ଆସନ୍ତା 17ରେ ଶପଥ ଗ୍ରହଣ କରିବେ ନାଏବ ସିଂ ସାଇନି
·1 year ago

ଅର୍ଗସ ବ୍ୟୁରୋ: ହରିଆଣାର ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଆସନ୍ତା 17 ତାରିଖରେ ଶପଥ ଗ୍ରହଣ ସମାରୋହ ପଞ୍ଚକୁଲାରେ ଅନୁଷ୍ଠିତ ହେବ । ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ସେହି ଦିନ ଶପଥ ନେବେ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ । ଏଥିସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଯୋଗଦେବେ । ହରିୟାଣା ନିର୍ବାଚନରେ ବିଜେପି 48 ସିଟ୍ ଜିତି ବହୁମତ ହାସଲକରିଛି । କଂଗ୍ରେସ 37 ସିଟ୍ ସହ ବିରୋଧୀ ଆସନରେ ରହିଛି।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: