Videos
|
National

Rain Horror / ବର୍ଷା ପାଣିରେ ଭରି ରହିଥିଲା ରୋଡ୍; ପାଦ ରଖୁ ରଖୁ ଲାଗିଲା ବିଦ୍ୟୁତ୍‌ ଝଟ୍‌କା

Sushanta Sahoo
Browse all articles by Sushanta Sahoo
·2 months ago·2 min read
ବର୍ଷା ପାଣିରେ ଭରି ରହିଥିଲା ରୋଡ୍; ପାଦ ରଖୁ ରଖୁ ଲାଗିଲା ବିଦ୍ୟୁତ୍‌ ଝଟ୍‌କା
Girls Electrocuted After Stepping Into Water

Key Points

ଏବେ ଭୂ-ତଳ ବିଦ୍ୟୁତ୍ ପାଇଁ ବର୍ଷା ପାଣିରେ କରେଣ୍ଟ ଆସୁଛି । ନଭି ମୁମ୍ବାଇରେ ଲଗାତାର ବର୍ଷା ଜାରି ରହିଥିବା ବେଳେ ବିଚ୍‌ ରୋଡ୍‌ରେ ଏକ ବଡ଼ ଅଘଟଣ ଘଟିଛି ।
ମୁମ୍ବାଇ: ଦେଶର ପ୍ରାୟ ଭାଗରେ ଏବେ ମୌସୁମୀ ବର୍ଷା ହେଉଛି । ବର୍ଷା ସମୟରେ ବଜ୍ରପାତରେ ଅନେକ ଲୋକ ପ୍ରାଣ ହରାଉଛନ୍ତି । ଏ ବାବଦରେ ଆମେ ସମସ୍ତେ ଜାଣିଛେ । କିନ୍ତୁ ଏବେ ଭୂ-ତଳ ବିଦ୍ୟୁତ୍ ପାଇଁ ବର୍ଷା ପାଣିରେ କରେଣ୍ଟ ଆସୁଛି ।

ନଭି ମୁମ୍ବାଇରେ ଲଗାତାର ବର୍ଷା ଜାରି ରହିଥିବା ବେଳେ ବିଚ୍‌ ରୋଡ୍‌ରେ ଏକ ବଡ଼ ଅଘଟଣ ଘଟିଛି । ଜଳ ଭର୍ତ୍ତି ଅଞ୍ଚଳରେ କରେଣ୍ଟ ଆସିବାରୁ ସ୍କୁଟିରେ ଯାଉଥିବା ଦୁଇ ଜଣ ଛାତ୍ରୀ ବିଦ୍ୟୁତ୍ ସମ୍ପର୍କରେ ଆସି ଗୁରୁତର ଆହତ ହୋଇଛନ୍ତି ।

ଏଥିସହ ପଢ଼ନ୍ତୁ: ୨୧ ଘଣ୍ଟାର ଜୀବନ-ମୃତ୍ୟୁ ଲଢ଼େଇ ପରେ ବୋରୱେଲରୁ ଉଦ୍ଧାର ହେଲା… କିନ୍ତୁ ବଞ୍ଚିଲାନି ୪ ବର୍ଷର ନିର୍ଭୈର 

ସ୍କୁଟିରେ ଯାଉଥିବା ସମୟରେ ରାସ୍ତାରେ ପାଦ ଦେବାରୁ ବିଦ୍ୟୁତ୍ ଝଟ୍‌କା ଖାଇଥିଲେ ୨ ଛାତ୍ରୀ । ସଙ୍ଗେ ସଙ୍ଗେ ଦୁହେଁ ତଳେ ପଡ଼ି ଯାଇଥିଲେ । ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ତତ୍‌କ୍ଷଣାତ୍ ହସ୍ପିଟାଲ୍ ନେଇ ଯାଇଥିଲେ । ସେଠାରେ ଦୁଇ ଜଣଙ୍କର ଚିକିତ୍ସା ଚାଲିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେମିତି ଘଟିଲା ଅଘଟଣ ?

ସ୍ଥାନୀୟ ଲୋକଙ୍କ ଅନୁସାରେ, ବର୍ଷା ସମୟରେ ଦୁଇ ଜଣ ଛାତ୍ରୀ ନେରୁଲ ଏଲ୍‌ପି ବ୍ରିଜ୍ ତଳେ ଯାଉଥିଲେ । ବର୍ଷା ଜାରି ରହିଥିବାରୁ ବ୍ରିଜ୍ ତଳେ ପାଣି ଜମି ରହିଥିଲା । ସର୍ଟ ସର୍କିଟରୁ ପାଣିରେ କରେଣ୍ଟ ଥିବାରୁ ଦୁହେଁ ଦୁର୍ଘଟଣାର ଶିକାର ହୋଇଥିବା ଆଶଙ୍କା କରାଯାଉଛି ।

ଖବର ପାଇ ନଭି ମୁମ୍ବାଇ ମେୟର ସୁଜାତା ପାଟିଲ୍ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଞ୍ଚଳ ବୁଲି ଦେଖିବା ସହ ସ୍ଥିତି ନିରୀକ୍ଷଣ କରିଥିଲେ । ଏହି ଘଟଣାକୁ ଗୁରୁତର ତ୍ରୁଟି ଦର୍ଶାଇ ବିଦ୍ୟୁତ୍ ବିଭାଗ ଓ ସମ୍ବନ୍ଧିତ ଅଧିକାରୀଙ୍କୁ ତୁରନ୍ତ ରିପୋର୍ଟ ମାଗିଛନ୍ତି ମେୟର ।

ଏଥିସହ ପଢ଼ନ୍ତୁ: ସ୍କୁଲ ବସ୍ ଉପରେ ଗଛ ପଡ଼ିଗଲା: ଜଣେ ଛାତ୍ର ମୃତ, ୧୦ ଆହତ 

ବର୍ଷିଲେ ମେୟର

ମେୟର ସୁଜାତା ପାଟିଲ୍ କହିଛନ୍ତି, "ବର୍ଷା ସମୟରେ ଖୋଲା ବିଦ୍ୟୁତ୍ ତାର, କ୍ଷତିଗ୍ରସ୍ତ କେବୁଲ୍ କିମ୍ବା ଅନ୍ୟ ବିଦ୍ୟୁତ୍ ଉପକରଣ ଲୋକଙ୍କ ଜୀବନ ପାଇଁ ବିପଦ ସାଜିପାରେ ।" ସେ ସବୁକୁ ତୁରନ୍ତ ଠିକ୍ କରିବା ଲାଗି ବିଦ୍ୟୁତ୍ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମେୟର ।

ଏଥିସହ ମେୟର ଅଭିଯୋଗ କହିଛନ୍ତି ଯେ, ବିଭିନ୍ନ ବିଭାଗ ଭିନ୍ନ ସମୟରେ ରାସ୍ତା ଖୋଳୁଛନ୍ତି । କିନ୍ତୁ ମରାମତି କରୁ ନାହାନ୍ତି । ଏହି ଅବହେଳା ପାଇଁ ଏଭଳି ବିପଜ୍ଜନକ ସ୍ଥିତି ସୃଷ୍ଟି ହେଉଛି ।