IndiGo / ଏହି ସବୁ ସ୍ଥାନରୁ ଆଜି ପାଖାପାଖି ୩୦୦ ଇଣ୍ଡିଗୋ ବିମାନ ବାତିଲ୍; ଜାଣନ୍ତୁ...

Key Points
ଦିଲ୍ଲୀ , ମୁମ୍ବାଇ, ହାଇଦ୍ରାବାଦ ଏବଂ ପୁଣେରୁ ପାଖାପାଖି ୩୦୦ ଇଣ୍ଡିଗୋ ବିମାନ ବାତିଲ୍ ।
ହାଇଦ୍ରାବାଦରୁ ୬୬ ବିମାନ ବାତିଲ ।
ଶ୍ରୀନଗରରୁ ଆଜି ପାଇଁ ୭ ଇଣ୍ଡିଗୋ ଫ୍ଲାଇଟ୍ ବାତିଲ୍ ।
ପୁଣେରୁ ୪୨ଟି ବିମାନ ବାତିଲ୍ ହୋଇଛି ।
ଥମୁନି ଇଣ୍ଡିଗୋ ଯନ୍ତ୍ରଣା । ଏବେ ବି ଅନେକ ଯାତ୍ରୀ ବିମାନ ବନ୍ଦରରେ ଅଟକି ରହିଛନ୍ତି । ଆଜି ମଧ୍ୟ ଅନେକ ଇଣ୍ଡିଗୋ ବିମାନର ଉଡାଣ ବାତିଲ ହୋଇଛି । ବିଶେଷକରି ଦିଲ୍ଲୀ, ବାଙ୍ଗାଲୋର, ଅହମ୍ମଦାବାଦରୁ ଉଡ଼ାଣ ଭରିବାକୁ ଥିବା ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏଭଳି ପରିସ୍ଥିତ ହେବ ବୋଲି ଆଗରୁ ଜାଣିଥିଲେ ମଧ୍ୟ ଚୁପ୍ ବସିଥିଲା ଇଣ୍ଡିଗୋ କର୍ତ୍ତୃପକ୍ଷ । ହଜାର ହଜାର ବିମାନ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ କେବଳ ସରି କହି ଚୁପ୍ ହୋଇଯାଇଛନ୍ତି । ବାରମ୍ବାର ବିମାନର ଯାତ୍ରା ସମୟ ବଦଳାଯାଉଥିବା ବେଳେ ଅନେକ ବିମାନର ଉଡାଣ ଶେଷ ମୁହୂର୍ତ୍ତରେ ବାତିଲ କରାଯାଉଛି।
ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ବିମାନବନ୍ଦର ବାହାରେ ଅପେକ୍ଷା କରି ରହୁଛନ୍ତି । କିନ୍ତୁ ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ । ଇଣ୍ଡିଗୋ ସଂସ୍ଥା ଏୟାରବସ୍ ଏ ୩୨୦ର ସଫ୍ଟୱେୟାର୍ ଅପଡେଟ୍, ଶୀତକାଳୀନ ସମୟସୂଚୀ ପରିବର୍ତ୍ତନ, ବିମାନବନ୍ଦର ଭିଡ଼ ଏବଂ ପାଇଲଟ୍ମାନଙ୍କ ନୂଆ ଉଡ଼ାଣ ସମୟ ନିର୍ଦ୍ଧାରଣ ନିୟମ ଯୋଗୁଁ ଏହି ସଂକଟ ଦେଖାଦେଇଛି । ବିମାନ କର୍ମଚାରୀଙ୍କ ଦୀର୍ଘଦିନର ଅଭାବ ଏବଂ ଅତ୍ୟଧିକ ଉଡ଼ାଣ ନିର୍ଦ୍ଧାରଣ ଯୋଗୁଁ ଏଭଳି ସ୍ଥିତି ଦେଖାଯାଇଛି ।
ଦିଲ୍ଲୀ , ମୁମ୍ବାଇ, ହାଇଦ୍ରାବାଦ ଏବଂ ପୁଣେରୁ ପାଖାପାଖି ୩୦୦ ଇଣ୍ଡିଗୋ ବିମାନ ବାତିଲ୍ ହୋଇଯାଇଛି । ହାଇଦ୍ରାବାଦରୁ ୬୬ ବିମାନ ବାତିଲ ହୋଇଥିଲା ବେଳେ ଶ୍ରୀନଗରରୁ ଆଜି ପାଇଁ ୭ ଇଣ୍ଡିଗୋ ଫ୍ଲାଇଟ୍ ବାତିଲ୍ ହୋଇଛି । ସେହିପରି ପୁଣେରୁ ୪୨ଟି ବିମାନ ବାତିଲ୍ ହୋଇଛି । ଲଗାତାର ୫ ଦିନ ପାଇଁ ଇଣ୍ଡିଗୋ ବିମାନରେ ଅସ୍ଥିରତା ଜାରି ରହିଥିବା ବେଳେ ଏବେସୁଦ୍ଧା ହଜାରରୁ ଅଧିକ ବିମାନ ବାତିଲ୍ ହୋଇସାରିଛି । ଓଡ଼ିଶାରେ ଝାରସୁଗୁଡାରୁ ମୁମ୍ବାଇ ଯିବାକୁ ଥିବା ଇଣ୍ଡିଗୋ ଫ୍ଲାଇଟ୍ ମଧ୍ୟ ବାତିଲ୍ ହୋଇଥିବା ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଭୁବନେଶ୍ବର ବିମାବନ୍ଦର ପକ୍ଷରୁ ଏହି ପ୍ରସଙ୍ଗରେ ପୂର୍ବରୁ ଏକ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ତାହା ହେଲା ୦୧୧-୨୪୬୧୦୮୪୩, ୦୧୧-୨୪୬୯୩୯୬୩ ଓ ୦୯୬୫୦୩-୯୧୮୫୯ ।
ସେପଟେ ବ୍ୟାପକ ବିମାନ ଉଡ଼ାଣ ବାତିଲ ହେବା ପରେ ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ରେଲୱେ ପଦକ୍ଷେପ ନେଇଛି । ସୁଗମ ଯାତ୍ରା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି । ମୋଟ ୩୭ଟି ଟ୍ରେନରେ ୧୧୬ଟି ଅତିରିକ୍ତ କୋଚ୍ ଯୋଡ଼ା ଯାଇଛି । ଯାହା ସାରା ଦେଶରେ ୧୧୪ଟି ବର୍ଦ୍ଧିତ ଯାତ୍ରା ପରିଚାଳନା କରୁଛି ।
ଦକ୍ଷିଣ ରେଳବାଇ (ଏସ୍ଆର୍) ସର୍ବାଧିକ ୧୮ଟି ଟ୍ରେନର କ୍ଷମତା ବୃଦ୍ଧି କରିଛି । ଅଧିକ ଚାହିଦା ଥିବା ମାର୍ଗରେ ଅତିରିକ୍ତ ଚେୟାର କାର୍ ଏବଂ ସ୍ଲିପର କ୍ଲାସ୍ କୋଚ୍ ନିୟୋଜିତ କରାଯାଇଛି । ୬ ଡିସେମ୍ବର ୨୦୨୫ ଠାରୁ କାର୍ଯ୍ୟକାରୀ ହୋଇଥିବା ଏହି ବୃଦ୍ଧି ଦକ୍ଷିଣାଞ୍ଚଳରେ ପରିବହନ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ ।
ଅଧିକ ପଢ଼ନ୍ତୁ ଦେଶ ଖବର...
📱 Get Argus News App
✨Related Topics
Explore more stories