Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

INDIAN NAVY HOSTS EXERCISE / ଶତ୍ରୁ ଶିବିରରେ କମ୍ପନ, ବିଶାଖାପାଟଣାରେ ନୌସେନାର ଗର୍ଜନ

Bikash Mohanty
Browse all articles by Bikash Mohanty
·4 months ago·2 min read
ଶତ୍ରୁ ଶିବିରରେ କମ୍ପନ, ବିଶାଖାପାଟଣାରେ ନୌସେନାର ଗର୍ଜନ
Navy

Key Points

ବିଶାଖାପାଟଣାରେ ସମର ଶକ୍ତି ପ୍ରଦର୍ଶନ
ନୀଳ ଜଳରାଶିରେ ଶୁଭୁଛି ଯୁଦ୍ଧ ଜାହାଜର ଗର୍ଜନ
ମିଳିତ ନୌସେନା ଅଭ୍ୟାସରେ ସେନା ଶୌର୍ଯ୍ୟର ଝଲକ୍
'ମିଲନ-୨୦୨୬'ରେ ସାମିଲ ହେଲେ ୭୨ଟି ଦେଶ
ଚୀନ୍ ଓ ପାକିସ୍ତାନକୁ ଭାରତର କଡ଼ା ଜବାବ
ବିଶାଖାପାଟଣାରେ ସମର ଶକ୍ତି ପ୍ରଦର୍ଶନ। ନୀଳ ଜଳରାଶିରେ ଶୁଭୁଛି ଯୁଦ୍ଧ ଜାହାଜର ଗର୍ଜନ। ମିଳିତ ନୌସେନା ଅଭ୍ୟାସରେ ସେନା ଶୌର୍ଯ୍ୟର ଝଲକ୍
'ମିଲନ-୨୦୨୬'ରେ ସାମିଲ ହେଲେ ୭୨ଟି ଦେଶ। ଚୀନ୍ ଓ ପାକିସ୍ତାନକୁ ଭାରତର କଡ଼ା ଜବାବ। ସମୁଦ୍ର ଭିତରେ ଭାରତୀୟ ସେନା ପରାକ୍ରମର ଝଲକ । ବିଶାଖାପାଟଣା ଉପକୂଳ ସାଜିଛି ବିଶ୍ୱ ନୌସେନାର ରଣକ୍ଷେତ୍ର । ଆରମ୍ଭ ହୋଇଛି ବିଶ୍ୱର ସବୁଠାରୁ ବଡ଼ ସାମୁଦ୍ରିକ ସମରାଭ୍ୟାସ ମଧ୍ୟରୁ ଅନ୍ୟତମ - 'ମିଲନ-୨୦୨୬' ଓ ଆନ୍ତର୍ଜାତୀୟ ଫ୍ଲିଟ୍ ରିଭ୍ୟୁ । ଆମେରିକା, ଋଷ, ଜର୍ମାନୀ ଭଳି ୭୨ଟି ମିତ୍ର ରାଷ୍ଟ୍ରର ନୌସେନା ଏକାଠି ହୋଇ କରୁଛନ୍ତି ଶକ୍ତି ପ୍ରଦର୍ଶନ । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ନୌସେନା ମହୋତ୍ସବର ଚଳିତବର୍ଷର ଥିମ୍ ରହିଛି 'ସହଭାଗିତା, ସହଯୋଗ ଏବଂ ସମନ୍ୱୟ' । ଭାରତର 'ଇଣ୍ଡୋ-ପାସିଫିକ୍' ରଣନୀତିର କେନ୍ଦ୍ରବିନ୍ଦୁ ପାଲଟିଥିବା ସମରାଭ୍ୟାସରେ ୬୦ରୁ ଅଧିକ ଯୁଦ୍ଧପୋତ ଓ ଶତାଧିକ ବିମାନର ରଣକୌଶଳ ଶତ୍ରୁ ଛାତିରେ ଖେଳାଇଛି ଆତଙ୍କ ।

ଚଳିତ ନୌସେନା ସମରାଭ୍ୟାସରେ ସବୁଠୁ ବଡ଼ ଆକର୍ଷଣ ସାଜିଛି ଭାରତର ଗର୍ବ - ସ୍ୱଦେଶୀ ବିମାନବାହୀ ଯୁଦ୍ଧପୋତ ଆଇଏନଏସ୍ ବିକ୍ରାନ୍ତ । ଏହି ବିଶାଳକାୟ ଯୁଦ୍ଧପୋତ 'ଅପରେସନ୍ ସିନ୍ଦୂର' ସମୟରେ ପାକିସ୍ତାନର ନିଦ ହଜାଇଥିଲା । ଏହାସହ ପ୍ରଥମ କରି ଜର୍ମାନୀ, ଫିଲିପାଇନ୍ସ ଏବଂ UAEର ଅତ୍ୟାଧୁନିକ ଯୁଦ୍ଧପୋତଗୁଡ଼ିକ ଭାରତୀୟ ସମୁଦ୍ରରେ ସାମିଲ ହୋଇ ଭାରତର ବୃଦ୍ଧି ପାଉଥିବା କୂଟନୈତିକ ପ୍ରଭାବକୁ ଦର୍ଶାଉଛନ୍ତି ।

ବିଶ୍ୱ ରାଜନୀତିରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏହି ସମରାଭ୍ୟାସକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ଗୋଟିଏ ପଟେ ଋଷ ଓ ଇରାନ ମଧ୍ୟରେ ରଣନୈତିକ ସମ୍ପର୍କ ସୁଦୃଢ଼ ହେଉଥିବା ବେଳେ ରାଷ୍ଟ୍ରପତି ପୁଟିନ ଇରାନର ସାର୍ବଭୌମତ୍ୱକୁ ସମର୍ଥନ ଘୋଷଣା କରିଛନ୍ତି । କିନ୍ତୁ ବିଶାଖାପାଟଣାରେ ଆମେରିକା ଓ ଋଷ ନୌସେନା ସମରାଭ୍ୟାସରେ ଏକାଠି ହେବାର ଦୃଶ୍ୟ ସାରା ବିଶ୍ୱକୁ ଚକିତ କରିଛି ।

୨୦୦୧ରୁ ଆରମ୍ଭ ହୋଇଥିବା ଏହି ଆନ୍ତର୍ଜାତୀୟ ଫ୍ଲିଟ୍ ରିଭ୍ୟୁ କେବଳ ଶକ୍ତି ପ୍ରଦର୍ଶନ ନୁହେଁ, ବରଂ 'ସାଗର'ମିଶନର ଏକ ମୁଖ୍ୟ ଅଂଶ । କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ୧୮ ତାରିଖରେ ଫ୍ଲିଟ୍ ରିଭ୍ୟୁ କରିବେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତୀୟ ଓ ବିଦେଶୀ ନୌସେନାର ପାରଦର୍ଶିତାକୁ ନୀରିକ୍ଷଣ କରିବେ ମହାମହିମ । ଚୀନର ସମୁଦ୍ର ସୀମାରେ ଡ୍ରାଗନର ଦାଦାଗିରି ବଢୁଥିବାବେଳେ ଭାରତ ମହାସାଗରରେ ଶାନ୍ତି ରକ୍ଷା ପାଇଁ 'ମିଲନ-୨୦୨୬' ଶକ୍ତ ବାର୍ତ୍ତା ଦେଇଛି । ଇଣ୍ଡୋ-ପାସିଫିକ କ୍ଷେତ୍ରରେ ଏବେ ଭାରତ କେବଳ ସାମୁଦ୍ରିକ ଶକ୍ତି ନୁହେଁ, ବରଂ ବିଶ୍ୱର ବିଶ୍ବସନୀୟ ସିକ୍ୟୁରିଟି ପାର୍ଟନର ଭାବେ ଉଭା ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
INDIAN NAVY HOSTS EXERCISE | INDIAN NAVY HOSTS EXERCISE | Navy Roars in Visakhapatnam, Enemy Camp on Alert | Argus News