|
logo
Live
Argus News App
GET APP

Argus News - ଖୋଲିବାକୁ ଯାଉଛି ଦେଶର ସବୁଠାରୁ ମହଙ୍ଗା ଏୟାରପୋର୍ଟ

National

PM MODI / ଖୋଲିବାକୁ ଯାଉଛି ଦେଶର ସବୁଠାରୁ ମହଙ୍ଗା ଏୟାରପୋର୍ଟ

Sudeshna Mishra
Browse all articles by Sudeshna Mishra
·5 months ago·3 min read
ଖୋଲିବାକୁ ଯାଉଛି ଦେଶର ସବୁଠାରୁ ମହଙ୍ଗା ଏୟାରପୋର୍ଟ

Key Points

ଅକ୍ଟୋବର ୮, ୨୦୨୫ରେ PM ନରେନ୍ଦ୍ର ମୋଦି ନଭି ମୁମ୍ବାଇ ଆନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟର ଉଦ୍ଘାଟନ କରିବେ।

ପରିବେଶ-ସୁବିଧା: ସୋଲାର ପାୱର, ରେନ୍‌ୱାଟର୍ ରିସାଇକ୍ଲିଂ, ସସ୍ଥେନେବଲ୍ ଏଭିଏସନ୍ ଫ୍ୟୁଏଲ୍ ସିଷ୍ଟମ୍।

ପ୍ରାକୃତିକ ଆଲୋକ, ହରିତ ଲ୍ୟାଣ୍ଡସ୍କେପ୍ ଓ ସମସ୍ତଙ୍କ ପାଇଁ ସୁବିଧାଜନକ ଆକ୍ସେସିବିଲିଟି।

ଯାତ୍ରୀ ଓ କାର୍ଗୋ ଯାତାୟାତରେ ସମୟ ହ୍ରାସ ପାଇଁ ମଲ୍ଟିମୋଡାଲ୍ କନେକ୍ଟିଭିଟି।



ଦେଶର ସବୁଠାରୁ ମହଙ୍ଗା ଏୟାରପୋର୍ଟ ପ୍ରକଳ୍ପ ଖୋଲିବାକୁ ଯାଉଛି। ଅକ୍ଟୋବର ୮ ତାରିଖରେ ନଭି ମୁମ୍ବାଇ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏହାର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି। ଭାରତର ବିମାନ ଚଳାଚଳ କ୍ଷେତ୍ର ଏବେ ଏକ ନୂତନ ଅଧ୍ୟାୟରେ ପ୍ରବେଶ କରିବାକୁ ଯାଉଛି। ଆସନ୍ତା ଅକ୍ଟୋବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁଠାରୁ ମହଙ୍ଗା ଏବଂ ଆଧୁନିକ ବିମାନବନ୍ଦର ପ୍ରକଳ୍ପ-ନଭି ମୁମ୍ବାଇ ଆନ୍ତର୍ଜାତୀୟ ବିମାନବନ୍ଦର (NMIA) ର ପ୍ରଥମ ପର୍ଯ୍ୟାୟର ଉଦ୍ଘାଟନ କରିବେ। ଏହି ବିମାନବନ୍ଦର ପ୍ରକଳ୍ପର ମୋଟ ଖର୍ଚ୍ଚ ଆନୁମାନିକ ୧ ଲକ୍ଷ କୋଟି ଟଙ୍କା ହେବ।

ନଭି ମୁମ୍ବାଇ ଏୟାରପୋର୍ଟ ମୁମ୍ବାଇର ଦ୍ୱିତୀୟ ଆନ୍ତର୍ଜାତୀୟ ବିମାନ ଗେଟୱେ ଭାବେ କାମ କରିବ। ଏହା ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତୀୟ ବିମାନବନ୍ଦର (CSMIA) ଯେଉଁଠାରେ ପ୍ରତିବର୍ଷ 55 ମିଲିଅନ୍ ଯାତ୍ରୀ ଯାତାୟାତ କରନ୍ତି, ସେଠାରୁ ଅତ୍ୟଧିକ ଭିଡ଼କୁ କମାଇବ ବୋଲି ଆଶା କରାଯାଉଛି। 

ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ଓ କାର୍ଯ୍ୟସୂଚୀ

CIDCOର ଉପାଧ୍ୟକ୍ଷ ଓ ବ୍ୟବସ୍ଥାପକ ନିର୍ଦେଶକ ବିଜୟ ସିଂହଲଙ୍କ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି NMIA ସ୍ଥଳରେ ପହଞ୍ଚିବେ ଏବଂ ପ୍ରାୟ ଦୁଇ ଘଣ୍ଟା ସମୟ ପର୍ଯ୍ୟନ୍ତ ସମଗ୍ର ବିମାନବନ୍ଦରର ସୁବିଧା ଓ ବିକାଶ କାର୍ଯ୍ୟ ଦେଖିବେ।

ସେ ନୂତନ ଟର୍ମିନାଲ୍ ଭିତରେ ଓକ୍ଥ୍ରୁ କରିବେ, ବିଭିନ୍ନ ଏୟାରପୋର୍ଟ ସିଷ୍ଟମ୍‌ଗୁଡିକୁ ଅବଲୋକନ କରିବେ ଓ ଏକ ସାର୍ବଜନିକ ସଭାରେ ଭାରତର ପାଇପାଞ୍ଜିକ ଗଠନ ଓ ବିମାନ ଖେତ୍ରର ଅଗ୍ରଗତି ଉପରେ ଅଭିଭାଷଣ ଦେବେ।ଏହି ଉଦ୍ଘାଟନରେ ଆଦାନି ଗ୍ରୁପ୍, CIDCO ଓ DGCA ର ଜ୍ୟେଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତର ନୂଆ ବିଶାଳ ବିମାନ କେନ୍ଦ୍ର

ନଭି ମୁମ୍ବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ଼ ଦ୍ୱାରା ଏହି ବିମାନବନ୍ଦରଟି ଗଢ଼ାଯାଇଛି। ଯାହା ଆଦାନି ଗ୍ରୁପ୍‌ ଏବଂ CIDCO ମଧ୍ୟରେ ଏକ ଜଏଣ୍ଟ ଭେଂଚର। ସମଗ୍ର ପ୍ରକଳ୍ପ ଚାରି ପର୍ଯ୍ୟାୟରେ ସମାପ୍ତ ହେଲେ ମୋଟ ଖର୍ଚ୍ଚ ହେବ ପ୍ରାୟ ₹1 ଲକ୍ଷ କୋଟି। ସେପ୍ଟେମ୍ବରରେ ଡିଜିସିଏ ପକ୍ଷରୁ ବିମାନବନ୍ଦରକୁ ଏରୋଡ୍ରୋମ ଲାଇସେନ୍ସ ମିଳିଛି, ଯାହା ଆଧିକାରିକ ଉଡ଼ାଣ ପାଇଁ ଅନୁମୋଦନ ପାଇଲା। ଏହା ସହ ଡିସେମ୍ବର 2025 ରେ ବାଣିଜ୍ୟିକ ଉଡ଼ାଣ ଆରମ୍ଭ ହେବା ନେଇ ଆଶା କରାଯାଉଛି। 

୧,୧୬୦ ହେକ୍ଟର ଜମିରେ ଗଢ଼ିଉଠିଥିବା ଏହି ବିମାନବନ୍ଦର ସମ୍ପୂର୍ଣ୍ଣ ହେଲେ ପ୍ରତିବର୍ଷ ୯୦ ମିଲିଅନ୍ ଯାତ୍ରୀ ଓ ୩.୨୫ ମିଲିଅନ୍ ମେଟ୍ରିକ୍ ଟନ୍ କାର୍ଗୋ ସେବା ଦେବାକୁ ସକ୍ଷମ ହେବ। ପ୍ରଥମ ପର୍ଯ୍ୟାୟରେ ଟର୍ମିନାଲ୍-୧ ଓ ଗୋଟିଏ ସିଙ୍ଗଲ୍ ରନୱେ ରହିଛି, ଯାହା ଦ୍ୱାରା ପ୍ରତିବର୍ଷ 20 ମିଲିଅନ୍ ଯାତ୍ରୀ ଯାତାୟାତ କରିପାରିବେ। ସମସ୍ତ ପର୍ଯ୍ୟାୟ ସମାପ୍ତ ହେଲେ, CSMIA ଓ NMIA ମିଶି ପ୍ରତିବର୍ଷ 150 ମିଲିଅନ୍ ଯାତ୍ରୀ ସେବା ଦେବେ। ଯାହା ମୁମ୍ବାଇକୁ ବିଶ୍ୱର ଟପ୍ 10 ବିମାନ କେନ୍ଦ୍ର ମଧ୍ୟରେ ରଖିବ।ଏଠାରେ ରହିଛି ଏଭିଏସନ୍ ଫ୍ୟୁଏଲ୍ ଷ୍ଟୋରେଜ୍ ସୁବିଧା, ସୋଲାର ପାୱାର ସିଷ୍ଟମ୍ ବର୍ଷାଜଳ ସଂଗ୍ରହ ଓ ପୁନର୍ବ୍ୟବହାର ବ୍ୟବସ୍ଥା ଏନର୍ଜି ଏଫିସିଏଣ୍ଟ ଲାଇଟିଂ ସିଷ୍ଟମ୍ ଭିତରେ Automated Passenger People Mover (APPM) ରହିବ, ଯାହା ଟର୍ମିନାଲ୍‌ ଗୁଡ଼ିକୁ ସଂଯୋଗ କରିବ।

ପ୍ରାକୃତିକ ଆଲୋକ ଓ ସମସ୍ତଙ୍କ ପାଇଁ ସୁବିଧାଜନକ ଆକ୍ସେସିବିଲିଟି ଏହାର ଡିଜାଇନର ମୁଖ୍ୟ ବିଶେଷତା। ଉଦ୍‌ଘାଟନ ପୂର୍ବରୁ ଆଦାନି ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନି ସ୍ଥଳ ପରିଦର୍ଶନ କରି ଇଞ୍ଜିନିୟର୍, ସେଫ୍ଟି ଟିମ୍ ଓ ଶ୍ରମିକମାନଙ୍କ ସହ ଆଲୋଚନା କରିଥିଲେ। ସେ କହିଥିଲେ, “ଏହି ବିମାନବନ୍ଦର ହେଉଛି ଭାରତର ଆତ୍ମା ଓ ଲୋକଙ୍କ ଶ୍ରମର ପ୍ରତୀକ।

ଏହି ବିମାନବନ୍ଦର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ 2 ଲକ୍ଷରୁ ଅଧିକ ଚାକିରି ସୁଯାଗ ସୃଷ୍ଟି କରିବ। ଏହା ମହାରାଷ୍ଟ୍ରର ବ୍ୟବସାୟ, ପର୍ଯ୍ୟଟନ ଓ ଲଜିଷ୍ଟିକ୍ସ କ୍ଷେତ୍ରକୁ ବିଶେଷ ଗତି ଦେବ।

Related Topics

Explore more stories

Sponsored
PM MODI: ଖୋଲିବାକୁ ଯାଉଛି ଦେଶର ସବୁଠାରୁ ମହଙ୍ଗା ଏୟାରପୋର୍ଟ | Argus News