Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୪୫ଟି ପଞ୍ଚାୟତିରାଜ ସଂସ୍ଥାକୁ ଜାତୀୟ ପଞ୍ଚାୟତ ପୁରସ୍କାର

National

୪୫ଟି ପଞ୍ଚାୟତିରାଜ ସଂସ୍ଥାକୁ ଜାତୀୟ ପଞ୍ଚାୟତ ପୁରସ୍କାର

Smruti Parija
Browse all articles by Smruti Parija
·1 year ago·1 min read
୪୫ଟି ପଞ୍ଚାୟତିରାଜ ସଂସ୍ଥାକୁ ଜାତୀୟ ପଞ୍ଚାୟତ ପୁରସ୍କାର

ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀ ବିଜ୍ଞାନ ଭବନରେ ବିଭିନ୍ନ ବର୍ଗରେ ୪୫ଟି ପଞ୍ଚାୟତିରାଜ ସଂସ୍ଥାକୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୋଟ୍‌ ୭ଟି ବର୍ଗରେ ପୁରସ୍କୃତ ହୋଇଛି ଓଡ଼ିଶା । ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲା ଦୁଇଟି ପଞ୍ଚାୟତକୁ ମିଳିଛି ପୁରସ୍କାର । ଛତ୍ରପୁର ଶ୍ରେଷ୍ଠ ବ୍ଲକ୍‌ ଏବଂ କୋରାପୁଟ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ପୁରସ୍କାର ପାଇଛନ୍ତି ।

ଅଧିକ ପଢନ୍ତୁ: ଜାତୀୟ ପଞ୍ଚାୟତ ପୁରସ୍କାରରେ 7ଟି ପୁରସ୍କାର ପାଇବ ଓଡିଶା
ଓଡ଼ିଶାର ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଜାତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ତେବେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକର କେଳୁଆପଲ୍ଲିକୁ ସୁସ୍ଥ ପଞ୍ଚାୟତ ଭାବେ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଆତ୍ମନିର୍ଭରଶୀଳ ଭିତ୍ତିଭୂମି ନିର୍ମାଣ ପାଇଁ ହିଞ୍ଜିଳିକାଟୁ ବ୍ଲକ ସାହାପୁର ପଞ୍ଚାୟତ ସାରା ଦେଶରେ ଦ୍ବିତୀୟ ସ୍ଥାନ ହାସଲ କରିଛି ।


‘ପୁରସ୍କାରପ୍ରାପ୍ତ ପଞ୍ଚାୟତ ଗୁଡ଼ିକର କାର୍ଯ୍ୟ ଉପରେ ଶ୍ରେଷ୍ଠ ଅଭ୍ୟାସ’ ଶୀର୍ଷକ ପୁସ୍ତିକା ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ପଞ୍ଚାୟତକୁ ସଶକ୍ତ କରିଛି ଭାରତର ସମ୍ବିଧାନ । ମେରୀ ପଞ୍ଚାୟତ ଆଜି କୃଷକ ମାନଙ୍କ ହିତରେ କାର୍ଯ୍ୟ କରୁଛି । ଆଜି ପଞ୍ଚାୟତ ଦ୍ରୁତି ଗତିରେ ବିକଶିତ ହେଉଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
National Panchayat Awards presented to 45 Panchayati Raj Institutions from various walks of life at Vigyan Bhawan, New Delhi | Argus News