ଉପରାଷ୍ଟ୍ରପତି ନିର୍ବାଚନ ପାଇଁ NDAର ମନ୍ଥନ

Key Points
NDA ସାଂସଦଙ୍କ ବୈଠକ ଆରମ୍ଭ
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ NDAର ମନ୍ଥନ
ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ
ଶାସକ NDA ମେଣ୍ଟ ସି.ପି ସାଧାକ୍ରିଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିସାରିଛି। କିନ୍ତୁ ଏଯାଏଁ ନିଜ ପ୍ରାର୍ଥୀ ଚୂଡ଼ାନ୍ତ କରିନାହିଁ ବିରୋଧୀ INDI ମେଣ୍ଟ। ଏହାକୁ ନେଇ ଆଜି ବିରୋଧୀ ଦଳମାନେ କରିବେ ଗୁରୁତ୍ବପୂର୍ଣ୍ଣ ବୈଠକ। ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଆବାସରେ ସଂସଦରେ ଥିବା ସମସ୍ତ ବିରୋଧୀ ଦଳର ନେତାଙ୍କର ଏକ ବୈଠକ ଡକାଯାଇଛି। ଆଶା କରାଯାଉଛି ଏହି ବୈଠକ ପରେ ବିରୋଧୀ ମେଣ୍ଟ ନିଜ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ। କୁହାଯାଉଛି ଉପରାଷ୍ଟ୍ରପତି ପଦ ପାଇଁ ବିରୋଧୀ ମେଣ୍ଟ ଏକ ନୂଆ ଚେହେରା ସାମ୍ନାକୁ ଆଣିପାରନ୍ତି।
ମିଳିଥିବା ଖବର ଅନୁସାରେ INDI ବ୍ଲକର ଶୀର୍ଷ ନେତା ବହୁ ନାଁ ଉପରେ ବିଚାର କରୁଛନ୍ତି। ଏଥିରେ ପୂର୍ବତନ ଇସ୍ରୋ ବୈଜ୍ଞାନିକ ମେଲସ୍ବାମୀ ଆନ୍ନାଦୁରାଇଙ୍କ ନାଁ ଅଛି। ଆନ୍ନାଦୁରାଇ ଭାରତର ଚନ୍ଦ୍ରଯାନ-1 ମିଶନର ନେତୃତ୍ବ ନେଇଥିଲେ। ବିରୋଧୀ ମେଣ୍ଟ ଚାହୁଁଛି ଏଥର ଉପରାଷ୍ଟ୍ରପତି ନିର୍ବାଚନକୁ ଗଣତନ୍ତ୍ର ଓ ସମ୍ବିଧାନ ସୁରକ୍ଷାର ଲଢ଼େଇ ଭାବେ ଉପସ୍ଥାପନ କରାଯିବ। ଅନ୍ୟ ଯେଉଁ ନାଁକୁ ନେଇ ବିରୋଧୀ ମେଣ୍ଟରେ ଚର୍ଚ୍ଚା ହେଉଛି ସେଥିରେ ସାମିଲ ଅଛି ତାମିଲନାଡୁର DMK ସାଂସଦ ତିରୁଚି ଶିବାଙ୍କ ନାମ। ଏହାଛଡ଼ା ମହାତ୍ମା ଗାନ୍ଧିଙ୍କ ଅଣନାତି ତଥା ଐତିହାସିକ ତୁଷାର ଗାନ୍ଧିଙ୍କ ନାଁ ବି ପ୍ରାଥମିକ ଚର୍ଚ୍ଚାରେ ସାମିଲ ଅଛି। ମହାରାଷ୍ଟ୍ରର ଜଣେ ଦଳିତ ବୁଦ୍ଧିଜୀବୀଙ୍କୁ ବି INDI ବ୍ଲକ୍ ନିଜ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବିଚାର କରିପାରେ ।