Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ NDA ମୁଖ୍ୟମନ୍ତ୍ରୀ ବୈଠକ ଶେଷ , ୨ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ପାରିତ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ NDA ମୁଖ୍ୟମନ୍ତ୍ରୀ ବୈଠକ ଶେଷ , ୨ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ପାରିତ

Key Points

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ NDA ମୁଖ୍ୟମନ୍ତ୍ରୀ ବୈଠକ ଶେଷ
ଦୁଇଟି ପ୍ରସ୍ତାବ ପାରିତ ହୋଇଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସୂଚନା
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ‘ଅପରେସନ ସିନ୍ଦୂର’ ନେଇ ପ୍ରଥମ ପ୍ରସ୍ତାବ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା NDA ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ । ବୈଠକରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଥିବା ସୂଚନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ‘ଅପରେସନ ସିନ୍ଦୂର’ ନେଇ ପ୍ରଥମ ପ୍ରସ୍ତାବ । ‘ଅପରେସନ ସିନ୍ଦୂର’ରେ ସେନାବାହିନୀ ବୀରତ୍ବକୁ ତାରିଫ୍‌ କରାଗଲା । ଏହାପରେ ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ପାରିତ କରାଗଲା । ଏହି ପ୍ରସ୍ତାବ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଉପସ୍ଥାପନ କରିଥିବାବେଳେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ସମର୍ଥନ କରିଥିଲେ । ସେହିପରି ଜାତି ଜନଗଣନା ନେଇ ଦ୍ବିତୀୟ ପ୍ରସ୍ତାବ ପାରିତ ହୋଇଥିବା ନଡ୍ଡା କହିଛନ୍ତି ।


ଜାତିଭିତ୍ତିକ ରାଜନୀତି ନୁହେଁ, କେବଳ ଉନ୍ନତି ଚାହୁଁ ନେଇ ସହମତି’ ହୋଇଥିବା ସେ କହିଛନ୍ତି । ଏହି ପ୍ରସ୍ତାବ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ଉପସ୍ଥାପନ କରିଥିବାବେଳେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ସମର୍ଥନ କରିଥିଲେ । ଆସନ୍ତା ଜୁନ୍ ୨୫ ଏବଂ ୨୬ରେ ଜରୁରୀକାଳୀନ ପରିସ୍ଥିତିର ୫୦ ବର୍ଷ ପୂରଣ ହେବ । ଗଣତନ୍ତ୍ରର ଗଳା କାଟିବାକୁ ଚେଷ୍ଟା କରିଥିବା ଲୋକଙ୍କ ବିଷୟରେ ଜନସାଧାରଣଙ୍କୁ ଜଣାଇବ ଏନଡିଏ କହିଛନ୍ତି ନଡ୍ଡା । ବୈଠକରେ "ନକ୍ସଲବାଦୀଙ୍କ ବିରୁଦ୍ଧରେ ଚାଲିଥିବା ଅଭିଯାନ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । NDA ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ମାନଙ୍କ ବୈଠକରେ ସାମିଲ୍ ଥିଲେ ୨୦ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୧୮ ଉପମୁଖ୍ୟମନ୍ତ୍ରୀ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
NDA Chief Ministers' meeting chaired by PM concludes, 2 important proposals passed | Argus News