Videos
|
National

ନୂଆ ଭାଇରସ୍‌ କେତେ ବିପଦ ?

Banajyotshna Ray
Browse all articles by Banajyotshna Ray
·1 year ago·1 min read
ନୂଆ ଭାଇରସ୍‌ କେତେ ବିପଦ ?

Key Points

ଭାରତରେ ବଢୁଛି କରୋନା ଭାଇରସ ମାମଲା

ଭାରତରେ ବଢ଼ୁଛି କରୋନା ଭାଇରସ୍‌ ମାମଲା। ଯାହାକୁ ନେଇ ସମସ୍ତେ ଚିନ୍ତିତ। କରୋନା ଦେଶ ଏବଂ ରାଜ୍ୟରୁ କିଛି ଦିନ ହେବ ଲିଭିଯାଇଥିବାବେଳେ ପୁଣି ଥରେ କରୋନା ଭାଇରସ୍‌ ହେଉଥିବା ଦେଖିବାକୁ ମିଳିଛି। ଭାରତରେ କୋଭିଡ୍‌-୧୯ର ନୂଆ ଭାରିଆଣ୍ଟ ଏନବି .୧.୮.୧ର ଏକ ମାମଲା ଓ ଏଲଏଫ୍‌.୭ ଭାରିଆଣ୍ଟର ୪ଟି ମାମଲା ସାମ୍ନାକୁ ଆସିଛି।

INSACOG ତଥ୍ୟ ଅନୁସାରେ , ଅପ୍ରେଲରେ ତାମିଲନାଡୁରେ ଏନବି.୧.୮.୧ର ଏକ ମାମଲା ଓ ମେ’ ରେ ଗୁଜରାଟରେ ଏଲଏଫ.୭ର ୪ଟି ମାମଲା ସାମ୍ନାକୁ ଆସିଛି। ଭାରତରେ ସବୁଠୁ ସାଧାରଣ ପ୍ରକାରର ଭାରିଆଣ୍ଟ ଜେଏନ.୧ ରହିଛି। ପରୀକ୍ଷଣ କରାଯାଇ ଥିବା ନମୂନାରେ ଏହାର ୫୩ ପ୍ରତିଶତ ମାମଲା ସାମିଲ ଅଛି। ଏହାପରେ ବିଏ.୨ (୨୬ ପ୍ରତିଶତ) ଓ ଅନ୍ୟ ଓମିକ୍ରନ ସବଲାଇନେଜ୍‌ ( ୨୦ ପ୍ରତିଶତ) ଅଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରାରମ୍ଭିକ ବିପଦ ଆକଳନରେ ଏନବି ୧.୮.୧କୁ ବୈଶ୍ୱିକ ସ୍ତରରେ କମ୍‌ ସାର୍ବଜନିକ ସ୍ୱାସ୍ଥ୍ୟ ବିପଦ ବିବେଚନା କରାଯାଇଛି। ଏହାର ସ୍ପାଇକ୍‌ ପ୍ରୋଟିନ୍‌ ମ୍ୟୁଟେସନ ଭଳି ଏ୪୩୫ଏସ , ବି୪୪୫ଏଚ୍ ଓ ଟି୪୭୮ଆଇ ଭାଇଆଣ୍ଟ ତୁଳନାରେ ଅଧିକ ସଂକ୍ରମକ ଓ ପ୍ରତିରକ୍ଷାରୁ ରକ୍ଷା ପାଇବାର କ୍ଷମତାର ସଙ୍କେତ ଦେଇଥାଏ।

ଏହି ସୂଚନା ଭାରତୀୟ ସାର୍ସ-କୋଭ-୨ ଜିନୋମିକ୍ସ କନ୍ସୋର୍ଟିୟନ (INSACOG ) ର ତଥ୍ୟରୁ ମିଳିଛି। ମେ ୨୦୨୫ ପର୍ଯ୍ୟନ୍ତ ସ୍ଥିତି ଅନୁସାରେ , ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏଲଏଫ୍‌.୭ ଓ ଏନବି,୧.୮.୧ ସବ୍‌ –ଭାରିଆଣ୍ଟକୁ ଚିନ୍ତାଜନକ ଭାରିଆଣ୍ଟ ଭାବେ ନୁହେଁ , ନିରୀକ୍ଷଣରେ ରଖାଯାଉ ଥିବା ସ୍ୱରୂପ ବିବେଚନା କରେ। ହେଲେ, ଏହା ସେହି ସ୍ୱରୂପ ଯେଉଁଥି ପାଇଁ ଚୀନ ଓ ଏସିଆର କିଛି ଭାଗରେ କୋଭିଡ୍‌ର ମାମଲାରେ ବୃଦ୍ଧି ହେଉଛି। ଦିଲ୍ଲୀରେ କୋଭିଡ୍‌ର ୨୩ଟି ନୂଆ ମାମଲା ରେକର୍ଡ କରାଯାଇଛି, ଅନ୍ଧ୍ର ପ୍ରଦେଶରେ ଗତ ୨୪ଘଣ୍ଟାରେ ୪ଟି ମାମଲା ସାମ୍ନାକୁ ଆସିଛି, ତେଲେଙ୍ଗାନାରେ ଗୋଟିଏ ମାମଲା ସ୍ପଷ୍ଟ ହୋଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
nb181-lf7-variants-of-covid-detected-in-india-insacog-data | Argus News