National Press Day / ଆଜି ଜାତୀୟ ପ୍ରେସ ଦିବସ

Key Points
ଏହି ଦିନଟି ଗଣମାଧ୍ୟମର ସ୍ଵାଧୀନତା ଏବଂ ସମାଜ ପ୍ରତି ଦାୟିତ୍ୱର ପ୍ରତୀକ ଅଟେ ।
ଏହି ଦିନ ହିଁ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ କାର୍ଯ୍ୟ ଆରମ୍ଭ କରିଥିଲା ।
ଜାତୀୟ ପ୍ରେସ ଦିବସ ପ୍ରତିବର୍ଷ ୧୬ ନଭେମ୍ବରରେ ଦେଶରେ ପାଳନ କରାଯାଏ । ଏହି ଦିନଟି ଗଣମାଧ୍ୟମର ସ୍ଵାଧୀନତା ଏବଂ ସମାଜ ପ୍ରତି ଦାୟିତ୍ୱର ପ୍ରତୀକ ଅଟେ । ଏହି ଦିନ ହିଁ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ କାର୍ଯ୍ୟ ଆରମ୍ଭ କରିଥିଲା । ଯଦିଓ ସମଗ୍ର ବିଶ୍ୱରେ ଅନେକ ପ୍ରେସ ଏବଂ ମିଡିଆ କାଉନସିଲ ଅଛି, ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି ।
ବାସ୍ତବରେ, ପ୍ରଥମ ପ୍ରେସ୍ କମିଶନ ଭାରତରେ ଖବରଦାତାଙ୍କ ସ୍ଵାଧୀନତାକୁ ସୁରକ୍ଷା ଦେବା ଏବଂ ସାମ୍ବାଦିକତାରେ ଉଚ୍ଚ ମାନର ଲକ୍ଷ୍ୟ ରଖି ଏକ ପ୍ରେସ କାଉନସିଲ ଗଠନ କରିଥିଲେ । ଏହାର ଫଳ ସ୍ଵରୂପ ୪ ଜୁଲାଇ ୧୯୬୬ରେ ଭାରତରେ ପ୍ରେସ୍ କାଉନସିଲ ପ୍ରତିଷ୍ଠା କରାଯାଇଥିଲା । ୧୬ ନଭେମ୍ବର ୧୯୬୬ରୁ ଏହାର ଆଇନଗତ କାର୍ଯ୍ୟ ଆରମ୍ଭ କରିଥିଲା। ସେବେଠାରୁ ଦେଶରେ ନଭେମ୍ବର ୧୬କୁ ପ୍ରତିବର୍ଷ ଜାତୀୟ ଗଣମାଧ୍ୟମ ଦିବସ ଭାବେ ପାଳନ କରାଯାଏ। ଏହି ଦିନଟି ପ୍ରେସ ସ୍ବାଧୀନତା ଏବଂ ଦାୟିତ୍ୱ ପ୍ରତି ଆମର ବିଶେଷ ଧ୍ୟାନ ଆକର୍ଷଣ କରିଥାଏ ।
ଏହି ଦିନଟି ପ୍ରେସ ସ୍ଵାଧୀନତା ଏବଂ ଦାୟିତ୍ୱ ପ୍ରତି ଆମର ବିଶେଷ ଧ୍ୟାନ ଆକର୍ଷଣ କରିଥାଏ। ଦେଶର ସାମ୍ବାଦିକମାନେ ଯେପରି କୌଣସି ବାହ୍ୟ ଶକ୍ତି ଦ୍ୱାରା ପ୍ରଭାବିତ ନହେବେ ସେଥିପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆ କାମ କରୁଛି । ଦେଶର ସାମ୍ବାଦିକମାନେ ଯେପରି କୌଣସି ବାହ୍ୟ ଶକ୍ତି ଦ୍ୱାରା ପ୍ରଭାବିତ ନହେବେ ସେଥିପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆ କାମ କରୁଛି । ତେଣୁ ନଭେମ୍ବର ୧୬କୁ ପ୍ରତି ବର୍ଷ ଜାତୀୟ ପ୍ରେସ ଦିବସ ଭାବରେ ପାଳନ କରାଯାଏ । ସାମାଜିକ ବିକାଶରେ ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ । ପ୍ରତିକୂଳ ବ୍ୟବସ୍ଥା ସତ୍ତ୍ୱେ ସାମ୍ବାଦିକମାନେ ଜନସ୍ୱାର୍ଥ ପାଇଁ ଲଢେଇ କରୁଛନ୍ତି । ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଏ ।
ଦେଶର ପ୍ରଥମ ସମ୍ବାଦପତ୍ର ‘ବେଙ୍ଗଲ ଗେଜେଟ୍’ ୧୭୮୦ ମସିହାରେ ଜେମ୍ସ ଅଗଷ୍ଟସ୍ ନିକିଙ୍କ ଦ୍ୱାରା ପ୍ରକାଶ ପାଇବା ପରଠାରୁ ଜନସାଧାରଣଙ୍କ ସଶକ୍ତିକରଣ ଲାଗି ସମ୍ବାଦପତ୍ର ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ସାମ୍ବାଦିକତାର ମୌଳିକ ନୀତି ହେଉଛି ପାଠକ ଓ ଦର୍ଶକଙ୍କ ନିକଟରେ ସତ୍ୟ, ବସ୍ତୁନିଷ୍ଠ, ସଠିକ ନିରପେକ୍ଷ ସୂଚନା ପହଞ୍ଚାଇବା । ତେବେ ଏହି ପରିପ୍ରେକ୍ଷୀରେ ଜାତୀୟ ପ୍ରେସ୍ ଦିବସ ପାଳନ ଅନେକ ଗୁରୁତ୍ୱ ବହନ କରେ ।‘ପ୍ରେସ୍ କାଉନ୍ସିଲ୍ ‘ ହେଉଛି ସମ୍ବାଦପତ୍ରର ନୈତିକ ପ୍ରହରୀ ।
ଯଦି କୌଣସି ବ୍ୟକ୍ତିଙ୍କୁ ଖବରକୁ ନେଇ ଆପତ୍ତି ଥାଏ ତେବେ ସେ ପ୍ରେସ୍ କାଉନ୍ସିଲ୍ ନିକଟରେ ଅଭିଯୋଗ କରି ପାରିବେ । ଅପରପକ୍ଷେ ଯେକୌଣସି ସମ୍ବାଦପତ୍ର ମଧ୍ୟ ସରକାର ବା ଅନ୍ୟ କାହାର ଅବାଞ୍ଛିତ ହସ୍ତକ୍ଷେପ ବଳପ୍ରୟୋଗ ଓ କଟକଣା ଆଦି ବିରୋଧରେ ଅଭିଯୋଗ କରିପାରିବେ । ସାମ୍ବାଦିକମାନେ ହେଲେ ସମାଜର ଜାଗ୍ରତ ପ୍ରହରୀ । ଯଦି ଜାଗ୍ରତ ପ୍ରହରୀ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୁଏ ତେବେ ସମାଜ ଆଗକୁ ବଢିପାରେ ନାହିଁ । ନିରପେକ୍ଷ ଓ ନିର୍ଭୀକ ସମ୍ବାଦ ପରିବେଷଣ ସବୁ ସାମ୍ବାଦିକଙ୍କ ଆଭିମୁଖ୍ୟ ହେବା ଉଚିତ୍ ।
📱 Get Argus News App
✨Related Topics
Explore more stories