Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମଦ୍ରାସାର କାର୍ଯ୍ୟଶୈଳୀ ନେଇ NCPCRଙ୍କ କଡ଼ା ଆପତ୍ତି

Smruti Parija
Browse all articles by Smruti Parija
·1 year ago
ମଦ୍ରାସାର କାର୍ଯ୍ୟଶୈଳୀ ନେଇ NCPCRଙ୍କ କଡ଼ା ଆପତ୍ତି

ଭୁବନେଶ୍ୱର:  ମଦ୍ରାସାରେ ପଡ଼ିବ କି ତାଲା ? ମଦ୍ରାସାର କାର୍ଯ୍ୟଶୈଳୀ ଉପରେ ଜାତୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ଆପତ୍ତି କରିବା ପରେ ଏହାର ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ । ମଦ୍ରାସା ଗୁଡିକ ଶିକ୍ଷା ଅଧିକାର ଆଇନ ଅନୁପାଳନ କରୁନଥିବା ନେଇ ଅଭିଯୋଗ ହୋଇଛି । ଏଥିପାଇଁ ମଦ୍ରାସା ବୋର୍ଡକୁ ବନ୍ଦ କରିବା ସହ ରାଜ୍ୟ ସରକାର ଯୋଗାଉଥିବା ଅନୁଦାନ ରାଶିକୁ ବନ୍ଦ କରିବା ପାଇଁ ପ୍ରତି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରିଛି ଏନ୍‌ସିପିସିଆର । 

ମଦ୍ରାସା ବୋର୍ଡ ଦ୍ବାରା ପରିଚାଳିତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବିକାଶ ହେଉନାହିଁ । ଯେଉଁ ଉଦ୍ଦେଶ୍ୟରେ ମଦ୍ରାସା ବୋର୍ଡ ଗଠନ ହୋଇଥିଲା, ସେ ଅନୁଯାୟୀ କାର୍ଯ୍ୟ ହେଉନାହିଁ । ଏହାକୁ ବନ୍ଦ କରି ଛାତ୍ରଛାତ୍ରୀଙ୍କୁ ଅନ୍ୟ ଶିକ୍ଷାନୁଷ୍ଠାନରେ ପାଠ ପଢ଼ାଇବାକୁ କହିଛନ୍ତି ଆୟୋଗର ଅଧ୍ୟକ୍ଷ ପ୍ରିୟଙ୍କ କାନୁନ୍‌ଗୋ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
NCPCR strongly objected to the working style of madrasas | Argus News