Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଭାଜନ ବିଭୀଷିକା ଦିବସ ଅବସରରେ NCERT ପକ୍ଷରୁ ୨ଟି ପୁସ୍ତିକା ଉନ୍ମୋଚିତ

Banajyotshna Ray
Browse all articles by Banajyotshna Ray
·11 months ago·2 min read
ବିଭାଜନ ବିଭୀଷିକା ଦିବସ ଅବସରରେ NCERT ପକ୍ଷରୁ ୨ଟି ପୁସ୍ତିକା ଉନ୍ମୋଚିତ

Key Points

NCERTର ସ୍ବତନ୍ତ୍ର ପାଠ୍ୟ ପୁସ୍ତିକାରେ `ବିଭାଜନର ବିଭୀଷିକା'
`ଦେଶ ବିଭାଜନ ପାଇଁ ଦାୟୀ କଂଗ୍ରେସ, ମାଉଣ୍ଟବ୍ୟାଟେନ ଓ ଜିନ୍ନା'
ବିଭାଜନ ବିଭୀଷିକା ଦିବସ ଅବସରରେ NCERT ପକ୍ଷରୁ ୨ଟି ପୁସ୍ତିକା ଉନ୍ମୋଚିତ
ବର୍ତ୍ତମାନ ପିଢିକୁ ଭାରତ ଇତିହାସର କଳା ସତ ଜଣାଇବାକୁ ବଡ଼ ପ୍ରୟାସ
`ଇତିହାସ ପୃଷ୍ଠାରେ କଟୁ ସତ୍ୟ ସ୍ଥାନିତ ହେବାକୁ ନେଇ ବିଚଳିତ କଂଗ୍ରେସ'
ପୁସ୍ତିକାକୁ କଂଗ୍ରେସ ସମେତ ଇଣ୍ଡି ମେଣ୍ଟର ତୀବ୍ର ବିରୋଧ, ବିଜେପି ଦେଲା କଡ଼ା ଜବାବ 

ପାଠ୍ୟ ସୁସ୍ତକରେ ସ୍ଥାନିତ ବିଭାଜନ ବିଭୀଷିକା । NCERT ପକ୍ଷରୁ ଉନ୍ମୋଚିତ ୨ଟି ସ୍ବତନ୍ତ୍ର ପୁସ୍ତିକାରେ ଭାରତର ବିଭାଜନ ପାଇଁ ମହମ୍ମଦ ଅଲ୍ଲୀ ଜିନ୍ନା, କଂଗ୍ରେସ ଓ ମାଉଣ୍ଟବ୍ୟାଟେନଙ୍କୁ ଦାୟୀ କରାଯାଇଛି । ଶୁକ୍ରବାର ବିଭାଜନ ବିଭୀଷିକା ଦିବସର ଅବସରରେ ଏହି ପୁସ୍ତିକା ଉନ୍ମୋଚନ କରାଯାଇଛି । ବିଭାଜନ ପାଇଁ ଜଣେ ବ୍ୟକ୍ତି ପାଇଁ ଦାୟୀ ନୁହଁନ୍ତି, ତିନିଟି ଶକ୍ତି କାମ କରିଥିଲା । ମହମ୍ମଦ ଜିନ୍ନା ବିଭାଜନ ପାଇଁ ଦାବି କରିଥିଲେ, କଂଗ୍ରେସ ତାକୁ ସ୍ବୀକାର କରିଥିଲେ । ପରେ ମାଉଣ୍ଟ ବ୍ୟାଟେନ୍ ଏହାକୁ କାର୍ଯ୍ୟକାରୀ କରିଥିଲେ ବୋଲି ପୁସ୍ତକରେ ଉଲ୍ଲେଖ କରାଯାଇଛି । ବିଭାଜନ ପରେ କାଶ୍ମୀର ଏକ ନୂଆ ସମସ୍ୟା ଭାବେ ଉଭା ହୋଇଥିଲା । ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ପାଠ୍ୟ ପୁସ୍ତକ ଓ ନବମରୁ ଦ୍ବାଦଶ ପର୍ଯ୍ୟନ୍ତ NCERT ପକ୍ଷରୁ ଆଉ ଏକ ପୁସ୍ତିକା ପ୍ରସ୍ତୁତ କରାଯାଇଛି ।

ଇତିହାସ ପୃଷ୍ଠାରେ ସଂଘର୍ଷ, ଷଡ଼ଯନ୍ତ୍ର ଓ ବଳିଦାନର ଗାଥାକୁ ନେଇ ମୁହାଁମୁହିଁ ରାଜନୈତିକ ଦଳ । ପୁସ୍ତିକାରେ ଦୁଇ ବିଦେଶୀ ବ୍ୟକ୍ତିଙ୍କ ସହ କଂଗ୍ରେସ ନାଁକୁ ନେଇ ତୀବ୍ର ବିରୋଧ କରିଛନ୍ତି ଇଣ୍ଡିମେଣ୍ଟ ନେତା । ଦେଶ ସ୍ବାଧୀନତା ପରଠୁ ତୁଷ୍ଟିକରଣ ଓ ସାଂପ୍ରଦାୟିକ ରାଜନୀତି କରି ସତ ଉପରେ ପରଦା ଢ଼ାଙ୍କିବାକୁ ପ୍ରୟାସ କରୁଥିବା ଦଳକୁ ଆଘାତ ଲାଗିବା ସ୍ବାଭାବିକ ବୋଲି କହି କଂଗ୍ରେସକୁ ଟାର୍ଗେଟ୍ କରିଛି ବିଜେପି ।

ବିଭାଜନ- ଭାରତ ଇତିହାସର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ସତ ଜାଣିବା ବର୍ତ୍ତମାନ ପିଢ଼ିର ଅଧିକାର । ଦେଶ ବିଭାଜନ ଘୋଷଣା ପରେ ସ୍ବଳ୍ପ ସମୟ ମଧ୍ୟରେ ଦେଢ କୋଟି ଲୋକ ହୋଇଥିଲେ ବିସ୍ଥାପିତ । ତତକାଳୀନ ରାଷ୍ଟ୍ର ନେତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ ଯୋଗୁ ଯାଇଥିଲା ୧୨ରୁ ୧୫ ଲକ୍ଷ ନୀରିହ ଲୋକଙ୍କ ଜୀବନ । ସ୍ବାଧୀନତାର ଖିୁସି ଭିତରେ ରକ୍ତରେ ରଙ୍ଗୀନ ହୋଇଥିଲା ଦେଶର ମାଟି । ଦେଶ ସ୍ବାଧୀନତାର ୭୯ ବର୍ଷ ପୂର୍ତ୍ତିରେ ବିଭାଜନ ବିଭୀଷିକା ବିଷୟରେ ଅଜ୍ଞ ବର୍ତ୍ତମାନ ପିଢ଼ିକୁ ତତ୍କାଳୀନ ସମୟର ସ୍ଥିତି ବିଷୟରେ ଜଣାଇବାକୁ ବଡ଼ ପ୍ରୟାସ କରିଛି NCERT ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored