Videos
|
National

ପ୍ରୟାଗରାଜ ସଙ୍ଗମରେ ବୁଡ଼ ପକାଇଲେ ପ୍ରାୟ ୨କୋଟି ଶ୍ରଦ୍ଧାଳୁ

Rashmita Mishra
Browse all articles by Rashmita Mishra
·1 year ago·1 min read
ପ୍ରୟାଗରାଜ ସଙ୍ଗମରେ ବୁଡ଼ ପକାଇଲେ ପ୍ରାୟ ୨କୋଟି ଶ୍ରଦ୍ଧାଳୁ

ମାଘ ପୂର୍ଣ୍ଣିମାରେ ମହାକୁମ୍ଭ ମେଳାରେ ପ୍ରବଳ ଭିଡ଼। ପ୍ରୟାଗରାଜ ସଙ୍ଗମରେ ବୁଡ଼ ପକାଇଲେ ପ୍ରାୟ 2 କୋଟି ଶ୍ରଦ୍ଧାଳୁ। ପ୍ରଥମେ ନାଗା ସାଧୁଙ୍କ ଆଖଡ଼ା ସ୍ନାନ ପରେ ଅନ୍ୟାନ୍ୟ ଆଖଡ଼ା ଓ ସାଧୁସନ୍ଥ କଲେ ପବିତ୍ର ସ୍ନାନ। ମହାକୁମ୍ଭରେ ଏଯାଏଁ ପ୍ରାୟ ୫୦ କୋଟି ଶ୍ରଦ୍ଧାଳୁ ପକାଇଲେଣି ବୁଡ଼।


ମାଘ ପୂର୍ଣ୍ଣିମା ଅବସରରେ ମହାକୁମ୍ଭ ମେଳାରେ ଭିଡ଼ର ପାହାଡ଼। ଆଜି ମାଘ ପୂର୍ଣ୍ଣିମା ଅବସରରେ ପ୍ରୟାଗରାଜର ସଙ୍ଗମ ତଟରେ ବୁଡ଼ ପକାଇଛନ୍ତି ପ୍ରାୟ 1.83 କୋଟିରୁ ଅଧିକ ଶ୍ରଦ୍ଧାଳୁ। ପୂର୍ଣ୍ଣିମାରେ ପ୍ରଥମେ ନାଗା ସାଧୁଙ୍କ ଆଖଡ଼ା ସ୍ନାନ କରିବା ପରେ ଅନ୍ୟାନ୍ୟ ଆଖଡ଼ା ଏବଂ ସାଧୁସନ୍ଥ ବୁଡ଼ ପକାଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାପରେ ସାଧାରଣ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବା ଆରମ୍ଭ କରିଥିଲେ। ଶ୍ରଦ୍ଧାଳୁମାନଙ୍କ ଉପରକୁ ହେଲିକପ୍ଟରରୁ ଫୁଲ ବର୍ଷା କରାଯାଇଥିଲା। ମହାକୁମ୍ଭରେ ଏଯାଏଁ ପ୍ରାୟ ୫୦ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଲେଣି । ଅମୃତ ସ୍ନାନ ଲାଗି ପ୍ରଶାସନ ପକ୍ଷରୁ ମନିଟରିଂ ବ୍ୟବସ୍ଥା କରାଯାଇଥିଲା। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ନିଜେ ସକାଳ ୪ଟାରୁ ଏହି ମନିଟରିଂ ବ୍ୟବସ୍ଥାର ନୀରିକ୍ଷଣ କରିଥିଲେ ।

Nearly 2 crore devotees took a dip in Prayagraj Sangam | Argus News