ମୋଦିଙ୍କ ବିଜୟ ରୋକିବାକୁ 28 ଦଳ ହେଉଥିଲେ ତୟାର, ହେଲେ ବନିବା ପୂର୍ବରୁ ଇଣ୍ଡି-ଆଲାଏନ୍ସ ହୋଇଗଲା ଛାରଖାର

- ମୋଦିଙ୍କ ବିଜୟ ରୋକିବାକୁ 28 ଦଳ ହେଉଥିଲେ ତୟାର
- ହେଲେ ବନିବା ପୂର୍ବରୁ ଇଣ୍ଡି-ଆଲାଏନ୍ସ ହୋଇଗଲା ଛାରଖାର
- ବଙ୍ଗରେ କଂଗ୍ରେସ ସହ ଆସନ ବୁଝାମଣାକୁ ମମତା କଲେ ମନା
- ପଞ୍ଜାବରେ କଂଗ୍ରେସକୁ 1 ବି ଆସନ ଛାଡ଼ିବାକୁ ଆପ୍ ର ନା
- ୟୁପିରେ ଆସନ ଭାଗବଣ୍ଟାକୁ ସପା-କଂଗ୍ରେସ ଭିଡ଼ାଭିଡ଼ି
- ବିହାରରେ ନୀତୀଶ ଦେଲେ ଇଣ୍ଡି ମେଣ୍ଟର ସବୁ ଖେଳ ବିଗାଡ଼ି
ଅର୍ଗସ ବ୍ୟୁରୋ: ବଢୁଛି ଏନଡିଏ- ଛିଡୁଛି ଇଣ୍ଡି ଆଲାଏନ୍ସ। ଗୋଟିଏ ପଟେ ତିସିରି ବାର ମୋଦି ସରକାର ଅବି କୀ ବାର ଚାର ଶୋ ପାର ଲକ୍ଷ୍ୟ ସହ ବିଜେପି ନେତୃତ୍ବଧୀନ ଏନଡିଏର ଜୋରଦାର ପ୍ରସ୍ତୁତି। ସେପେଟ ଲଢେଇ ପୂର୍ବରୁ ଇଣ୍ଡି ଆଲାଏନ୍ସ ହୋଇଛି ଭାଗଭାଗ। ପଶ୍ଚିମବଙ୍ଗରୁ ପଞ୍ଜାବ, ୟୁପିରୁ ବିହାର ସବୁଠି ଇଣ୍ଡି ମେଣ୍ଟକୁ ଲାଗିଛି ଯୋରଦାର ଝଟକା। ପଶ୍ଚିମବଙ୍ଗ ଓ ପଞ୍ଜାବରେ କଂଗ୍ରେସର ହାତ ଛାଡ଼ି ଟିଏମସି ଓ ଆପ୍ ଅକେଲା ଚଲୋ ରାସ୍ତାରେ ଯିବା ନେଇ ଘୋଷଣା କରିସାରିଛନ୍ତି। ୟୁପିରେ ଆସନ ଭାଗବଣ୍ଟାକୁ ନେଇ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ବଢୁଛି ଟଣାଓଟରା।
ଦେଶର ସବୁଠୁ ଅଧିକ ଲୋକସଭା ଆସନ ବାଲା ରାଜ୍ୟର କଂଗ୍ରସକୁ 11ରୁ ଅଧିକ ଆସନ ଛାଡ଼ିବାକୁ ଅଖିଳେଶ ନାରାଜ ଆଉ କଂଗ୍ରେସକୁ ଏତେ କମ୍ ଆସନ ନାମଞ୍ଜୁର। ଏତିକି ଝଟକା କମ ଥିଲା ଯେ ପୁଣି ଏନଡିଏରେ ସାମିଲ ହୋଇ ନୀତୀଶ ଇଣ୍ଡି ଆଲାଏନ୍ସକୁ କରିଦେଲେ ଛାରଖାର। କାରଣ ନୀତୀଶ ହିଁ ଥିଲେ ଏହି ମହାମେଣ୍ଟର ସୁତ୍ରଧର। ଇଣ୍ଡି ଆଲାଏନ୍ସର ପରିକଳ୍ପନା ଥିଲା ତାଙ୍କର। ଆଉ ସିଏ ଯେତେବେଳେ ମୋଦି ଲହର ଆଗରେ ମୁଣ୍ଡ ନୁଆଁଇ ନିଜେ ପକାଇଥିବା ଛେପକୁ ଢୋକିଦେବା ହିଁ ବୁଦ୍ଧିମାନର କାମ ଭାବିନେଲେ। ତେବେ କାହା ସାହସରେ ମୋଦିଙ୍କ ବିଜୟ ରଥ ରୋକିବାକୁ ଯୁଦ୍ଧ ଲଢିବେ ବିରୋଧୀ।
ଆଉ ଇଣ୍ଡି ଆଲାଏନ୍ସ ଭାଙ୍ଗିବା ଯୋଗୁଁ ସବୁଠୁ ବେଶୀ କ୍ଷତି ସହିବ କଂଗ୍ରେସ। ବିଭିନ୍ନ ରାଜ୍ୟରେ ମେଣ୍ଟ ସାଥୀଙ୍କ ସହ ଆସନ ବୁଝାମଣା କରି ଯେଉଁଭଳି କଂଗ୍ରେସର ପୁନଉତ୍ଥାନ ନେଇ ଯୋଜନା କରୁଥିଲା ଦଳ ତାର ସବୁ ସ୍ବପ୍ନ ହୋଇଛି ଚୁରମାର।ନୀତୀଶଙ୍କ ୟୁଟର୍ଣ୍ଣ ପରେ ଏବେ ଏନଡିଏ ହୋଇଛି ଆହୁରିୁ ଶକ୍ତି ଶାଳୀ। ଦେଶରେ ଏଡିଏ ଶାସିତ ରାଜ୍ୟ ସଂଖ୍ୟା ପହଞ୍ଚିଛି 17ରେ ସେଥିରୁ 12 ରାଜ୍ୟରେ ବିଜେପି ଏକାକୀ ଗଢିଛି ସରକାର। ସେପଟେ ପୂର୍ବରୁ ରାଜସ୍ଥାନ ଓ ଛତିଶଗଡ଼ରେ କ୍ଷମତା ହରାଇ ମାତ୍ର 3 ଟି ରାଜ୍ୟରେ କଂଗ୍ରେସ ସୀମିତ ଥିବା ବେଳେ।
ସହଯୋଗୀଙ୍କ ସହ ମିଶି ସରକାର ଗଢିଥିବା ରାଜ୍ୟ ଭିତରୁ ବିହାର ଖସିଯାଇଛି। ଏବେ ନା କେବଳ ବିହାର ବରଂ ସାରା ଦେଶରେ ବିରୋଧୀ ଏକତାକୁ ଲାଗିଛି ଡବଲ ଝଟକା। ଏଥିସହ ମୋଦିଙ୍କ ତୃତୀୟ ଥର କ୍ଷମତା ଦଖଲ ମାର୍ଗ ହୋଇଯାଇଛି ଆହୁର ପ୍ରଶସ୍ତ।
📱 Get Argus News App
✨ଅଧିକ ପଢ଼ନ୍ତୁ ଦେଶ ଖବର: