମଣିଷ ଉପରେ ପଡ଼ିବ, ତେବେ ତାଙ୍କର ମୃତ୍ୟୁ ହୋଇପାରେ। କିନ୍ତୁ ଏହାର ଅଧିକାଂଶ ପ୍ରଭାବ ଆଦୌ ରହିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମହାକାଶ ବିଜ୍ଞାନୀ ଡା. ଶୁଭେନ୍ଦୁ ପଟ୍ଟନାୟକ। ଅନ୍ୟପଟେ, ଆଜି ରାତି ଓ ଆସନ୍ତାକାଲି ସକାଳ ପାଇଁ ସେ ସତର୍କ କରାଇ ଦେଇଛନ୍ତି।

ପଢନ୍ତୁ ଏହି ଖବର:
ତେବେ ଏହା କେଉଁ ସ୍ଥାନରେ ଖସିବ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ବୈଜ୍ଞାନିକଙ୍କ ଆକଳନ ଅନୁସାରେ, ଟେଲିସ୍କୋପର ଅଧିକାଂଶ ଅଂଶ ବାୟୁମଣ୍ଡଳରେ ଜଳିଯିବ । କିଛି ଅଂଶ ପୃଥିବୀ ପୃଷ୍ଠରେ ପହଞ୍ଚିପାରେ । ଅଧିକାଂଶ ଅବଶେଷ ସମୁଦ୍ରରେ ପଡ଼ିବାର ସମ୍ଭାବନା ରହିଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: