Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା :ଡାକ୍ତରଙ୍କ ସମୂହ ଇସ୍ତଫା

Sangram Tripathy
Browse all articles by Sangram Tripathy
·1 year ago·1 min read
କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା :ଡାକ୍ତରଙ୍କ ସମୂହ ଇସ୍ତଫା

ଅର୍ଗସ ବ୍ୟୁରୋ:କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସରୁନି ନ୍ୟାୟ ପାଇଁ ଲଢେଇ,ପଶ୍ଚିମବଙ୍ଗରେ ସରକାରୀ ଡାକ୍ତରଙ୍କ ସମୂହ ଇସ୍ତଫା ଦିଦିଙ୍କ ଟେନସନ ବଢାଇଦେଇଛି,କଡ଼ା କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଚାକିରି ଛାଡୁଛନ୍ତି ଡାକ୍ତର। ଆର୍ ଜି କର ମେଡିକାଲ କଲେଜ ପରେ କୋଲକାତା ଓ ମେଦିନପୁରରେ ଇସ୍ତଫା ଦେଇଛନ୍ତି ଡାକ୍ତର। ସେପଟେ ଦୀର୍ଘ ଦିନ ହେଲା ଆମରଣ ଅନଶନ କରୁଛନ୍ତି ଜୁନିୟର ଡାକ୍ତର।ଟ୍ରେନି ଡାକ୍ତରଙ୍କୁ ନ୍ୟାୟ ଦାବିରେ ଜୁନିୟର ଡାକ୍ତରମାନେ ୪୨ ଦିନ ଧରି ବିକ୍ଷୋଭ କରିଥିଲେ। ଏହାପରେ ସେପ୍ଟେମ୍ବର ୨୧ରୁ ଆନ୍ଦୋଳନରେ ବିରାଟ ଲଗାଇ ଆଂଶିକ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। କିଛିଦିନ ପୂର୍ବରୁ ଡାକ୍ତରଙ୍କ ୫ ଦାବି ମଧ୍ୟରୁ ୩ ଦାବିକୁ  ମାନିନେଇଥିଲେ ପଶ୍ଚିମବଙ୍ଗ ସରକାର। ଲାଗୁଥିଲା ଟିଏମସି ସରକାରଙ୍କ ଦ୍ୱାରା ଦିଆଯାଇଥିବା ସବୁ ପ୍ରତିଶ୍ରୁତି ପୂରଣ ହୋଇଯିବ ବୋଲି ମାତ୍ର ସରାକାର ପୂର୍ବ ଆନ୍ଦୋଳନ ପ୍ରତ୍ୟାହାର ବେଳେ ଦେଇଥିବା ଦାବିଗୁଡ଼ିକୁ ପୂରଣ କରୁ ନଥିବାରୁ ପୁଣି ରାଜରାସ୍ତାକୁ ଓହ୍ଲାଇଥିଲେ ଜୁନିୟର ଡାକ୍ତର ମାନେ । ପଶ୍ଚିମବଙ୍ଗର ଜୁନିୟର ଡାକ୍ତରମାନେ ଅନିର୍ଦ୍ଦିଷ୍ଟ ଓ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପୁଣି ଆରମ୍ଭ କରିଦେଇଛନ୍ତି। ପ୍ରତିକ୍ରିୟାରେ କହିଛନ୍ତି ସୁରକ୍ଷା ସମ୍ପର୍କିତ ଆମ ଦାବିକୁ ପୂରଣ କରିବା ଦିଗରରେ ରାଜ୍ୟ ସରକାର କୌଣସି ସକାରାତ୍ମକ ପଦକ୍ଷେପ ନେବା ଭଳି ଆମେ ଦେଖିବାକୁ ପାଉନୁ,ଆଜି ଆନ୍ଦୋଳନ ୫୨ ଦିନରେ ପହଞ୍ଚିଥିବା ବେଳେ ଆମେ ଏବେ ବି ଆକ୍ରମଣର ଶିକାର ହେଉଛୁ । ଏପରି ଏକ ସ୍ଥିତିରେ ଆମ ପାଖରେ ସଂପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଛଡ଼ା ଆଉ କିଛି ଉପାୟ ନାହିଁ ବୋଲି କହିଥିଲେ ଡାକ୍ତରମାନେ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ncident of assault and murder of a trainee doctor in Kolkata: Doctors resign | Argus News