|
logo
Live
Argus News App
GET APP

Argus News - ଆଜି `ଜାତୀୟ ଦୁଗ୍ଧ ଦିବସ': ହଜାର ହଜାର ଗ୍ରାମୀଣ ମହିଳା ଦୁଗ୍ଧ ଉତ୍ପାଦନ କରି ଆତ୍ମନିର୍ଭରଶୀଳ

National

National Milk Day / ଆଜି `ଜାତୀୟ ଦୁଗ୍ଧ ଦିବସ': ହଜାର ହଜାର ଗ୍ରାମୀଣ ମହିଳା ଦୁଗ୍ଧ ଉତ୍ପାଦନ କରି ଆତ୍ମନିର୍ଭରଶୀଳ

Rashmita Mishra
Browse all articles by Rashmita Mishra
·4 months ago·2 min read
ଆଜି `ଜାତୀୟ ଦୁଗ୍ଧ ଦିବସ': ହଜାର ହଜାର ଗ୍ରାମୀଣ ମହିଳା ଦୁଗ୍ଧ ଉତ୍ପାଦନ କରି ଆତ୍ମନିର୍ଭରଶୀଳ

Key Points

ଆଜି `ଜାତୀୟ ଦୁଗ୍ଧ ଦିବସ' ।
ହଜାର ହଜାର ଗ୍ରାମୀଣ ମହିଳା ଦୁଗ୍ଧ ଉତ୍ପାଦନ କରି ଆତ୍ମନିର୍ଭରଶୀଳ । 
'ମିଲ୍କ ମିଶନ' ପ୍ରକଳ୍ପରେ ମହିଳାମାନେ ମୁଖ୍ୟଭୂମିକାରେ । 

ଆଜି `ଜାତୀୟ ଦୁଗ୍ଧ ଦିବସ' । ଏହି ଦିବସ କେବଳ ପୋଷଣ ବିଷୟକ ସଚେତନତା ଦିବସ ନୁହେଁ, ବରଂ ଏହା ଏକ ସାମାଜିକ ପରିବର୍ତ୍ତନର ପର୍ଯ୍ୟାୟ ପାଲଟିଛି । ଯେଉଁଥିରେ ହଜାର ହଜାର ଗାଁ'ର ମହିଳା ଦୁଗ୍ଧ ଉତ୍ପାଦନ ଏବଂ ଡାୟରୀ ବ୍ୟବସାୟର ମୁଖ୍ୟ ଚାଳକ ଭାବରେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।

ଓଡ଼ିଶା ସରକାରଙ୍କ ପଶୁପାଳନ ବିଭାଗ ଏବଂ 'ମିଲ୍କ ମିଶନ' ପ୍ରକଳ୍ପ ସହିତ ବିଭିନ୍ନ ଡାୟରୀ ଉନ୍ନୟନ କାର୍ଯ୍ୟକ୍ରମ ମହିଳାଙ୍କୁ କେନ୍ଦ୍ରବିନ୍ଦୁରେ ରଖି କାର୍ଯ୍ୟକରୁଛନ୍ତି । ରାଜ୍ୟର ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ୱ ଡାୟରୀ ସହକାରିତା ସମିତିରେ ମହିଳାମାନେ ନେତୃତ୍ୱ ନେଉଛନ୍ତି ।

ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହିଳାଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା । ଏହି ଆୟର ସିଧାସଳଖ ପ୍ରଭାବ ପଡ଼ିଛି ପାରିବାରିକ ଜୀବନ ଉପରେ । ଏସମସ୍ତ କେବଳ ମୋଦି ସରକାରଙ୍କ ପାଇଁ ସମ୍ଭବ ହୋଇପାରିଛି । ତେଣୁ "ଜାତୀୟ ଦୁଗ୍ଧ ଦିବସ" ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହିଳାମାନେ ।

କିନ୍ତୁ ବର୍ତ୍ତମାନ ସମୟରେ ଆମେମାନେ ଯେଉଁ କ୍ଷୀର ପିଉଛନ୍ତି ତାହା ବିଷ । ଗାଈ ପାଖରୁ ଅଧିକ କ୍ଷୀର ବାହାରିବା ପାଇଁ ଚାଷୀ ପହ୍ନାରେ ଔଷଧ ଫୋଡୁଛି । ଯାହାର ନାଁ ହେଲା ଅକ୍ସିଟୋସିନ୍‌ । ଅକ୍ସିଟୋସିନ୍‌ ଦିଆଯାଇ ଅପ୍ରାକୃତିକ ଭାବରେ ବାହାର କରାଯାଉଥିବା କ୍ଷୀର ଅମୃତ ନୁହେଁ ବରଂ ବିଷରେ ପରିଣତ ହେଉଛି ।  ୨୦୧୮ରେ କେନ୍ଦ୍ର ସରକାର ପକ୍ଷରୁ ଅକ୍ସିଟୋସିନ୍‌କୁ ବ୍ୟାନ୍‌ କରାଯାଇଛି । ଅକ୍ସିଟୋସିନ ମିଶା କ୍ଷୀର ପିଇଲେ ଏହା ଶରୀରରେ କୁପ୍ରଭାବ ପକାଇଥାଏ । ପ୍ରତିଦିନ ବୁନ୍ଦାଏ କ୍ଷୀରରେ ଆମେ ପାଟିକୁ ଜହର ନେଉଛୁ । ଏକଥା ନୁହେଁ ଯେ ସବୁ ଗାଈ ପାଳୁଥିବା କିମ୍ବା ଦୁଗ୍ଧଚାଷୀ ଏହି କାମ କରୁଛନ୍ତି । କେତେକ ଅସାଧୁ ଚାଷୀ ଏହି ଔଷଧ ବ୍ୟବହାର କରୁଛନ୍ତି । ଯାହାର କୁପରିଣାମ ଲୋକେ ଭୋଗୁଛନ୍ତି ।

ଅହୁରି ମଧ୍ୟ ଅନେକ ମସୟରେ ନକଲି କ୍ଷୀର ତିଆରି ହୋଇ ବଜାରରେ ବିକ୍ରି ହୋଉଛି । ଯାହାକୁ ଛୋଟ ପିଲାଠୁ ଆରମ୍ଭ କରି ବୁଢ଼ା-ବୁଢ଼ୀ ପର୍ଯ୍ୟନ୍ତି ଖାଉଛନ୍ତି । ଏହା ଶରୀରକୁ ପୋଷଣ ଦେବା ବଦଳରେ କ୍ଷତି କରାଇଥାଏ । ସେଥିରେ ଲୁଣ, ପାଉଡର୍ ଓ ଏକ କେମିକାଲ ଅପମିଶ୍ରିତ କରି ନକଲି କ୍ଷୀର ପ୍ରସ୍ତୁତ କରାଯାଉଛି । ଏପରି ପ୍ରସ୍ତୁତ ପରେ ଏହି କ୍ଷୀରକୁ ନାମୀଦାମୀ କମ୍ପାନୀର ନାଁ କହି ବିକ୍ରି କରାଯାଉଛି ।

ଅଧିକ ପଢ଼ନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
National Milk Day: ଆଜି `ଜାତୀୟ ଦୁଗ୍ଧ ଦିବସ': ହଜାର ହଜାର ଗ୍ରାମୀଣ ମହିଳା ଦୁଗ୍ଧ ଉତ୍ପାଦନ କରି ଆତ୍ମନିର୍ଭରଶୀଳ | Argus News