Videos
|
National

ତାମିଲନାଡୁ ବିଧାନସଭାରେ ଜାତୀୟ ସଙ୍ଗୀତକୁ ଅପମାନ

Smruti Parija
Browse all articles by Smruti Parija
·1 year ago·1 min read
ତାମିଲନାଡୁ ବିଧାନସଭାରେ ଜାତୀୟ ସଙ୍ଗୀତକୁ ଅପମାନ

Key Points

ତାମିଲନାଡୁ ବିଧାନସଭାରେ ଜାତୀୟ ସଙ୍ଗୀତକୁ ଅପମାନ । ଏହାର ପ୍ରତିବାଦ କରି ରାଜ୍ୟପାଳ ଆର.ଏନ. ରବି ତାଙ୍କ ଅଭିଭାଷଣ ଦେଇନାହାନ୍ତି ।

ଅର୍ଗସ ବ୍ୟୁରୋ: ତାମିଲନାଡୁ ବିଧାନସଭାରେ ଜାତୀୟ ସଙ୍ଗୀତକୁ ଅପମାନ । ଏହାର ପ୍ରତିବାଦ କରି ରାଜ୍ୟପାଳ ଆର.ଏନ. ରବି ତାଙ୍କ ଅଭିଭାଷଣ ଦେଇନାହାନ୍ତି । ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କ ନେତୃତ୍ବାଧୀନ ଡିଏମକେ ସରକାର ସମ୍ବିଧାନକୁ ଅପମାନ କରିଥିବା ସେ ଅଭିଯୋଗ କରିଛନ୍ତି । ଆଜି ତାମିଲନାଡୁ ବିଧାନସଭାର ଅଧିବେଶନ ଆରମ୍ଭ ହେଉଥିଲା ।


ରାଜ୍ୟପାଳ ପହଞ୍ଚିବା ପରେ ତାମିଲ ଭାଷାରେ କେବଳ ରାଜ୍ୟର ସଙ୍ଗୀତ ଗାନ କରାଯାଇଥିଲା । କିନ୍ତୁ ଜାତୀୟ ସଙ୍ଗୀତ ଗାନ କରାଯାଇ ନଥିଲା । ଏଥିରେ ରାଜ୍ୟପାଳ ଆରଏନ ରବି ଭୀଷଣ ଅସନ୍ତୋଷ ହୋଇ ତାଙ୍କ ଅଭିଭାଷଣ ଦେଇନଥିଲେ । ଜାତୀୟ ସଙ୍ଗୀତକୁ ସମ୍ମାନ ଦେବା ପ୍ରଥମ କର୍ତ୍ତବ୍ୟ ବୋଲି ସମ୍ବିଧାନରେ ଉଲ୍ଲେଖ ରହିଛି । ଏହାର ଅପମାନକୁ କୌଣସି ପରିସ୍ଥିତିରେ ସହ୍ୟ କରାଯିବ ନାହିଁ ବୋଲି ତାମିଲନାଡୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
National anthem insulted in Tamil Nadu Assembly | Argus News