Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତୀୟ ସଶସ୍ତ୍ରବାହିନୀକୁ ସୁଦୃଢ କରୁଛି ଅଗ୍ନିପଥ

Manini Pattanayak
Browse all articles by Manini Pattanayak
·1 year ago·3 min read
ଭାରତୀୟ ସଶସ୍ତ୍ରବାହିନୀକୁ ସୁଦୃଢ କରୁଛି ଅଗ୍ନିପଥ

ନୂଆଦିଲ୍ଲୀ / ଭୁବନେଶ୍ୱର:  ରାସ୍ତାରୁ ନେଇ ସଂସଦ ପର୍ଯ୍ୟନ୍ତ ଅଗ୍ନିବୀର ଯୋଜନାକୁ ନେଇ ବିବାଦ ଲାଗି ରହିଛି । ଏହାରି ମଧ୍ୟରେ ବିରୋଧୀଙ୍କୁ କଡା ଜାବବ ଦେଇଛନ୍ତି ମୁଖ୍ୟ ପରାମର୍ଶଦାତା ଲେଫ୍ଟ ଜେନେରାଲ ବିନୋଦ ଜି ଖଣ୍ଡାରେ । ଜାତୀୟ ସୁରକ୍ଷା ପାଇଁ  ଅଗ୍ନିବୀର ଯୋଜନା ଏକ ଅସ୍ତ୍ର  କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଯୋଜନା ମାଧ୍ୟମରେ ଦକ୍ଷ, ବୈଷୟିକ ଜ୍ଞାନ ଯୁକ୍ତ ଯୁବକମାନେ ପ୍ରବେଶ କରୁଥିବାରୁ ଏହା ଭାରତୀୟ ସଶସ୍ତ୍ର ବାହିନୀକୁ  ଯଥେଷ୍ଟ ନବୀକରଣ କରୁଛି ବୋଲି ମୁଖ୍ୟ ପରାମର୍ଶଦାତା ଲେଫ୍ଟ ଜେନେରାଲ ବିନୋଦ ଜି ଖଣ୍ଡାରେ କହିଛନ୍ତି ।  
କଂଗ୍ରେସ ନେତା ରାହୁଲ ଗାନ୍ଧୀ  ଏବଂ ଅଖିଳେଶ ଯାଦବଙ୍କ ସଂସଦରେ ଅଗ୍ନିବୀରକୁ ନେଇ ଯେଉଁ ଯୁକ୍ତି ବାଢିଥିଲେ, ଏନଡିଏ ସରକାରଙ୍କୁ ଦେଶର ସଶସ୍ତ୍ର ବାହିନୀରେ ଅନୁଷ୍ଠାନିକ "ଭେଦଭାବ" କରିଛନ୍ତି ବୋଲି ଅଭିଯୋଗ ଆଣିଥିଲେ, ତାହାର ଜବାବ ଦେଇଛନ୍ତି ମୁଖ୍ୟ ପରାମର୍ଶଦାତା ଲେଫ୍ଟ ଜେନେରାଲ ବିନୋଦ ଜି ଖଣ୍ଡାରେ  । 

ସୂଚନାମୁତାବକ,  ଭାରତୀୟ ପ୍ରତିରକ୍ଷା ବାହିନୀରେ ସୈନିକଙ୍କ ହାରାହାରି ବୟସ 32 ରଖାଯାଇଛି ।  ଯାହା ଅଗ୍ନିବୀର ସ୍କିମ୍ ମାଧ୍ୟମରେ 26 କୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଆଉ ଏହି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିରୋଧୀ । ତେବେ ସଶସ୍ତ୍ର ବାହିନୀ ପାଇଁ ଜଣେ ସୈନିକଙ୍କ ହାରାହାରି  ବୟସ ହ୍ରାସ କରିବା କାହିଁକି ଗୁରୁତ୍ୱପୂର୍ଣ୍ଣ ତାହା ଖଣ୍ଡାରେ  ସ୍ପଷ୍ଟ କରିଛନ୍ତି ।   ସେ କହିଛନ୍ତି  ଯେ ଜଣେ ତାଲିମପ୍ରାପ୍ତ ଯୁବ ସୈନିକ ସାଇବର ଯୁଦ୍ଧ ଭଳି  ଆହ୍ୱାନ ଗ୍ରହଣ କରିବାରେ ଅଧିକ ସକ୍ଷମ ହେବେ, ଯାହା ଦେଶର ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ।  
ଲେଫ୍ଟ ଜେନେରାଲ  ଖଣ୍ଡାରେ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ୱ ସଶସ୍ତ୍ର ବାହିନୀର ତୁଳନାରେ  ଆମ ଦେଶର ସୈନିକଙ୍କ ବୟସ ଅଧିକ ଥିଲା । ଯାହା ଦେଶ ସୁରକ୍ଷା ଦିଗରେ କାର୍ଯ୍ୟ କ୍ଷମତାକୁ ପ୍ରଭାବିତ କରିବାରେ ଅଧିକ ବାଧା ସୃଷ୍ଟି କରୁଥିଲା । 

ତେଣୁ ସୈନିକମାନଙ୍କର ହାରାହାରି ବୟସ 32 ରୁ 26 ବର୍ଷକୁ ହ୍ରାସ କରିବାକୁ ଚେଷ୍ଟା ଚାଲିଛି । ଏହାଦ୍ୱାରା ଭାରତୀୟ ସେନାଙ୍କ  କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ ।  କମ ବୟସର ସୈନିକମାନେ  ଅଧିକ ଦକ୍ଷ ସହ ଚତୁର । ଯାହାଦ୍ୱାରା ଅତି ସହଜରେ ନୂତନ ଜ୍ଞାନକୌଶଳକୁ ସେମାନେ ଶିଖି ନେଇଥାନ୍ତି । ଏବଂ ସେମାନଙ୍କୁ ଯେ କୌଣସି କଠୋର କାର୍ଯ୍ୟରେ ନିୟୋଜିତ କରାଯାଇପାରିବ । କମ୍ ବୟସର ସୈନିକମାନେ କଠୋର ପ୍ରଶିକ୍ଷଣ,  ବୈଷୟିକ  କୌଶଳ ଏବଂ ଉନ୍ନତ ଯୁଦ୍ଧ ଶୈଳୀ ସହଜରେ ଗ୍ରହଣ କରିନେଇଥାନ୍ତି । ଯେଉଁଥିପାଇଁ ସେମାନେ ବିଭିନ୍ନ ଚ୍ୟାଲେଞ୍ଜମୂଳକ ପରିସ୍ଥିତିକୁ ସାମ୍ନା କରିବାରେ ସଫଳ ହୋଇଥାନ୍ତି । 

ଏତଦ୍‌ବ୍ୟତୀତ, ଆଗ୍ନିବୀର ସ୍କିମ୍ ମାଧ୍ୟମରେ ଭାରତରେ ଏକ ବଡ଼ ସଂରକ୍ଷଣବାଦୀ ଶକ୍ତି ରହିବ । ଯାହାକୁ  ଶତ୍ରୁ  ଚୀନ୍ ଏବଂ ପାକିସ୍ତାନକୁ ଅତି ସହଜରେ ଦମନ କରିପାରିବ ।  ତିନି ବର୍ଷ ଧରି ଚାଲିଥିବା ଋଷିଆ-ୟୁକ୍ରେନ ଯୁଦ୍ଧ ଏହାର ଏକ ପ୍ରମୁଖ ଉଦାହରଣ ଯେ ଏହିପରି  ପରିସ୍ଥିତି ପାଇଁ  ଭାରତକୁ  ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବାକୁ ପଡିବ । ଏଭଳି ପରିସ୍ଥିତିରେ ଅଗ୍ନିବୀରଙ୍କ  ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭୌଗୋଳିକ ରୀଜନୈତିକ ତିକ୍ତତା, ଆତଙ୍କବାଦ, ସାଇବର ଧମକ ଏବଂ  ବୈଷୟିକ ପ୍ରଗତିର ଏହି ପରିବର୍ତ୍ତନ ଜରୁରୀ ବୋଲି   କହିଛନ୍ତି ଖଣ୍ଡାରେ ।  ସେ ଆହୁରି ମଧ୍ୟ କହିଛନ୍ତି  ବୈଷୟିକ ଦକ୍ଷତା ଥିବା ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତି ଉପରେ ଏହି ଯୋଜନାର ଗୁରୁତ୍ୱ ରହିଛି  । ସଶସ୍ତ୍ର ବାହିନୀ ସାମରିକ ଟେକ୍ନୋଲୋଜିର ଅଗ୍ରଭାଗରେ ରହି ବୀରମାନଙ୍କ କାର୍ଯ୍ୟକ୍ଷମତା ବୃଦ୍ଧି କରିବ । 
ଭାରତୀୟ ସେନା ଶନିବାର ସୋସିଆଲ ମିଡିଆ ପ୍ରଶିକ୍ଷଣର ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସୈନିକଙ୍କର କଠିନ ପରିଶ୍ରମ ଦେଖିବାକୁ ମିଳିଥିଲା । ଯେଉଁଥିରେ ଜଣେ ସେନା ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଜଣେ ସୈନିକର ଯାତ୍ରା ଏତେ ସହଜ ନୁହେଁ । ସେ କେତେ ସାହସୀ ଓ କେତେ କୁଶଳୀ ଏହି ଭିଡିଓ ତାହା ପ୍ରତିଫଳିତ କରୁଛି । ତାଲିମରେ ସେମାନେ ବିଭିନ୍ନ ବାଧାବିଘ୍ନକୁ ସହ୍ୟ କରିବା ଏବଂ  ଦେଶ ସହିତ ସେବା କରିବା ପାଇଁ ଆଗ୍ନିବୀରଙ୍କ ଉତ୍ସର୍ଗୀକୃତତା ଏବଂ ସ୍ଥିରତା  ଏହା ପ୍ରମାଣ କରୁଛି । ତେବେ ଆଗ୍ନିବୀରର ସ୍କିମ୍ 17-21 ବର୍ଷ ବୟସର ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତି ଦେବା ପାଇଁ ଲକ୍ଷ୍ୟ ରହିଛି।    

ସଂସଦରେ  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  କହିଛନ୍ତି ଯେ, ଏହି ଯୋଜନା ସଶସ୍ତ୍ର ବାହିନୀର ପରାମର୍ଶ କ୍ରମେ କାର୍ଯ୍ୟକାରୀ ହୋଇଛି ଏବଂ ଏଥିରେ  କୌଣସି ବିଭ୍ରାଟ ହେବ ନାହିଁ । ସୂଚନାମୁତାବକ,  ସ୍ଥଳ ସେନା, ନୌସେନା ଏବଂ ବାୟୁସେନାରେ ସୈନ୍ୟମାନଙ୍କ ଅର୍ଥେ  ଜୁନ୍ 2022 ରେ ଭାରତରେ ଅଗ୍ନି ଯୋଜନା ଆରମ୍ଭ କରାଯାଇଥିଲା।

ଅଧିକ ପଢନ୍ତୁ ଭାରତ ଖବର 

Sponsored
National Security Is At The Core of Agnipath Scheme | Argus News