Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନକ୍ସଲଙ୍କ ବଡ଼ ପ୍ଲାନ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ

Ritu Das
Browse all articles by Ritu Das
·1 year ago
ନକ୍ସଲଙ୍କ ବଡ଼ ପ୍ଲାନ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ

ମାଓବାଦୀଙ୍କ ବଡ଼ ଧରଣର ବିସ୍ଫୋରଣ। ଯବାନମାନଙ୍କୁ ଲକ୍ଷ୍ୟକରି ରାସ୍ତା ଉପରେ ଖଞ୍ଜି ଥିଲେ ଲ୍ୟାଣ୍ଡମାଇନ୍। ଏବଂ ଯବାନମାନଙ୍କ ଜୀବନ ନେବା ପାଇଁ ସବୁ ପ୍ରକାର ଚେଷ୍ଟା କରିସାରିଥିଲେ। ଏପରିକି NH-୬୩ ରାସ୍ତା ଦେଇ ଯବାନଙ୍କ ଗାଡ଼ି ଯିବା ସମୟରେ ହୋଇଥିଲା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ହଁ ଗତକାଲି ଛତିଶଗଡ଼ ବିଜାପୁରରେ କୁମ୍ୱିଂ ଅପରେସନ୍ ସାରି ଫେରିବା ସମୟରେ ଯବାନଙ୍କ ଭ୍ୟାନ ଉପରେ ହୋଇଥିଲା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ।


ଯେଉଁ ବିସ୍ଫୋରଣରେ ଭ୍ୟାନଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ, ୨ ଯବାନଙ୍କ ସମେତା ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। କହିବାକୁ ଗଲେ ନକ୍ସଲମାନଙ୍କ ଚାଲରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯବାନ। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କୁମ୍ୱିଂ ଅପରେସନ ସାରି ଫେରିବା ସମୟରେ ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
naxals-big-plan-jawan-narrowly-escapes-landmine-explosion | Argus News