Videos
|
National

Flood Rescue / ନେପାଳ ବନ୍ୟାରେ ଚମତ୍କାର: ୨୪ ଘଣ୍ଟା ପରେ ମାଟି ତଳୁ ଜୀବିତ ଉଦ୍ଧାର ହେଲା କୁନି ଝିଅ

Rashmita Mishra
Browse all articles by Rashmita Mishra
·2 weeks ago·2 min read
ନେପାଳ ବନ୍ୟାରେ ଚମତ୍କାର: ୨୪ ଘଣ୍ଟା ପରେ ମାଟି ତଳୁ ଜୀବିତ ଉଦ୍ଧାର ହେଲା କୁନି ଝିଅ
Flood Rescue

Key Points

ନେପାଳ ବନ୍ୟାରେ ଚମତ୍କାର ୨୪ ଘଣ୍ଟା ପରେ ମାଟି ତଳୁ ଜୀବିତ ଉଦ୍ଧାର ହେଲା କୁନି ଝିଅ
ମୃତ୍ୟୁକୁ ହରାଇଲା କୁନି ଝିଅ ପଙ୍କ ତଳେ ୨୪ ଘଣ୍ଟାର ଜୀବନ ସଂଘର୍ଷ
ବନ୍ୟାର ତାଣ୍ଡବ ଆଗରେ ଜୀବନର ବାଜିମାତ ମାଟି ତଳୁ ମିଳିଲା ନୂଆ ଜୀବନ
ନେପାଳ ବନ୍ୟାରେ ଅଲୌକିକ ଉଦ୍ଧାର ପଙ୍କ ତଳେ ଫସିଥିଲା, ତଥାପି ବଞ୍ଚିଗଲା କୁନି ଝିଅ 

ନେପାଳର ବନ୍ୟାକୁ ହରାଇଦେଲା ଏହି କୁନି ଝିଅ... ପଙ୍କର ତଳେ ଦବିଗଲେ କିନ୍ତୁ ତଥାପି ମୃତ୍ୟୁ ନେଇପାରିଲା ନାହିଁ । ପାତାଳରେ କାଟିଲେ ୨୪ ଘଣ୍ଟା । ପ୍ରତିଟି ସମୟରେ ମୃତ୍ୟୁ ସହ କରୁଥିଲେ ଲଢ଼େଇ । ପ୍ରକୃତିର ତାଣ୍ଡବ ଆଗରେ ବାଜିମାତ କରିଛନ୍ତି ଏହିଭଳି ଅନେକ । ପଙ୍କ ତଳେ ପୋତି ହୋଇଗଲେ । ନା ନିଃଶ୍ବାସ ନେବାକୁ ବାଟ ଥିଲା ନା ବାହାରିବାକୁ । ଜୀବନ ବଞ୍ଚାଇବାକୁ ଖାଲି ଡହଳବିକଳ ହେଉଥିଲେ ।

ବାହାରକୁ ଶୁଭୁଥିଲା ବିକଟାଳ କାନ୍ଦର ସ୍ବର । କାନ ଡେରି ଶୁଣିବା ପରେ ଜଣାପଡ଼ିଥିଲା କେହିଜଣେ କାନ୍ଦୁଛି । ଆଉ ତାପରେ ଆରମ୍ଭ ହୋଇଥିଲା ରେସ୍କ୍ୟୁ । ମାଡ଼ିଆସିଥିବା ମୃତ୍ୟୁର ବନ୍ୟା ବି ଆଜି ହାର ମାନିଯାଇଛି ଏହି କୁନି ଝିଅଟି ଆଗରେ । ବନ୍ୟା ପାତାଳରେ ଦାବି ଦେଇଥିଲେ ମଧ୍ୟ ସେ ମୃତ୍ୟୁ ସହ କରିଛନ୍ତି ଲଢ଼େଇ। ନା ପାଖରେ ବାପା ମା' ଥିଲେ ନାକି ପରିବାରର ଆଉ କିଏ । ଏକା ଲଢ଼ିଥିଲେ ସେ ମାଟି ତଳେ ସେ କିଟ୍‌ମିଟ୍‌ ଅନ୍ଧାରରେ । ନେପାଳର ଏହି ଦୃଶ୍ୟ ଛାତିକୁ ଆନ୍ଦୋଳିତ କରିଦେଉଛି ।

ମୃତ୍ୟ ସହ ୨୪ ଘଣ୍ଟା ସଂଘର୍ଷ କରିଲା ପରେ ବାହାରକୁ ବାହାରି ଆସିଛି କୁନି ଝିଅଟି । ମୃତ୍ୟୁ ଏହି କୁନି ଝିଅଟିକୁ ଛୁଇଁ ପାରି ନାହିଁ। ଯଦି ଦେଖିବା ନେପାଳର ବନ୍ୟା ଶହ ଶହ ଲୋକଙ୍କୁ ମାରି ଦେଇଛି । ଅନକେ ଲୋକ ଏବେବି ପଙ୍କ ତଳେ ପୋତି ହୋଇ ରହିଛନ୍ତି । ମୃତ୍ୟୁ ସଂଖ୍ୟା ୧ ହଜାରକୁ ଛୁଇଁପାରେ । କିନ୍ତୁ ଏହି କୁନି ଝିଅଟିକୁ ମୃତ୍ୟୁ ଛୁଇଁ ପାରି ନାହିଁ । ନେପାଳର ଯବାନ କୁନି ଝିଅଟିକୁ ଉଦ୍ଧାର କରିଛନ୍ତି । ମାଟିତଳୁ ଉଦ୍ଧାର କରି ବାହାରକୁ ନେଇ ଆସିଛନ୍ତି । ପୁରା ସୁରକ୍ଷିତ ରହିଛି ଝିଅଟି । ତା ମୁହଁରେ ଡର ଭୟ କିଛି ବି ନାହିଁ ।

କେବଳ ଏହି କୁନି ଝିଅଟି ନୁହେଁ । ଅନେକ ଶିଶୁ ବଞ୍ଚି ଯାଇଛନ୍ତି ଏହି ବନ୍ୟାରୁ । ନେପାଳ ଯବାନ ଦୁଇଜଣ କୋମଳମତି ଜାଆଁଳା ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି । ବନ୍ୟା ତାଙ୍କୁ ଛୁଇଁପାରି ନାହିଁ । ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ମହିଳା ଯବାନ ଦୁଇ ଶିଶୁଙ୍କୁ କୋଳରେ ଧରି ରହିଛନ୍ତି । କାନ୍ଦୁଥିବା ଶିଶୁକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି । ଏମାନେ ସବୁ ମୃତ୍ୟୁର ବନ୍ୟାକୁ ହରାଇ ଦେଇଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି ନେପାଳ ଏବେ ମେରୁଦଣ୍ଡ ଭାଙ୍ଗି ପଡ଼ିଛି । ଅଚାନକ ଆସିଥିବା ଏହି ବନ୍ୟା ସବୁ କିଛି ଧ୍ବଂସ କରିଦେଇଛି । ଅଧା ନେପଳ ଏବେ ମାଟି ତଳେ ପୋତି ହୋଇଯାଇଛି । ଯିଏ ଆଉ କେବେ ବାହାରକୁ ଆସିପାରିବ କି ନାହିଁ ତାହ ଅସମ୍ଭବ ଲାଗୁଛି । ପୁରା ଜୋରସୋରେ ଜାରି ରହିଛି ଉଦ୍ଧାରକାର୍ଯ୍ୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Flood Rescue | Nepal Flood Miracle: 3-Year-Old Girl Rescued Alive After 24 Hours Under Mud | Argus News