Videos
|
National

Nepal Flood / ନେପାଳରେ ମୃତ୍ୟୁର ତାଣ୍ଡବ: ଭାସିଗଲା ସେତୁ ଓ ରାସ୍ତା, ଶହ ଶହ ନିଖୋଜ

Rashmita Mishra
Browse all articles by Rashmita Mishra
·49 mins ago·2 min read
ନେପାଳରେ ମୃତ୍ୟୁର ତାଣ୍ଡବ: ଭାସିଗଲା ସେତୁ ଓ ରାସ୍ତା, ଶହ ଶହ ନିଖୋଜ
Nepal Flood

Key Points

ନେପାଳରେ ପ୍ରଳୟ ବନ୍ୟା ନେଲା ୧୫୭ ଜୀବନ
ନେପାଳରେ ମୃତ୍ୟୁର ତାଣ୍ଡବ ଶହ ଶହ ନିଖୋଜ
ଭୟଙ୍କର ବନ୍ୟାରେ ନେପାଳ ଭାସିଗଲା ସେତୁ ଓ ରାସ୍ତା
ନେପାଳ ବନ୍ୟାରେ ହାହାକାର ୧୦୫ ଭାରତୀୟ ନିଖୋଜ

ନେପାଳ ଏବଂ ଚୀନର ତିବ୍ଦତ ସୀମାବର୍ତ୍ତୀ ଅଞ୍ଚଳରେ ଭୟଙ୍କର ବନ୍ୟା । ଏହି ପ୍ରଳୟଙ୍କରୀ ବନ୍ୟାରେ ଏପର୍ଯ୍ୟନ୍ତ ୧୫୭ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଶହ ଶହ ଲୋକ ନିଖୋଜ ଅଛନ୍ତି । ଚୀନର ତିବ୍ଦତ ଅଞ୍ଚଳରେ ଏକ ଭୂସ୍ଖଳନ ଯୋଗୁଁ ଲହେନ୍ଦେ ନଦୀର ଗତିପଥ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇଥିଲା ।
ସେହି ପ୍ରାକୃତିକ ବନ୍ଧଟି ହଠାତ୍ ଭାଙ୍ଗିଯିବା ଫଳରେ ଭୋଟେ କୋଶୀ ଓ ତ୍ରିଶୂଳୀ ନଦୀରେ ପ୍ରାୟ ୧୦ ମିଟର ଉଚ୍ଚର ବନ୍ୟା ଜଳ ମାଡ଼ି ଆସିଥିଲା । ନେପାଳର ରାସୁୱା, ନୁୱାକୋଟ, ଧାଦିଙ୍ଗ, ଗୋର୍ଖା ଓ ଚିତୱାନ ଜିଲ୍ଲା ଏହି ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।

ବନ୍ୟା ଯୋଗୁଁ ଚୀନ୍-ନେପାଳ ସୀମାନ୍ତରେ ଥିବା ରଣନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ 'ମିତେରୀ ସେତୁ' ସମେତ ୧୯ଟି ବଡ଼ ପୋଲ ଭାସିଯାଇଛି ଏବଂ ପ୍ରାୟ ୪୦ କିଲୋମିଟର ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ୪ଟି ପ୍ରମୁଖ ହାଇଡ୍ରୋପାୱାର ପ୍ଲାଣ୍ଟ କ୍ଷତିଗ୍ରସ୍ତ ହେବା ଯୋଗୁଁ ନେପାଳର ପ୍ରାୟ ୮% ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ନେପାଳ ଟୁରିଜମ୍ ବୋର୍ଡ ଅନୁସାରେ ପ୍ରାୟ ୩୮୪ ଜଣ ପର୍ଯ୍ୟଟକ ନିଖୋଜ ଅଛନ୍ତି, ଯେଉଁଥିରେ ଶତାଧିକ ୧୦୫ ଜଣ ଭାରତୀୟ ନାଗରିକ ସାମିଲ ଅଛନ୍ତି ।

ସେମାନଙ୍କ ମଧ୍ୟରୁ ଅନେକ ପବିତ୍ର କୈଳାସ ମାନସରୋବର ଯାତ୍ରା ପାଇଁ ଯାଇଥିଲେ । ନେପାଳ ସେନା ଏବଂ ବିପର୍ଯ୍ୟୟ ପ୍ରଶମନ ଟିମ୍ ହେଲିକପ୍ଟର ସାହାଯ୍ୟରେ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ସମସ୍ତ ପ୍ରକାର ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି ।

ଭାରତ ପକ୍ଷରୁ ବାୟୁସେନା ବିମାନ ଯୋଗେ ୧୦ ଟନ୍ ଜରୁରୀକାଳୀନ ରିଲିଫ୍ ସାମଗ୍ରୀ ଓ ଔଷଧ ନେପାଳ ପଠାଯାଇଛି । ନେପାଳ ଫ୍ଲାସ ଫ୍ଲଡରେ ପ୍ରଭାବିତ ହୋଇଥିବା ଲୋକମାନଙ୍କ ପାଇଁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜରୁରୀକାଳୀନ ନମ୍ବରଜାରି ହୋଇଛି । ସହାୟତା କିମ୍ବା କୌଣସି ତଥ୍ୟ ଜାଣିବାକୁ ଚାହୁଁଥିଲେ ୯୭୭ ୯୮୫ ୧୩୧ ୬୮୦୭ ଓ ୯୭୭ ୯୭୦ ୯୧୦ ୭୫୦୦ ନମ୍ବରରେ ଯୋଗାଯୋଗ କରିପାରିବେ ।

ସେପଟେ ନେପାଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ମଧ୍ୟରେ ଜଣେ ଓଡ଼ିଆ ଦମ୍ପତି ନିଖୋଜ । ନିଖୋଜ ଦମ୍ପତି ହେଲେ ଖୋର୍ଦ୍ଧା ଜେମାଦେଈପୁରର ସନ୍ଦୀପ ମହାପାତ୍ର ଓତାଙ୍କ ପତ୍ନୀ ସିଦ୍ଧାର୍ଥୀ କୁମାରୀ ସାହୁ। ଏହି ପ୍ରବାସୀ ଓଡ଼ିଆ ଦମ୍ପତି ଦୀର୍ଘ ଦିନ ହେବ ଅଷ୍ଟ୍ରେଲିଆରେ ରହିଆସୁଥିଲେ। ଗତ ୨୨ ତାରିଖରେ ଦୁହେଁ ବୁଲାବୁଲି କରିବା ପାଇଁ ନେପାଳର କାଠମାଣ୍ଡୁରେ ପହଞ୍ଚିଥିଲେ। ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ସେମାନେ ନିଜ ଗାଁ ଖୋର୍ଦ୍ଧାକୁ ଫେରିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ନେପାଳରେ ହଠାତ୍ ବନ୍ୟା ପରିସ୍ଥିତି ଜଟିଳ ହେବା ପରଠାରୁ ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: