ଜାତୀୟ ଶିକ୍ଷକ ପୁରସ୍କାର-୨୦୨୫ ପାଇଁ ମନୋନୀତ ଶିକ୍ଷକମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି ଓ ଶିକ୍ଷା ମନ୍ତ୍ରୀ

Key Points
ସମ୍ମାନଜନକ ଜାତୀୟ ପୁରସ୍କାର ପାଇଁ ଦେଶବ୍ୟାପୀ ୪୫ ଶିକ୍ଷକଙ୍କୁ ଚୟନ କରିଛି ଶିକ୍ଷା ମନ୍ତ୍ରଣାଳୟ । ତେବେ ଚଳିତ ଥର ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।
ନୂଆଦିଲ୍ଲୀ: ଆଜି ଗୁରୁ ଦିବସରେ ଜାତୀୟ ପୁରସ୍କାର ପାଇବେ ୪୫ ଶିକ୍ଷକ । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଶିକ୍ଷକଙ୍କୁ ଏହି ଜାତୀୟ ପୁରସ୍କାର ୨୦୨୫ରେ ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମ୍ମାନଜନକ ଜାତୀୟ ପୁରସ୍କାର ପାଇଁ ଦେଶବ୍ୟାପୀ ୪୫ ଶିକ୍ଷକଙ୍କୁ ଚୟନ କରିଛି ଶିକ୍ଷା ମନ୍ତ୍ରଣାଳୟ । ତେବେ ଚଳିତ ଥର ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।
ଓଡ଼ିଶାର ଦୁଇ ଶିକ୍ଷକ ହେଉଛନ୍ତି ବସନ୍ତ କୁମାର ରାଣା ଓ ତାରୁଣ କୁମାର ଦାଶ । ବସନ୍ତ କୁମାର ରାଣା ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ଅନ୍ତର୍ଗତ କୋଣ୍ଡେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି । ସେହିପରି ତାରୁଣ କୁମାର ଦାଶ କୋରାପୁଟର ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି । ଏହି ପୁରସ୍କାର ପ୍ରଦାନ ଉତ୍ସବ ଦୂରଦର୍ଶନରେ ପ୍ରସାରିତ ହେବା । ପିଏମ୍ ଶ୍ରୀ ଯୋଜନାର ୫ ଜଣ ଶିକ୍ଷକ ମଧ୍ୟ ଏହି ପୁରସ୍କାର ପାଇଁ ହୋଇଛନ୍ତି ମନୋନୀତ ।
ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପ୍ରତିବର୍ଷ ଗୁରୁ ଦିବସରେ ଏହି ଜାତୀୟ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜନ କରି ଦେଶର ଶ୍ରେଷ୍ଠ ଶିକ୍ଷକମାନଙ୍କୁ ପୁରସ୍କାର ପ୍ରଦାନ କରିଥାଏ । ଶିକ୍ଷା ବ୍ୟବସ୍ଥାରେ ଉଲ୍ଲେଖନୀୟ ଅବଦାନ ଥିବା ଶିକ୍ଷକମାନଙ୍କୁ ଚୟନ କରିବା ସହ ସେମାନଙ୍କୁ ଅବଦାନକୁ ଲୋକଲୋଚନକୁ ଆଣିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।
ଜାତୀୟ ଶିକ୍ଷକ ପୁରସ୍କାର ୨୦୨୫ ପାଇଁ ମନୋନୀତ ଶିକ୍ଷକମାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଶିକ୍ଷକ ମାନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ତେବେ ମୋଦିଙ୍କ ସାଥିରେ ଉପସ୍ଥିତ ଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ସମସ୍ତ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରାଷ୍ଟ୍ରର ଭବିଷ୍ୟତ ରଚୟିତା ଭାବରେ ଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଗୋଟିଏ ରାଷ୍ଟ୍ରୀୟ ଯୋଗଦାନ ସହ ସମାନ ବୋଲି କହିଥିଲେ ମୋଦି । ଭାରତରେ ଲକ୍ଷ ଲକ୍ଷ ଶିକ୍ଷକମାନଙ୍କର ନିଷ୍ଠା ଏବଂ ଭକ୍ତିର ସହ କର୍ତ୍ତବ୍ୟ ପରାୟଣତାକୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ।
📱 Get Argus News App
✨Some more glimpses from the interaction with PM Shri @narendramodi ji.
— Dharmendra Pradhan (@dpradhanbjp) September 4, 2025
It was a memorable experience for our National Award winning teachers. pic.twitter.com/ktk8fGxVYL
କହିଥିଲେ, ଦେଶର ଅଗ୍ରଗତି ପାଇଁ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶିକ୍ଷକମାନଙ୍କୁ ସମ୍ମାନ ଦେବା କେବଳ ଏକ ରୀତି ନୁହେଁ ବରଂ ସେମାନଙ୍କ ଜୀବନବ୍ୟାପୀ ସମର୍ପଣ ଏବଂ ପ୍ରଭାବର ସ୍ୱୀକୃତି । ଭାରତର ପ୍ରଗତିରେ ଶିକ୍ଷକମାନଙ୍କ ସ୍ଥାୟୀ ଭୂମିକାକୁ ପ୍ରଶଂସା କରି କହିଥିଲେ, ଆମ ଦେଶ ସର୍ବଦା ଗୁରୁ-ଶିଷ୍ୟ ପରମ୍ପରାକୁ ସମ୍ମାନ ଦେଇ ଆସିଛି । ଭାରତରେ, ଜଣେ ଗୁରୁ କେବଳ ଜ୍ଞାନ ପ୍ରଦାନକାରୀ ନୁହଁନ୍ତି ବରଂ ଜୀବନ ପାଇଁ ଜଣେ ମାର୍ଗ ଦର୍ଶକ ।