ନୌସେନାକୁ ଆଜି ମିଳିବ ବଡ଼ ଶକ୍ତି

ଅର୍ଗସ ବ୍ୟୁରୋ: ନୌସେନାକୁ ମିଳିବ ବଡ଼ ଶକ୍ତି । ପ୍ରତିରକ୍ଷାମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ଭାରତୀୟ ନୌସେନାରେ ସାମିଲ ହେବ ଶତ୍ରୁ ପକ୍ଷ ମିସାଇଲ ବିଧ୍ବଂସକ ସ୍ବଦେଶୀ ଯୁଦ୍ଧ ଜାହାଜ ଇମ୍ଫାଲ । ଗତ 20 ଅକ୍ଟୋବରରେ ନୌସେନାକୁ ହସ୍ତାନ୍ତର କରାଯାଇଥିଲା ଏହି ଯୁଦ୍ଧପୋତ । ଦେଶର ନୂଆ ଷ୍ଟେଲଥ ଗାଇଡେଡ୍ ଡେଷ୍ଟ୍ରୟର ହେଉଛି ଆଇଏନଏସ ଇମ୍ଫାଲ। ମାଜଗାଓଁ ଡକ୍ ସିପ୍ ବିଲଡର୍ସ ଲିମିଟେଡ ପକ୍ଷରୁ ଏହି ଯୁଦ୍ଧ ଜାହାଜ ନିର୍ମାଣ କରାଯାଇଛି । ଭାରତୀୟ ନୌସେନାର ଯୁଦ୍ଧଜାହାଜ ଡିଜାଇନ ବ୍ୟୁରୋ ପକ୍ଷରୁ ଏହି ଜାହାଜକୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି ।
ଆଇଏନଏସ ଇମ୍ଫାଲ ଦେଶର ପ୍ରଥମ ଯୁଦ୍ଧ ଜାହାଜ ଯାହାର ନାମକରଣ ପୂର୍ବାଞ୍ଚଳର ଏକ ସହର ଅନୁସାରେ ନାମିତ କରାଯାଇଛି । ଏହି ଯୁଦ୍ଧ ଜାହାଜରେ ୯୦ ଡିଗ୍ରୀରେ ପ୍ରଦକ୍ଷିଣ କରି ଶତ୍ରୁକୁ ଆକ୍ରମଣ କରିବାର କ୍ଷମତା ରହିଛି । ଯୁଦ୍ଧ ଜାହାଜ ଆଇଏନଏସ ଇମ୍ଫାଲରୁ ବ୍ରହ୍ମୋସ, ଟର୍ପେଡୋ ଟ୍ୟୁବ ଲଞ୍ଚର, ବୁଡାଜାହାଜ ବିଧ୍ବଂସୀ ରକେଟ ଲଞ୍ଚର, ୭୬ ମିମି ଏସଆରଜିଏମ ତୋପ ମଧ୍ୟ ଖଞ୍ଝା ଯାଇଛି।
ଅଧିକ ପଢ଼ନ୍ତୁ ଭାରତ ଖବର
