Videos
|
National

କ'ଣ ଲୁଚାଇବାକୁ ଚାହୁଛି କିଟ୍‌ ?

Jyoti Prakash Mallick
Browse all articles by Jyoti Prakash Mallick
·1 year ago·3 min read
କ'ଣ ଲୁଚାଇବାକୁ ଚାହୁଛି କିଟ୍‌ ?

କିଟ୍ ବିଶ୍ବବିଦ୍ୟାଳୟରେ ନେପାଳ ଛାତ୍ରଛାତ୍ରୀଙ୍କୁ ମାଡ ମରାଯିବା ଘଟଣାରେ ସାରା ବିଶ୍ବ ଆଗରେ ନିନ୍ଦିତ ହେଉଛି ଭାରତ। ମଣିଷ ଗଢା କାରଖାନା କୁହାଯାଉଥିବା ଅନୁଷ୍ଠାନର ଅମଣିଷ କାର୍ଯ୍ୟ ପାଇଁ ପ୍ରତିଷ୍ଠା ହରାଇଲା ରାଜ୍ୟ। କିଟ୍‌ର କଳଙ୍କିତ କାର୍ସାଦୀ ନେଇ ନେପାଳ ସମେତ ସାରା ବିଶ୍ବରେ ଛାତ୍ରୀଛାତ୍ରୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି।


ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରି ଟ୍ବିଟ କରିବା ପରେ ବିଶ୍ବ ସ୍ତରରେ ଘଟଣାକୁ ନିନ୍ଦା କରାଯାଉଛି। କିଟ୍ ବିଶ୍ବବିଦ୍ୟାଳୟର କର୍ମଚାରୀ ଓ ସକ୍ୟୁରିଟି ଗାର୍ଡ ଛାତ୍ରୀଛାତ୍ରଙ୍କୁ ମାଡ ମାରିବା ସହ ଦୁର୍ବ୍ୟବାର କରିବା ଭିଡିଓ ଆସିବା ପରେ ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଏହାକୁ ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସବୁଠୁ ଅଧିକ ଚର୍ଚ୍ଚା ହେଉଛି କେଉଁ ପରିପ୍ରେକ୍ଷୀରେ ଆଉ କେଉଁ ମାନସିକତା ଆଧାରରେ ଛାତ୍ରଛାତ୍ରୀଙ୍କୁ ଅଖିଆ ଅପିଆ ଜୋର ଜବରଦସ୍ତ ହଷ୍ଟେଲରୁ ନେଇ କଟକରେ ଛାଡି ଦିଆଗଲା ? ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗକୁ ସୂଚନା ଦିଆଯାଇଛି କି ନା ? କେଉଁ କଥା ଲୁଚାଇବାକୁ ଏମିତି ଆଭିମୁଖ୍ୟ ଗ୍ରହଣ କଲା କିଟ୍‌ ?


ଯେଉଁ ଅନୁଷ୍ଠାନକୁ ଭରସା କରି ବିଶ୍ବରୁ ୬୦ ରୁ ଅଧିକ ଦେଶର ଛାତ୍ରଛାତ୍ରୀ ନିଜର ଭବିଷ୍ୟତ ଗଢିବାକୁ ଭୁବେନଶ୍ବର ଆସୁଛନ୍ତି ସେ ଅନୁଷ୍ଠାନ ନିଜେ ଯଦି ଛାତ୍ରୀଛାତ୍ରଙ୍କ ସ୍ବରକୁ ଚାପିବାକୁ ଏଭଳି କୁତ୍ସିତ ପନ୍ଥା ଆପଣାଇବ ତେବେ ଏଥିପାଇଁ ଦାୟୀ କିଏ ହେବ ବୋଲି ଉତ୍ତର ଅପେକ୍ଷାରେ ସମସ୍ତେ।


ଦେଶର ବହୁ ପ୍ରତିଷ୍ଠିତ ବ୍ୟକ୍ତି ରାଜନେତା କିଟ୍ ଭଳି ଆନ୍ତର୍ଜାତୀୟ ସ୍ତରର ଏଭଳି ଆଚରଣ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସୁପ୍ରିମେକାର୍ଟର ବରିଷ୍ଠ ଆଇନଜୀବୀ ପ୍ରଣଭ ଆରୋରା ଏକ ଏକ ଟ୍ବିଟକୁ ରିଟ୍ବିଟ କରି ଲେଖିଛନ୍ତି ଏହା ଏକ ଚିନ୍ତାର ବିଷୟ, ଏହା ଏକ ଗମ୍ଭୀର ଚିନ୍ତାର ବିଷୟ। ମୁଁ ଏହି ପ୍ରସଙ୍ଗରେ ୟୁଜିସି କମିଟି ନିକଟରେ ଅଭିଯୋଗ କରିବି। ଘଟଣାରେ ଜାତୀୟ ମାନବାଧିକାର କମିଶନ ତୁରନ୍ତ ହସ୍ତେକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।



ସେହିଭଳି ନ୍ୟାନନାଲ ଷ୍ଟୁଡେଣ୍ଟସ ୟୁନିୟନର ସଭାପତି ଭରୁଣ ଚୌଧୁରୀ ଘଟଣାକୁ ଆଶ୍ଚର୍ଯ୍ୟଜବକ ବୋଲି ଲେଖିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ସୁନିଶ୍ଚିତ କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କରଙ୍କୁ ନିବେଦନ କରିଛନ୍ତି।



ଗତ ୧୬ ତାରିଖ ରବିବାର କିଟ୍‌ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା ନେପାଳର ଇଞ୍ଜିନିୟରିଂ ଛାତ୍ରୀ ପ୍ରକ୍ରିତି ପ୍ରକ୍ରିତି ଲାମସାଲଙ୍କ ମୃତ ଦେହ। ଘଟଣାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରୀଙ୍କ ମୃତ୍ୟୁର କାରଣ ପ୍ରେମ ବୋଲି କୁହାଯାଉଥିବା ବେଳେ ତାଙ୍କର ଲାପଟପ ମୋବାଇଲ୍ ଆଦି ହସ୍ତାନ୍ତର କରିବାକୁ ଛାତ୍ରୀଛାତ୍ର ଓନ୍ଦାଳନ କରି ଅଡି ବସିଥିଲେ। ଉତ୍ତେଜନା ପରେ କର୍ତ୍ତୃପକ୍ଷ ପ୍ରାୟ ହଜାରେ ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଛାଡ଼ିବାକୁ କହିଥିଲେ । ପ୍ରତିବାଦ କରିବାକୁ କଲେଜର ସିକ୍ୟୁରିଟି ଗାର୍ଡଙ୍କ ସମେତ କିଛି କର୍ମଚାରୀ ଛାତ୍ରଙ୍କୁ ମାଡ ମାରଥିଲେ। ଏହା ପରେ ଗୋଟିଏ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସୁଛି, କେଉଁଥିରେ ଛାତ୍ରଙ୍କୁ ମାଡ ହେଉଛି ତ ଆଉ କେଉଁଠି ଚୁପ ରହିବାକୁ ପରୋକ୍ଷରେ ଧମକ ଦିଆଯାଉଛି।


ସେନ୍ଦହରେ ଏବେ ବିଶ୍ବ ବିଦ୍ୟାଳୟର ପରିଚାଳନା କମିଟି ଓ ମୁଖ୍ୟଙ୍କ ଭୂମିକା। କୁହାଯାଉଛି ପ୍ରକ୍ରିତି ଲାମସାଲ ପୁରୁଷ ବନ୍ଧୁ ତାଙ୍କୁ ଖରାପ ବ୍ୟବହାର କରୁଥିବା ନେଇ ସେ କତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ। ହେଲ ଏଥିରେ କୌଣସି ସୁଫଳ ମିଳିନଥିଲା।