Nepal Flood / ନେପାଳରେ ଭୟଙ୍କର ବିପଦ…ତିବତ ସୀମାରେ ଫାଟିଲା କୃତ୍ରିମ ହ୍ରଦ, ପୁଣି ବନ୍ୟା ଆଶଙ୍କା
·53 mins ago·3 min read

Key Points
ନେପାଳ ଜଳପ୍ରଳୟରେ ମୃତ୍ୟୁସଂଖ୍ୟା ୫୪୭କୁ ବୃଦ୍ଧି ପାଇଛି
୯୭୭ ନିଖୋଜ ଥିବା ନେଇ ନେପାଳ ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା

ନେପାଳ ଜଳପ୍ରଳୟରେ ମୃତ୍ୟୁସଂଖ୍ୟା ୫୪୭କୁ ବୃଦ୍ଧି ପାଇଛି। ୯୭୭ ନିଖୋଜ ଥିବା ନେଇ ନେପାଳ ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା ଦେଇଥିବାବେଳେ ୩୯୩ ମୃତଦେହର ପରିଚୟ ଚିହ୍ନଟ କରାଯାଇ ପାରିନାହିଁ । ନେପାଳ ବିଭୀଷିକା ପରେ ୧୫ ଶହରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ଏପଟେ ନେପାଳରୁ ଭାରତ ଫେରିଛନ୍ତି ୨୧ ଜଣ ଭାରତୀୟ। ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି MEA ମୁଖପାତ୍ର ରଣଧୀର ଜୈଶ୍ବାଲ। ସମସ୍ତ ନାଗରିକ ତାମିଲନାଡୁର ଏବଂ ସ୍ବତନ୍ତ୍ର ବିମାନରେ ଭାରତ ଫେରିଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ନେପାଲରେ ସଵୁଠୁ ବଡ଼ ଆହ୍ବାନ ହୋଇଥିବାବେଳେ ଆଉଏକ ବିପର୍ଯ୍ୟୟ ସାମ୍ନାକୁ ଆସିଛି। ତିବ୍ବତ ସୀମାରେ ସୃଷ୍ଟ କୃତ୍ରିମ ହ୍ରଦ ଭାଙ୍ଗି ଯାଇଥିବା ନେଇ ଆଲର୍ଟ ପରେ ଉଦ୍ଧାରକାରୀ ଦଳ ଓ ସାଧାରଣ ଲୋକଙ୍କୁ ନିରାପଦ ସ୍ଥାନକୁ ଯିବା ଲାଗି କୁହାଯାଇଛି।
ଏହାସହ ପଢ଼ନ୍ତୁ: ନେପାଳ ଭୟଙ୍କର ବନ୍ୟା ତାଣ୍ଡବ: ସର୍ବିଆରୁ ସ୍ୱିଡେନ ୧୫୦୦ ରୁ ଅଧିକ ନିଖୋଜ, ୪୬୯ ଜଣଙ୍କର ମୃତ୍ୟୁ
ନେପାଳ ଜଳପ୍ରଳୟ ପରେ ଏ ହେଉଛି ନୂଆ ବିପର୍ଯ୍ୟୟର ସୂଚନା । ଘନ ଘନ ଘୋଷଣା କରୁଛି ସ୍ଥାନୀୟ ପ୍ରଶାସନ । ଅନ୍ୟପକ୍ଷରେ ଆସନ୍ନ ବିପଦର ସଂକେତ ପାଇ ନିରାପଦ ସ୍ଥାନକୁ ଧାଉଁଛନ୍ତି ଲୋକ । FLASH FLOOD... ବୁଧବାର ପ୍ରଳୟଙ୍କରୀ ଜଳପ୍ରଳୟ ପରେ ଭୟ ଓ ଆତଙ୍କରେ ଥରୁଥିବା ଲୋକେ ପ୍ରଶାସନର ସୂଚନା ପାଇବା ମାତ୍ରେ ସତର୍କ ହୋଇପଡ଼ିଛନ୍ତି । ଜୀବନ ବଞ୍ଚାଇବାକୁ ଆଗକୁ ମାଡ଼ି ଚାଲିଛନ୍ତି। ଚୀନ୍-ନେପାଳ ସୀମାନ୍ତ ତିବ୍ବତ ଅଞ୍ଚଳରେ କାଦୁଅ ଆଉ ପଙ୍କରୁ ସୃଷ୍ଟି ହୋଇଥିବା ଏକ ବିଶାଳ କୃତ୍ରିମ ହ୍ରଦ ଭାଙ୍ଗିଯାଇଛି । ଏହାଫଳରେ ନଦୀଗୁଡ଼ିକରେ ଜଳସ୍ତର ହଠାତ୍ ବୃଦ୍ଧି ପାଉଥିବାରୁ ନେପାଳ ଓ ତିବ୍ବତରେ ପୁନର୍ବାର ଭୟଙ୍କର ବନ୍ୟା ଓ ଦ୍ବିତୀୟ ବିପର୍ଯ୍ୟୟର ଆଶଙ୍କା ଦେଖାଦେଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ଉଦ୍ଧାରକାରୀ ଦଳ, ସେନା ଓ ସ୍ଥାନୀୟ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ଜରୁରୀ ନିର୍ଦ୍ଦେଶ ଦିଆଯାଇଛି।
ତିବ୍ବତର 'ଗାଇରୋଙ୍ଗ' ସୀମାନ୍ତ ବନ୍ଦର ନିକଟରେ ପଙ୍କ ଓ ଧ୍ୱଂସାବଶେଷ ଜମି ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଥିଲା । ଶୁକ୍ରବାର ଏହି ହ୍ରଦର ବନ୍ଧ ଭାଙ୍ଗିବା ପରେ ପ୍ରବଳ ବେଗରେ ପାଣି ତଳି ଅଞ୍ଚଳ ଆଡ଼କୁ ମାଡ଼ିଆସୁଛି । DAM ନେପାଳର 'ରସୁୱା' ଜିଲ୍ଲାରେ ନଦୀର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ନେଇ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି । ଆଗାମୀ କିଛି ଘଣ୍ଟା ମଧ୍ୟରେ ନୂଆ ବିପର୍ଯ୍ୟୟ ମାଡ଼ିଆସିବାର ଭୟ ରହିଥିବାରୁ ନେପାଳ ପ୍ରଶାସନ ଉଦ୍ଧାର କାର୍ଯ୍ୟକୁ ଅନ୍ତତଃ ୯୦ ମିନିଟ୍ ପାଇଁ ସ୍ଥଗିତ ରଖିଥିଲା। ନେପାଳ ପୋଲିସ ପକ୍ଷରୁ ସମସ୍ତ ଉଦ୍ଧାରକାରୀ ଓ ସ୍ଥାନୀୟ ବାସିନ୍ଦାଙ୍କୁ ସାବଧାନ ରହିବା ସହ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାକୁ କୁହାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଚୀନ୍ ମଧ୍ୟ ସ୍ଥିତି ଗମ୍ଭୀର ଥିବା ଦର୍ଶାଇ ତିବ୍ବତରେ ଚାଲିଥିବା ଉଦ୍ଧାର କାର୍ଯ୍ୟକୁ ବନ୍ଦ ରଖିଛି । ଚୀନ୍ର ସରକାରୀ ଗଣମାଧ୍ୟମ CCTV ଅନୁଯାୟୀ, ହ୍ରଦର ପାଣି ଓଭରଫ୍ଲୋ ହୋଇ ଉଦ୍ଧାରକାରୀ ଦଳ ଆଡ଼କୁ ମାଡ଼ିଆସୁଛି । ଏହି କାରଣରୁ ସମସ୍ତ ଉଦ୍ଧାରକାରୀ ଦଳକୁ ଅନ୍ତତଃ ୧ କିଲୋମିଟର ପଛକୁ ହଟିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୁଇ ଦିନ ପୂର୍ବେ ହିମାଳୟ ଅଞ୍ଚଳରେ ବିଶାଳ ହିମସ୍ଖଳନ ଯୋଗୁଁ ଆକସ୍ମିକ ବନ୍ୟା ଓ କାଦୁଅର ପ୍ରଳୟ ସୃଷ୍ଟି ହୋଇଥିଲା । ଏହି ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ ବି ଶହ ଶହ ଲୋକ ନିଖୋଜ ଅଛନ୍ତି । ନିଖୋଜଙ୍କ ମଧ୍ୟରେ ଭାରତୀୟ ନାଗରିକ ରହିଥିବା ବେଳେ, ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନେପାଳକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କହିଛି ବୈଦେଶିକ ମନ୍ତ୍ରାଳୟ। ହେଲେ ନେପାଳ କୌଣସି ଦେଶର ସହାୟତା ଆବଶ୍ୟକ କରୁନଥିବା କହିଛି।
ପ୍ରକୃତିର ଏହି ନିଷ୍ଠୁର ତାଣ୍ଡବ ଯୋଗୁଁ ସୀମାର ଉଭୟ ପାର୍ଶ୍ୱରେ ସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇପଡ଼ିଛି । ଆଉ ଏହାରି ଭିତରେ ଦ୍ବିତୀୟ ଭୂ-ସ୍ଖଳନ ଓ ପୁନର୍ବାର ବନ୍ୟାର ଭୟ ଥିବାରୁ ପ୍ରଶାସନ ପକ୍ଷରୁ ସମଗ୍ର ଅଞ୍ଚଳରେ କଡ଼ା ନଜର ରଖାଯାଇଛି । ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସମେତ ସମସ୍ତ ମନ୍ତ୍ରିପରିଷଦ ନିଜର ଗୋଟିଏ ମାସର ଦରମା ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିବାକୁ ଘୋଷଣା କରିଛନ୍ତି । ଫଲରେ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇପାରିବ ।

Related Topics
Explore more stories