ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କୁ ରୌପ୍ୟ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି । ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କୁ ମିଳିଛି ରୌପ୍ୟ ପଦକ । କ୍ରମାଗତ ଦ୍ବିତୀୟ ଅଲିମ୍ପିକ୍ସରେ ପଦକ ଜିତି ଭାରତୀୟ ଜାଭେଲିନ୍ ଖେଳାଳି ଭାବେ ଇତିହାସ ରଚିଛନ୍ତି ନୀରଜ । ତେବେ ସ୍ବର୍ଣ୍ଣ ପଦକ ଦାବିଦାର ଥିବା ନୀରଜ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି ।
89.45 ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ସେ ରୌପ୍ୟ ପଦକ ଜିତିଛନ୍ତି । ପୂର୍ବରୁ 2020 ଟୋକିଓ ଅଲିମ୍ପିକ୍ସରେ ନୀରଜ ୮୭.୫୮ ମିଟର ଜାଭେଲିନ୍ ଥ୍ରୋ’ କରି ସ୍ଵର୍ଣ୍ଣ ପଦକ ଜିତିଥିଲେ । ସେପଟେ ପାକିସ୍ତାନୀ ଜାଭେଲିନ୍ ଥ୍ରୋୟର ଅର୍ଶଦ ନଦୀନ ଅଲିମ୍ପିକ୍ସ ଇତିହାସର ରେକର୍ଡ ଭାଙ୍ଗିବା ସହ 92.97 ମିଟର ଜାଭେଲିନ୍ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଗ୍ରେନେଡାର ଆଣ୍ଡରସନ ପିଟର୍ସ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । ଏହାକୁ ମିଶାଇ ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଏ ପର୍ଯ୍ୟନ୍ତ ମୋଟ 5ଟି ପଦକ ମିଳିଛି ।
ଅଧିକ ପଢନ୍ତୁ : ପୁରୁଷ ହକିରେ ଭାରତକୁ ବ୍ରୋଞ୍ଜ ପଦକ