Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

NEET ବିବାଦକୁ ନେଇ କେନ୍ଦ୍ର ସରକାରଙ୍କ କଠୋର ପଦକ୍ଷେପ

Smruti Parija
Browse all articles by Smruti Parija
·2 years ago·2 min read
NEET ବିବାଦକୁ ନେଇ କେନ୍ଦ୍ର ସରକାରଙ୍କ କଠୋର ପଦକ୍ଷେପ

ଅର୍ଗସ ବ୍ୟୁରୋ: ନିଟ ବିବାଦକୁ ନେଇ କେନ୍ଦ୍ର ସରକାରଙ୍କ କଠୋର ପଦକ୍ଷେପ । ସ୍ବଚ୍ଛତା ସହ ସାଲିସ ହେବ ନାହିଁ । ଗୁଜବ ଓ ରାଜନୀତି ନକରିବାକୁ ଅପିଲ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଛାତ୍ରଙ୍କ ଭବିଷ୍ୟତ ପାଇ ସରକାର ପ୍ରତିଶ୍ରୁତିବଦ୍ଧ । ଖୁବଶୀଘ୍ର ରିପୋର୍ଟ ସାମ୍ନାକୁ ଆସିବ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି । ୟୁଜିସି-ନେଟ୍ ଜୁନ୍ ୨୦୨୪ ପରୀକ୍ଷା ବାତିଲ ଘୋଷଣା ସହ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ଘୋଷଣା ପରେ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ପ୍ରଦର୍ଶନ କରିଥିଲେ । ଆପ, କଂଗ୍ରେସ ନେତା ମଧ୍ୟ ବିକ୍ଷୋଭରେ ସାମିଲ ହୋଇଥିଲେ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏପରି ସମ୍ବେଦନଶୀନ ଘଟଣାକୁ ନେଇ ରାଜନୀତି ନକରିବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ଜୁନ୍ ୧୮ରେ ଦେଶର ବିଭିନ୍ନ ସହରରେ ଦୁଇଟି ସିଫ୍ଟରେ ୟୁଜିସି-ନେଟ୍ ପରୀକ୍ଷା ଆୟୋଜନ କରିଥିଲା। ଏହି ପରୀକ୍ଷାରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଥିଲା। ବିଶ୍ୱବିଦ୍ୟାଳୟ ଓ କଲେଜରେ ସହକାରୀ ପ୍ରଫେସର ପଦବୀ ପାଇଁ ଏବଂ ଜୁନିୟର ରିସର୍ଚ୍ଚ ଫେଲୋସିପ୍ ପାଇଁ ଯୋଗ୍ୟତା ନିର୍ଦ୍ଧାରଣ ପାଇଁ ଅନୁଷ୍ଠିତ ଏହି ପରୀକ୍ଷାରେ ୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ-ଜାତୀୟ ଯୋଗ୍ୟତା ପରୀକ୍ଷା ବାତିଲ ହୋଇଥିବା ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି  । ଖୁବଶୀଘ୍ର ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା ହେବ।

ଆହୁରି ପଢନ୍ତୁ ଭାରତ ଖବର...
 

Sponsored
NEET-UG row: Dharmendra Pradhan announces high-level committee to probe issues pertaining to NTA | Argus News