Videos
|
National

Nepal Flood Update / ପ୍ରଳୟଙ୍କାରୀ ବନ୍ୟାରେ ନେପାଳରେ ହାହାକାର… ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା…ଜାରି ହେଲା ହେଲ୍ପଲାଇନ ନଂ

Ritu Das
Browse all articles by Ritu Das
·1 hour ago·2 min read
ପ୍ରଳୟଙ୍କାରୀ ବନ୍ୟାରେ ନେପାଳରେ ହାହାକାର… ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା…ଜାରି ହେଲା ହେଲ୍ପଲାଇନ ନଂ
India

Key Points

ନେପାଳର ପାର୍ବତ୍ୟାଞ୍ଚଳରେ ବୁଧବାର ଦିନ ହଠାତ୍ ପ୍ରକୃତି ଭୟଙ୍କର ତାଣ୍ଡବ ରଚିଛି
ରିପୋର୍ଟ ଅନୁଯାୟୀ ତିବ୍ଦତରେ ଏକ ହିମବାହ ଫାଟିବା ଫଳରେ ଭୋଟେ କୋଶୀ ନଦୀରେ ଭୟଙ୍କର ଜଳ ପ୍ରବାହ ମାଡ଼ିଆସିଛି
ନେପାଳର ପାର୍ବତ୍ୟାଞ୍ଚଳରେ ବୁଧବାର ଦିନ ହଠାତ୍ ପ୍ରକୃତି ଭୟଙ୍କର ତାଣ୍ଡବ ରଚିଛି। ରିପୋର୍ଟ ଅନୁଯାୟୀ ତିବ୍ଦତରେ ଏକ ହିମବାହ ଫାଟିବା ଫଳରେ ଭୋଟେ କୋଶୀ ନଦୀରେ ଭୟଙ୍କର ଜଳ ପ୍ରବାହ ମାଡ଼ିଆସିଛି। ନିକଟବର୍ତ୍ତୀ ଅଞ୍ଚଳରେ ରାସ୍ତା, ପୋଲ, ଘର ଏବଂ ବିଦ୍ୟୁତ୍ ପ୍ରକଳ୍ପ ଧ୍ୱଂସ ପାଇଛି। ବନ୍ୟାରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି, ଏବଂ ଏହି ଦୁଃଖଦ ଘଟଣା ଦ୍ୱାରା ଆହୁରି ଅନେକ ଲୋକ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି।



ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ଲୋକ ନିଖୋଜ ଥିବା ଜଣାପଡ଼ିଛି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି, ଏବଂ ପ୍ରଶାସନ ଆଶଙ୍କା କରୁଛି ଯେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ। ଭାରତର ବିହାରରେ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ଗୃହମନ୍ତ୍ରୀ ଅମିତ ଶାହ ପ୍ରସ୍ତୁତି ସମ୍ପର୍କରେ ଅପଡେଟ୍ ପାଇବା ପାଇଁ ବ୍ୟକ୍ତିଗତ ଭାବରେ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସହ କଥା ହୋଇଛନ୍ତି।

ନେପାଳର ନୁୱାକୋଟ ଏବଂ ଧାଡିଂ ଜିଲ୍ଲା ଦେଇ ଭୋଟେକୋଶି ନଦୀରେ ହଠାତ୍ ବନ୍ୟା ଆସିବାରୁ ବର୍ତ୍ତମାନ ସୁଦ୍ଧା ୧୬ଜଣଙ୍କର ମୃତ୍ୟୁ ହୋଇଛି । ୧୦୫ ଜଣ ଭାରତୀୟଙ୍କ ସମେତ ଅନେକ ନିଖୋଜ ଅଛନ୍ତି । ନେପାଳୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସୀମାର ତିବ୍ଦତୀୟ ପାର୍ଶ୍ୱରୁ ବନ୍ୟା ଜଳ ଆସି ବ୍ୟାପକ କ୍ଷୟକ୍ଷତି କରିଛି ଏବଂ ନେପାଳର ଅନେକ ଗାଁ ଭାସି ଯାଇଛି ।

ନେପାଳ-ଚୀନ୍ ସୀମାସ୍ଥିତ ରସୁୱା ଜିଲ୍ଲାରେ ବୁଧବାର ଆସିଥିବା ଭୀଷଣ ବନ୍ୟା ଏବଂ ଭୂସ୍କଳନ ଅଞ୍ଚଳରେ ତାଣ୍ଡବ ରଚିଛି । ଏହି ବିପର୍ଯ୍ୟୟ କାରଣରୁ ଘରଦ୍ୱାର, ରାସ୍ତାଘାଟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । କୈଳାସ ମାନସରୋବର ଯାତ୍ରାରେ ବାହାରିଥିବା ପ୍ରାୟ ୪୦୦ ଶ୍ରଦ୍ଧାଳୁ ରସୁୱାଗଢ଼ି ଅଞ୍ଚଳରେ ଫସି ରହିଛନ୍ତି ଏବଂ ସେମାନଙ୍କ ସହ ସମ୍ପର୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ।

କାଠମାଣ୍ଡୁ ସ୍ଥିତ ଟଚ୍ କୈଳାସ ଟ୍ରାଭେଲ୍ସ ଆଣ୍ଡ ଟୁର୍ସର ଏମଡି ବାସୁ କୁମାର ଅଧିକାରୀ ଜଣାଇଛନ୍ତି ଯେ, ବୁଧବାର ୯୩ ଜଣ ନେପାଳୀ ନାଗରିକଙ୍କ ସମେତ ମୋଟ ୩୯୦ ଜଣ ଶ୍ରଦ୍ଧାଳୁ ଚୀନ୍ ସୀମା ପାର୍ କରିବାର ଥିଲା । ତେବେ ଅପରାହ୍ନ ୩ଟା ସୁଦ୍ଧା ସେମାନଙ୍କ ମଧ୍ୟରୁ ମାତ୍ର କିଛି ଲୋକଙ୍କ ସହ ସମ୍ପର୍କ ହୋଇପାରିଥିବା ବେଳେ ଅଧିକାଂଶ ଯାତ୍ରୀଙ୍କ ବିଷୟରେ କୌଣସି ସଠିକ୍ ସୂଚନା ମିଳିପାରି ନାହିଁ। 



କାଠମାଣ୍ଡୁରେ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟ ନାଗରିକଙ୍କୁ ସାହାଯ୍ୟ କରିବାପାଇଁ ଏମର୍ଜେନ୍ସି ହେଲ୍ପଲାଇନ ନଂ 977 985 131 6807 ଏବଂ 977 970 910 7500 ଜାରି କରାଯାଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: