Videos
|
National

Rare Flowers / ୧୨ ବର୍ଷ ପରେ ଫୁଟିଲା ବିରଳ ନୀଳକୁରିଞ୍ଜୀ…ଫୁଲ ତୋଳି ବନ୍ଧା ହେଲେ ୨ ଯୁବକ

Ritu Das
Browse all articles by Ritu Das
·1 hour ago·2 min read
୧୨ ବର୍ଷ ପରେ ଫୁଟିଲା ବିରଳ ନୀଳକୁରିଞ୍ଜୀ…ଫୁଲ ତୋଳି ବନ୍ଧା ହେଲେ ୨ ଯୁବକ
India

Key Points

  • ୧୨ ବର୍ଷ ପରେ ମୁନ୍ନାର ପାହାଡ଼ରେ ଫୁଟିଲା ବିରଳ ନୀଳକୁରିଞ୍ଜୀ ଫୁଲ
  • ଫୁଲ ତୋଳି ଫଟୋ ଉଠାଇ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଫସିଲେ ୨ ଯୁବକ
  • ପ୍ରାୟ ୧୨ ବର୍ଷ ପରେ ମୁନ୍ନାର ପାହାଡ଼ରେ ଫୁଟିଛି ବିରଳ ନୀଳକୁରିଞ୍ଜୀ ଫୁଲ। ନୀଳ-ବାଇଗଣି ରଙ୍ଗର ଏହି ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ବେଳେ, ଫୁଲ ତୋଳି ଫଟୋ ଉଠାଇବା ଦୁଇ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଫୁଲ ତୋଳି ତାହା ସହ ଫଟୋ ଉଠାଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ଜଙ୍ଗଲ ବିଭାଗ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଛି। ସୁରକ୍ଷିତ ଉଦ୍ଭିଦ ଭାବେ ନୀଳକୁରିଞ୍ଜୀକୁ ସଂରକ୍ଷଣ କରାଯାଉଥିବାରୁ ଏହାକୁ ତୋଳିବା କିମ୍ବା ନଷ୍ଟ କରିବା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ।

    ଏହାସହ ପଢ଼ନ୍ତୁ: ଓରାଙ୍ଗଉଟାନ୍ ଛୁଆଙ୍କୁ ଇଣ୍ଡୋନେସିଆ ଫେରାଇ ନେବାକୁ ଆନ୍ତର୍ଜାତୀୟ ସ୍ତରରେ କସରତ

    ବିରଳ ନୀଳକୁରିଞ୍ଜୀ ଫୁଲ ତୋଳି, ଏହା ସହିତ ଫଟୋ ଉଠାଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବାରୁ ଉଭୟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନଷ୍ଠାନ ନିଆଯାଇଛି । ଘଟଣା ମୁନ୍ନାରର। ପ୍ରାୟ ୧୨ ବର୍ଷ ପରେ ନୀଳକୁରିଞ୍ଜୀ ଫୁଲ ସ୍ଥାନୀୟ ପାହାଡ଼ଗୁଡ଼ିକୁ ଆଚ୍ଛାଦିତ କରିଛି, ଯାହାର ମନୋରମ ଦୃଶ୍ୟ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କୁ ଟାଣିଆଣୁଛି । ମୁନ୍ନାର ସ୍ଥିତ କୁଟ୍ଟିୟାର ଓ ଏର୍ନାକୁଲମର ଦୁଇଜଣ ଯୁବ ଇନଫ୍ଲୁଏନ୍ସର ଏହି ଦୃଶ୍ୟର ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଙ୍ଗଲ ବିଭାଗ ସେମାନଙ୍କ ବିରୋଧରେ ମାମଲା ରୁଜୁ କଲା । ଗୋଟିଏ ଫଟୋରେ ଜଣେ ସଦ୍ୟ ତୋଳିଥିବା ନୀଳକୁରିଞ୍ଜୀ ଫୁଲ ଧରିଥିବା ଓ ସେହି ଫୁଲକୁ ନିଜ କେଶରେ ସଜାଇଥିବା ଦେଖିବାକୁ ମିଳିଛି ।

    ମୁନ୍ନାରର ଚୋକ୍ରାମୁଡି ଅଞ୍ଚଳରେ ଏହି ଫୁଲ ଫୁଟିବା ପରେ ଜଙ୍ଗଲ ବିଭାଗ ଫୁଲ ତୋଳିବା ଉପରେ କଟକଣା ଜାରି କରିଥିଲା । ବନ୍ୟଜୀବ ଅଧିନିୟମ ଅନ୍ତର୍ଗତ ଏହା ଏକ ସୁରକ୍ଷିତ ଉଦ୍ଭିଦ । ଏହାକୁ ନଷ୍ଟ କରିବା କିମ୍ବା ତୋଳିବା ଦଣ୍ଡନୀୟ ଅପରାଧ । ନୀଳକୁରିଞ୍ଜୀର ବୈଜ୍ଞାନିକ ନାମ ‘ଷ୍ଟ୍ରୋବିଲାନ୍ଥେସ୍ କୁନ୍ଥିଆନା’ । ଫୁଲ ଫୁଟିବାର ଅସାଧାରଣ ଚକ୍ର ପାଇଁ ଏହା ପ୍ରସିଦ୍ଧ । ପ୍ରତି ୧୨ ବର୍ଷରେ ଏହା ଫୁଟେ, ଫଳରେ ପଶ୍ଚିମ ଘାଟର ଏକ ବିସ୍ତୃତ ଅଞ୍ଚଳ ନୀଳ-ବାଇଗଣି ରଙ୍ଗରେ ରଙ୍ଗୀନ୍ ହୋଇଯାଏ । ଏହି ଫୁଲକୁ ନଷ୍ଟ କଲେ କିମ୍ବା ତୋଳିଲେ ୨୫ ହଜାର ପର୍ଯ୍ୟନ୍ତ ଜରିମାନା ଓ ୩ ବର୍ଷ ଜେଲଦଣ୍ଡର ପ୍ରାବଧାନ ରହିଛି ।


    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free: