Videos
|
National

ବଡ଼ଧରଣର ପେପର ଲିକ୍‌ ହୋଇନଥିବା କହିଲେ ସୁପ୍ରିମକୋର୍ଟ

Smruti Parija
Browse all articles by Smruti Parija
·2 years ago·1 min read
ବଡ଼ଧରଣର ପେପର ଲିକ୍‌ ହୋଇନଥିବା କହିଲେ ସୁପ୍ରିମକୋର୍ଟ

ଅର୍ଗସ ବ୍ୟୁରୋ:  ନିଟ୍‌ ପେପର ଲିକ୍‌ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି । ବଡ଼ଧରଣର ପେପର ଲିକ୍‌ ହୋଇନଥିବା କହିଲେ ସୁପ୍ରିମକୋର୍ଟ । କେବଳ ପାଟନା ଓ ହଜାରୀବାଗରେ ପେପର ଲିକ୍‌ ହୋଇଥିଲା ।  ପୁନର୍ବାର ପରୀକ୍ଷା ଆବେଦନକୁ ମଧ୍ୟ ଖାରଜ କଲେ ସୁପ୍ରିମକୋର୍ଟ । 

ଚଳିତ ବର୍ଷର NEET-UG ପରୀକ୍ଷା ମେ 5ରେ ଅନୁଷ୍ଠିତ ହୋଇଥିଲା । ଜୁନ୍ 4ରେ ଫଳାଫଳ ପ୍ରକାଶ ପାଇଥିଲା । ରେଜଲ୍ଟ ବାହାରିବା ପରେ ହିଁ ସୃଷ୍ଟି ହୋଇଥିଲା ବିବାଦ । କିଛି ଛାତ୍ରଛାତ୍ରୀ 720ରୁ ପୂର୍ଣ୍ଣ ମାର୍କ ରଖି ପାସ୍ କରିବା ଏବଂ କେତେକ ରାଜ୍ୟର ପିଲା ଗୁଜରାଟର ନିର୍ଦ୍ଦିଷ୍ଟ କିଛି ସେଣ୍ଟର ଚୟନ କରିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। 

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲା ଉପରେ ଜୁଲାଇ 23ରେ ଶୁଣାଣି କରିଥିଲେ। ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଥିଲେ ଯେ, ଜାତୀୟ ପରୀକ୍ଷା ଏଜେନ୍ସି (NTA) ଏବଂ IIT ମାଡ୍ରାସ ଯେଉଁ ଯାଞ୍ଚ ରିପୋର୍ଟ ଦାଖଲ କରିଛନ୍ତି, ସେଥିରେ ବ୍ୟାପକ ପ୍ରଶ୍ନପତ୍ର ଲିକ୍ ହୋଇଥିବାର ପ୍ରମାଣ ନାହିଁ । ଶେଷରେ ଏହି ବିବାଦ ମଧ୍ୟରେ ପୁନଃ ନିଟ୍ ପରୀକ୍ଷା କରିବାକୁ ମନା କରିଥିଲେ ସୁପ୍ରିମକୋର୍ଟ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଭାରତ ଖବର...
 

NEET UG paper leak: No systemic breach as leak limited to Patna and Hazaribag, says Supreme Court | Argus News