Crime Against Women / କ୍ୟାମ୍ପସ୍ରେ ନିର୍ଦ୍ୱନ୍ଦ୍ୱରେ ବୁଲିପାରିବେ ଛାତ୍ରୀ, ସେନେଇ ଆସିଲା ନୂଆ ନିୟମ !

Key Points
ପ୍ରତି ଉଚ୍ଚ ଶିକ୍ଷାନୁଷ୍ଠାନରେ ୪ ଜଣ କ୍ୟାମ୍ପସ୍ ରାଷ୍ଟ୍ରଦୂତ ମଧ୍ୟ ମନୋନୀତ ହେବେ ।
କଲେଜ ଓ ବିଶ୍ୱ ବିଦ୍ୟାଳୟରେ ମହିଳାଙ୍କ ଉପରେ ହେଉଥିବା ଯୌନ ନିର୍ଯାତନାକୁ ନେଇ ଚିନ୍ତା ପ୍ରକଟ କରିଛି UGC । ତେଣୁ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକରେ ଆରମ୍ଭ ହେବ କ୍ୟାମ୍ପସ୍ କଲିଂ । ସମସ୍ତ ଉଚ୍ଚ ଶିକ୍ଷା ଅନୁଷ୍ଠାନକୁ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ଏନେଇ ଚିଠି ଲେଖିଛି । କ୍ୟାମ୍ପସ୍ରେ ମହିଳା ଓ ଛାତ୍ରୀଙ୍କ ସୁରକ୍ଷାକୁ ଦିଆଯିବ ପ୍ରାଥମିକତା । ସେମାନେ ନିର୍ଭୟରେ କିଭଳି କ୍ୟାମ୍ପସ୍ରେ ପାଠ ପଢ଼ିପାରିବେ ସନେଇ ଦୃଷ୍ଟି ଦେବାକୁ କହିଛି UGC । ଏଥିପାଇଁ ନିର୍ଦ୍ଦିଷ୍ଟ ନିୟମାବଳୀ ଜାରି କରିଛନ୍ତି UGC । ମହିଳା ସଶକ୍ତୀକରଣ, ଲିଙ୍ଗଗତ ସଚେତନତା ନେଇ ଛାତ୍ରଛାତ୍ରୀଙ୍କୁ ସୂଚନା ଦିଆଯିବ । ପ୍ରତି ଉଚ୍ଚ ଶିକ୍ଷାନୁଷ୍ଠାନରେ ୪ ଜଣ କ୍ୟାମ୍ପସ୍ ରାଷ୍ଟ୍ରଦୂତ ମଧ୍ୟ ମନୋନୀତ ହେବେ ।
ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ମହିଳାଙ୍କ ପ୍ରତି ଯୌନ ନିର୍ଯାତନା (ନିବାରଣ, ନିଷେଧ ଓ ପ୍ରତିକାର) ଆଇନ, ୨୦୧୩(ପୋସ୍ ଆଇନ)ର ପ୍ରଭାବଶାଳୀ କାର୍ଯ୍ୟକାରିତା ନେଇ ୟୁଜିସି ନିର୍ଦ୍ଦେଶ ଦେଇଛି। ଏଥିସହ ଜାତୀୟ ମହିଳା ଆୟୋଗ (ଏନ୍ସିଡବ୍ଲ୍ୟୁ) ଓ ଯୁବମନ୍ଥନ ସହାୟତାରେ କ୍ୟାମ୍ପସ କଲିଂ ଅଭିଯାନ କରିବାକୁ ନିଷ୍ପତ୍ତି ନିଆଯାଇଛି। କେବଳ ସେତିକି ନୁହେଁ, ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ନିୟମାବଳୀ ଜାରି ହୋଇଛି।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାନୁଷ୍ଠାନରେ ମହିଳା ସଶକ୍ତୀକରଣ, ଲିଙ୍ଗଗତ ସଚେତନତା ଓ ‘ପୋସ୍ ୨୦୧୩’ ସମ୍ପର୍କରେ ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ତାଲିମ ତଥା ସଚେତନ କରାଯିବ। ଏପଟେ କୁହାଯାଇଛି, ସମସ୍ତ କଲେଜ, ବିଶ୍ବବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଇସିସି ଗଠନ ବାଧ୍ୟତାମୂଳକ । ଆଇସିସି ସଦସ୍ୟଙ୍କ ଫୋନ୍ ନମ୍ବର ଆଦି ତଥ୍ୟ ଶିକ୍ଷାନୁଷ୍ଠାନ ୱେବ୍ସାଇଟ୍ରେ ରହିବ। ଏସବୁ କ୍ୟାମ୍ପସର ପ୍ରମୁଖ ସ୍ଥାନରେ ଲଗାଯିବ। କୋଠା ନିକଟରେ ଅଭିଯୋଗ ବାକ୍ସ ରହିବ।
📱 Get Argus News App
✨Related Topics
Explore more stories