Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bihar Election / 'ବିହାରର କାୟା ପରିବର୍ତ୍ତନ କରିଛି NDA'

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
'ବିହାରର କାୟା ପରିବର୍ତ୍ତନ କରିଛି NDA'

Key Points

ବିହାର ନିର୍ବାଚନ ନେଇ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କହିଛନ୍ତି ଏନଡିଏ ସରକାରରେ ବିହାରର କାୟା ପରିବର୍ତ୍ତନ ହୋଇଛି ।
ବିହାର ପାଇଁ ନରେନ୍ଦ୍ର ମୋଦି ବହୁତ ବଡ଼ ପ୍ୟାକେଜ ଦେଇଛନ୍ତି ।

ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱାଲେ । କଂଗ୍ରେସ ସମୟରେ ବିକାଶ ପଥ ଭ୍ରଷ୍ଟ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ବିକାଶ ଦ୍ରୁତ ଗତିରେ ଆଗକୁ ବଢୁଛି । ୨୫ କୋଟି ଲୋକ ଗରିବୀ ସୀମା ରେଖା ଉପରକୁ ଉଠିଛନ୍ତି । ଦେଶ ଆଜି ବିକାଶ ପଥରେ ଆଗକୁ ବଢୁଛି । ୨୦୨୫ ସୁଦ୍ଧା ଦେଶର ୫୬ କୋଟି ୮୫ ଲକ୍ଷ ୨୪ ହଜାର ଲୋକଙ୍କର ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି । ଓଡ଼ିଶାରେ ବି ଜନଧନ ଯୋଜନାରେ ୨ କୋଟି ୩୪ ଲକ୍ଷ ୭୭ ହଜାର ଲୋକଙ୍କର ଆକାଉଣ୍ଟ ଖୋଲା ଯାଇଛି ।

ଅନ୍ୟପଟେ ବିହାର ନିର୍ବାଚନ ନେଇ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କହିଛନ୍ତି ଏନଡିଏ ସରକାରରେ ବିହାରର କାୟା ପରିବର୍ତ୍ତନ ହୋଇଛି । ବିହାର ପାଇଁ ନରେନ୍ଦ୍ର ମୋଦି ବହୁତ ବଡ଼ ପ୍ୟାକେଜ ଦେଇଛନ୍ତି । ବିହାରର ଜନତା ପୂର୍ବ ଭଳି ଅଧିକ ସଂଖ୍ୟାରେ ଆଉ ବାହାରକୁ ଯାଉ ନାହାନ୍ତି କାମ କରିବାକୁ । ଲୋକଙ୍କୁ ରୋଜଗାର ମିଳିଛି । ବିହାରରେ ଅଧିକ ଭୋଟିଂ ପ୍ରତିଶତ ହେବା ଏନଡିଏ ପାଇଁ ବହୁତ ଭଲ ହେବ । ଅଧିକ ଭୋଟିଂ ଆମ ସପକ୍ଷରେ ଯିବ । ମହିଳାଙ୍କ ପାଇଁ ୧୦ ହଜାର ଟଙ୍କା ଦିଆଯାଇଛି ଓ ପ୍ରଧାନମନ୍ତ୍ରୀ ମଧ୍ୟ ବଡ଼ ପ୍ୟାକେଜ ଦେଇଛନ୍ତି ବିହାରକୁ । ତେଣୁ ଲୋକେ ଅଧିକ ଭୋଟ ଦେଇଛନ୍ତି । ବିହାରରେ ଆମର ପୁଣି ଥରେ ସରକାର ହେବ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ।

ସେହିଭଳି ନିର୍ବାଚନ ସମୟରେ ରାହୁଲ ଗାନ୍ଧିଙ୍କ ଦାୟିତ୍ବହୀନ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାହୁଲ ଗାନ୍ଧିଙ୍କୁ ବିହାରର 'ବ' ଅକ୍ଷର ଜଣାନାହିଁ । ତାଙ୍କ ବୟାନର ପ୍ରଭାବ ମହାମେଣ୍ଟର ଅନ୍ୟଦଳକୁ ଭୋଗିବାକୁ ପଡୁଛି । ବିହାରର ପରିଶ୍ରମୀ ଲୋକଙ୍କ ବିଷୟରେ କିଛି କହିବା ପୂର୍ବରୁ ସେମାନଙ୍କର ଅତୀତକୁ ଦେଖିବା ଦରକାର । ସ୍ବାଧୀନତାର ୪୦ ବର୍ଷ ପର୍ଯ୍ୟନ୍ତ ବିହାରରେ କଂଗ୍ରେସ ଶାସନ ଥିଲା । ଏହା ପରେ ୧୫ବର୍ଷ କଂଗ୍ରେସର ସାଥୀ ଦଳ ଆରଜେଡି କ୍ଷମତାରେ ଥିଲା ।

ଏହି ୫୫ ବର୍ଷ ଭିତରେ କଂଗ୍ରେସ ଓ ଆରଜେଡି ବିହାରକୁ ପଛକୁ ଠେଲିବାକୁ କୌଣସି ଅବସର ଛାଡିନାହାନ୍ତି । ୨୦୦୫ରେ ବିହାରର ଲୋକମାନେ ଆରଜେଡିର ଜଂଗଲରାଜକୁ ବିଦାକରି ଏନଡିଏ ସରକାର ଗଠନ କରିଥିଲେ । କିନ୍ତୁ କଂଗ୍ରେସକୁ ଏହା ଭଲ ଲାଗି ନଥିଲା । ୨୦୦୫ରୁ ୨୦୧୪ ପର୍ଯ୍ୟନ୍ତ ୯ ବର୍ଷ କେନ୍ଦ୍ର ସରକାରରେ ରହି କଂଗ୍ରେସ ବିହାରକୁ ସାବତ ବ୍ୟବହାର କରିଥିଲା । ତେଣୁ ରାହୁଲ ଗାନ୍ଧି କୌଣସି ପ୍ରଶ୍ନ ପଚାରିବା ପୂର୍ବରୁ ବିହାର ବାସୀଙ୍କୁ ପୂର୍ବରୁ କରିଥିବା ଅନ୍ୟାୟର ହିସାବ ଦେବା ଦରକାର । ୨୦୦୪ରୁ ୨୦୧୪ ମଧ୍ୟରେ କଂଗ୍ରେସ ଦ୍ବାରା ବିହାରକୁ ଦିଆଯାଇଥିବା ଅନୁଦାନ ଏବଂ ୨୦୧୪ରୁ ୨୦୨୫ ମଧ୍ୟରେ ମୋଦି ସରକାରଙ୍କ ଦ୍ବାରା ବିଭିନ୍ନ ଯୋଜନା ଓ ଅନୁଦାନର ତୁଳନାତ୍ମକ ତଥ୍ୟ ରଖିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bihar Election | NDA has changed the face of Bihar, says Ramdas | Argus News