Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହିମାଚଳ ପ୍ରଦେଶରେ ପ୍ରକୃତିର ଭୟଙ୍କର ତାଣ୍ଡବ: ବାଦଲଫଟା ବର୍ଷାରେ ୧୦ ମୃତ

Ritu Das
Browse all articles by Ritu Das
·1 year ago·1 min read
ହିମାଚଳ ପ୍ରଦେଶରେ ପ୍ରକୃତିର ଭୟଙ୍କର ତାଣ୍ଡବ: ବାଦଲଫଟା ବର୍ଷାରେ ୧୦ ମୃତ

Key Points

ଚାରିଆଡେ ଏବେ ମୌସୁମୀ ବର୍ଷାର ପ୍ରଭାବ

ହିମାଚଳପ୍ରଦେଶରେ ପ୍ରକୃତିର ଭୟଙ୍କର ତାଣ୍ଡବ

ଆଇଏମଡି ପକ୍ଷରୁ ୧୦ ଜିଲାକୁ ଅରେଞ୍ଜ ଆଲର୍ଟ ଜାରି

୧୬ଟି ସ୍ଥାନରେ ବାଦଲଫଟା ବର୍ଷା ଯୋଗୁ ହଠାତ ବନ୍ୟା ଏବଂ ଭୂ-ସ୍ଖଳନ ହେବାରୁ 10 ଜଣଙ୍କ ମୃତ୍ୟୁ

ଚାରିଆଡେ ଏବେ ମୌସୁମୀ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। କିନ୍ତୁ ଉତ୍ତରଭାରତ ସମେତ ଦେଶର ବହୁ ରାଜ୍ୟରେ ଭୟଙ୍କର ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି। ଆଉ ହିମାଚଳପ୍ରଦେଶରେ ପ୍ରତିବର୍ଷ ଜୁଲାଇ ମାସରେ ପ୍ରବଳ ବର୍ଷା ହୋଇଥାଏ। ଗତ ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଯୋଗୁ ଚାରିଆଡେ ଆତଙ୍କ ଖେଳାଇଛି। ୧୬ଟି ସ୍ଥାନରେ ବାଦଲଫଟା ବର୍ଷା ଯୋଗୁ ହଠାତ ବନ୍ୟା ଏବଂ ଭୂ-ସ୍ଖଳନ ହେବାରୁ 10ଜଣଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ଆଇଏମଡି ପକ୍ଷରୁ ୧୦ ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।


ଏହି ଜିଲ୍ଲା ଗୁଡିକ ହେଲା ଗ୍ବାଲିୟର, ଭିନ୍ଦ୍‌, ମୋରେନା, ସିଓପୁର, ଉମାରିଆ, ଡିଣ୍ଡୋରି, କଟ୍‌ନୀ, ଦାତିଆ, ମାଣ୍ଡ୍‌ଲା ଏବଂ ପାନ୍ନା। ଆସନ୍ତା ୨୪ଘଣ୍ଟାରେ ଏହି ଜିଲ୍ଲା ଗୁଡିକରେ ୮ ଇଞ୍ଚ ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି। ସେପଟେ ହିମାଚଳ ପ୍ରଦେଶରେ ମଧ୍ୟ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ୧୧ ଟି ସ୍ଥାନରେ ବାଦଲ ଫଟା ବର୍ଷା ଯୋଗୁଁ ବହୁ ଧନ ଜୀବନ ଧ୍ବଂସବିଧ୍ବଂସ ହେବା ସହ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଭୂସ୍ଖଳନ ଯୋଗୁଁ ବହୁ ଘର ଧସି ଯାଇଛି। ଏବେବି ୩୪ରୁ ଅଧିକ ଲୋକଙ୍କର ପତ୍ତା ମିଳୁନି। କ୍ଷତିଗ୍ରସ୍ତ ଅଞ୍ଚଳରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଗତ ୧୧ ଦିନ ହେଲା ପ୍ରବଳ ବର୍ଷା ହେଉଥିବାରୁ ଏହି ରାଜ୍ୟରେ ୩୫୬.୬୭ କୋଟି ଟଙ୍କାର କ୍ଷତି ହୋଇସାରିଲାଣି। ସୁବେ ଏବଂ ମଣ୍ଡି ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ମଣ୍ଡିରେ ଗତ ୩୨ ଘଣ୍ଟା ହେଲା ରେସକ୍ୟୁ ଅପରେସନ ଯୋଗୁ ୩୧୬ ଲୋକଙ୍କୁ ଉଦ୍ଧାର କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
natures-terrible-wrath-in-himachal-pradesh-10-dead-in-torrential-rain | Argus News