Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜାତୀୟ ଯୁବ ଦିବସ ପାଳନ କରୁଛି ସାରା ଦେଶ

Banajyotshna Ray
Browse all articles by Banajyotshna Ray
·2 years ago
ଜାତୀୟ ଯୁବ ଦିବସ ପାଳନ କରୁଛି ସାରା ଦେଶ

ଅର୍ଗସ ବ୍ୟୁରୋ:  ଆଜି ମହାନ ଦାର୍ଶନିକ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ।  ଜାତୀୟ ଯୁବ ଦିବସ ପାଳନ କରୁଛି ସାରା ଦେଶ । ଯୁବଗୋଷ୍ଠୀଙ୍କୁ ପ୍ରେରଣା ଦେଉଛି ସ୍ୱାମୀଙ୍କ ବାଣୀ । ଦେଶର ଭବିଷ୍ୟତକୁ ଉନ୍ନତ ତଥା ସୁସ୍ଥ କରିବାର ସାମର୍ଥ୍ୟ ନେଇ ବଢ଼ୁଛି ନୂଆ ଭାରତ । ଜାତୀୟ ଯୁବ ଦିବସ ଅବସରରେ ଆଜି ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି ।

ସ୍ଵାମୀ ବିବେକାନନ୍ଦ 12 ଜାନୁଆରୀ 1863 ମସିହାରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ସ୍ଵାମୀ ବିବେକାନନ୍ଦଙ୍କ ପ୍ରକୃତ ନାମ ଥିଲା ନରେନ୍ଦ୍ରନାଥ ଦତ୍ତ। ସେ ବେଦାନ୍ତର ଜଣେ ଉଲ୍ଲେଖନୀୟ ତଥା ପ୍ରଭାବଶାଳୀ ଆଧ୍ୟାତ୍ମିକ ଗୁରୁ ଥିଲେ । ପିଲାଟି ଦିନରୁ ସେ ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ଅଧ୍ୟୟନରେ ଭଲ ଥିବା ସତ୍ତ୍ୱେ, ସେ ଚାକିରି ଜୀବନ ପ୍ରତି ମୋହ ନକରି ସନ୍ୟାସୀ ହୋଇଥିଲେ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
National Youth Day 2024 | Argus News