Videos
|
National

NEET-UG ପରୀକ୍ଷା ବିବାଦ, ହେବନି ନିଟ୍-ୟୁଜି ପରୀକ୍ଷା

Smruti Parija
Browse all articles by Smruti Parija
·2 years ago·1 min read
NEET-UG ପରୀକ୍ଷା ବିବାଦ, ହେବନି ନିଟ୍-ୟୁଜି ପରୀକ୍ଷା

ଅର୍ଗସ ବ୍ୟୁରୋ: NEET-UG ପରୀକ୍ଷା ବିବାଦକୁ ନେଇ ରାୟ ଶୁଣାଇଲେ ସର୍ବୋଚ୍ଚ ଅଦାଲତ । ପୁନଃ ହେବନି ନିଟ୍-ୟୁଜି ପରୀକ୍ଷା । ପୁନଃ ନିଟ୍ ପରୀକ୍ଷା କରିବାକୁ ମନା କଲେ ସୁପ୍ରିମକୋର୍ଟ । ପୁନଃ ପରୀକ୍ଷା କଲେ ୨୪ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହେବେ । ସେଥିପାଇଁ ଏପରି ନିଷ୍ପତି ନେଇଛନ୍ତି ସୁପ୍ରିମକୋର୍ଟ । 

ଚଳିତ ବର୍ଷର NEET-UG ପରୀକ୍ଷା ମେ 5ରେ ଅନୁଷ୍ଠିତ ହୋଇଥିଲା । ଜୁନ୍ 4ରେ ଫଳାଫଳ ପ୍ରକାଶ ପାଇଥିଲା । ରେଜଲ୍ଟ ବାହାରିବା ପରେ ହିଁ ସୃଷ୍ଟି ହୋଇଥିଲା ବିବାଦ । କିଛି ଛାତ୍ରଛାତ୍ରୀ 720ରୁ ପୂର୍ଣ୍ଣ ମାର୍କ ରଖି ପାସ୍ କରିବା ଏବଂ କେତେକ ରାଜ୍ୟର ପିଲା ଗୁଜରାଟର ନିର୍ଦ୍ଦିଷ୍ଟ କିଛି ସେଣ୍ଟର ଚୟନ କରିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। 

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲା ଉପରେ ଶୁଣାଣି କରିଥିଲେ। ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଛନ୍ତି ଯେ, ଜାତୀୟ ପରୀକ୍ଷା ଏଜେନ୍ସି (NTA) ଏବଂ IIT ମାଡ୍ରାସ ଯେଉଁ ଯାଞ୍ଚ ରିପୋର୍ଟ ଦାଖଲ କରିଛନ୍ତି, ସେଥିରେ ବ୍ୟାପକ ପ୍ରଶ୍ନପତ୍ର ଲିକ୍ ହୋଇଥିବାର ପ୍ରମାଣ ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶେଷରେ ଏହି ବିବାଦ ମଧ୍ୟରେ ପୁନଃ ନିଟ୍ ପରୀକ୍ଷା କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ ।  

ଆହୁରି ପଢନ୍ତୁ ଭାରତ ଖବର...

NEET-UG Exam Controversy, No NEET-UG Exam-conducted-said-supreme-court | Argus News